Facial Hair -ମୁହଁ ଓ ହାତରେ ଥିବା କେଶ କୁ ଦୂର କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ଘରୋଇ ଉପାୟ ମାତ୍ର ୩ ସପ୍ତାହରେ ଏହି ସମସ୍ୟା ଦୂର ହୋଇଯିବ……

0

ଆଜିକାଲି ର ଏହି ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବହୁତ ବ୍ୟସ୍ତ ରହିଥାନ୍ତି। ଯଦିଓ ଭଗବାନ ସମସ୍ତ ଙ୍କୁ ଏକ ନିର୍ଦ୍ଦିଷ୍ଟ ଚେହେରା ଦେଇଛନ୍ତି କିନ୍ତୁ ବର୍ତ୍ତମାନ ର ଲୋକମାନେ ତାହାକୁ ନେଇ ଖୁସି ନାହାନ୍ତି। ନିଜର ପ୍ରାକୃତିକ ରୂପ କୁ ଆଉ ଟିକେ ସୁନ୍ଦର କରିବା ପାଇଁ ତଥା ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେବେ ବର୍ତ୍ତମାନ ସମସ୍ତେ ପ୍ରାୟ ନିଜ ମୁହଁ ଏବଂ ଶରୀରରେ କେତେକ ସ୍ଥାନରେ ଥିବା କେଶ କୁ ପସନ୍ଦ କରନ୍ତି ନାହିଁ।

ସେମାନେ ସବୁବେଳେ ଏହି କେଶ କୁ ନେଇ ଚିନ୍ତାରେ ରହିଥାନ୍ତି ।ଯେପରି କି ମୁହଁରେ ଥିବା କେଶ , ହାତ ଗୋଡ଼ ରେ ଥିବା କେଶ ଆଦି କୁ ନେଇ ବହୁତ ଚିନ୍ତା ରେ ରହିଥାନ୍ତି ।ଏବଂ ଏହାକୁ ସବୁଦିନ ପାଇଁ ଶେଷ କରିବାକୁ ସେମାନେ ବିଭିନ୍ନ ପ୍ରକାରର କସମେଟିକ ପ୍ରଡକ୍ଟ ର ବ୍ୟବହାର କରିବା ସହ ବିୟୁଟି ପାଲର ର ସାହାଯ୍ୟ ନେଇଥାଉ ।

ମାତ୍ର ଏହା ପରେ ମଧ୍ୟ ଏହି ସବୁ କେଶ ମାତ୍ର କିଛି ଦିନ ପାଇଁ ଉଭେଇ ଯାଏ ଆଉ ପୁଣି ବଢିବାକୁ ଲାଗିଥାଏ। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଆପଣ ଚାହୁଁନଥିବା କେଶ କୁ ସବୁଦିନ ପାଇଁ ଦୂର କରିଦେବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

ଯଦି ଆପଣ ନିଜ ଶରୀର ତଥା ମୁହଁରେ ଥିବା କେଶ ଗୁଡ଼ିକୁ ସବୁଦିନ ପାଇଁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପାୟ ଟି ନିଶ୍ଚିତ ଭାବରେ କରନ୍ତୁ। ତେବେ ଏଥିରେ ଆବଶ୍ୟକ ସାମଗ୍ରୀ ଗୁଡିକ ମଧ୍ୟ ଅତି ସହଜରେ ଆପଣଂକୁ ମିଳିପାରିବ। ତେବେ ଆବଶ୍ୟକ ସାମଗ୍ରୀ ହେଉଛି :-

୧.ଲେମ୍ବୁ ଏବଂ
୨.ଚିନି

ପ୍ରସ୍ତୁତ କରିବେ କିପରି:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ଲେମ୍ବୁ ର ଅଧା ଭାଗ କୁ କାଟି ତାର ଦୁଇ ରୁ ତିନି ଚାମଚ ରସ ନିଅନ୍ତୁ ଏବଂ ସେଥିରେ ୨ – ୩ ଚାମଚ ଚିନି ପକାନ୍ତୁ। ବର୍ତ୍ତମାନ ଉଭୟ କୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।ଏବଂ ସେତିକି ସମୟ ପର୍ଯ୍ୟନ୍ତ ମିକ୍ସ କରନ୍ତୁ ଯେ ପର୍ଯ୍ୟନ୍ତ ଲେମ୍ବୁ ରସ ସହ ଚିନି ସମ୍ପୂର୍ଣ୍ଣ ମିଳେଇ ନଯାଇଛି ଓ ଚିନି ଲେମ୍ବୁ ରସ ସହ ଭଲ ଭାବରେ ମିଶିବା ପର୍ଯ୍ୟନ୍ତ ମିକ୍ସ କରନ୍ତୁ

ବ୍ୟବହାର କରିବେ କିପରି:-

ଉପରକ୍ତ ପ୍ରଣାଳୀ ରେ ଆପଣ ଘରୋଇ ରିମେଡି ଟି ପ୍ରସ୍ତୁତ କରିବା ପରେ ,ବ୍ୟବହାର କରିଥିବା ଲେମ୍ବୁ ଚୋପା ସାହାଯ୍ୟ ରେ ସେହି ମିକ୍ସ ରସ ଟୀକୁ ନିଅନ୍ତୁ ଏବଂ ଯେଉଁ ସ୍ଥାନରେ ଥିବା କେଶ କୁ ଆପଣ ସବୁଦିନ ପାଇଁ ଶେଷ କରିବାକୁ ଚାହୁଁଛନ୍ତି ସେହି ସ୍ଥାନରେ ଲଗାନ୍ତୁ ।ଏବଂ ଏହାକୁ ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହା ଶୁଖିଯିବା ପରେ ଆପଣ ସେହି ସ୍ଥାନକୁ ଧୋଇ ନିଅନ୍ତୁ।

ତେବେ ଏହି ରିମେଡି ଟୀକୁ ଆପଣ ରାତିରେ ବ୍ୟବହାର କରିପାରିବେ ଏବଂ ଗୋଟିଏ ଦିନ ଛାଡି ଗୋଟିଏ ଦିନ ବ୍ୟବହାର କରନ୍ତୁ। ଏହିପରି ୨୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ଵାରା ଆପଣ ଙ୍କର ଶରୀରରେ ଥିବା କେଶ ସବୁଦିନ ପାଇଁ ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।