ଘରେ ଛୋଟ ପିଲାମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବାକୁ ଦେଉଛନ୍ତି ?ଯଦି ଦେଉଛନ୍ତି ତେବେ ଦୟାକରି ଏହି ଭିଢିଓ କୁ ଦେଖନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ…

0

ଆଧୁନିକ ଯୁଗର ମଣିଷ ମାନେ ନିଜର ଚାହିଦା ବୃଦ୍ଧି କରିବା ପାଇଁ ବିଭିନ୍ନ ପନ୍ଥା ଆପଣେଇ ଥାନ୍ତି। ତେବେ ବୃଦ୍ଧ ଠୁ ଶିଶୁ ଯାଏ ସମସ୍ତ ଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ରହିଥାଏ। ଫୋନ୍ ଚଳାଇବାରେ ବୃଦ୍ଧ ଠୁ ଶିଶୁ ସମସ୍ତେ ପାରଙ୍ଗମ। ହେଲେ ଏହା ଶିଶୁ ମାନଙ୍କ ଉପରେ କୁପ୍ରଭାବ ପକାଇ ଥାଏ। ପିଲା ମାନେ ଫୋନ୍ ଚଲାଇବା ଦ୍ଵାରା ତାଙ୍କର କ୍ଷତିକାରକ ହୋଇଥାଏ। ଆଜି ଆମେ ଆପଣ ଙ୍କୁ ୧୦ ଟି ମୁଖ୍ୟ କାରଣ ଜଣାଇବୁ ଯାହା ଦ୍ଵାରା ପିଲା ମାନେ ସ୍ମାର୍ଟ୍ ଫୋନ୍ ଚଲାଇବା ଦ୍ଵାରା ପିଲା ମାନଙ୍କ ପାଇଁ ହାନିକାରକ ହୋଇ ଥାଏ।

୧-ଛୋଟ ପିଲା ମାନେ ଯାହା ଦେଖି ଥାନ୍ତି ତାହା ଶିଖି ଥାନ୍ତି । ଆଜି କାଲି ର ପିତା ମାତା ବ୍ୟସ୍ତ ବହୁଳ ଜୀବନ ପାଇଁ ପିଲା ମାନେ ଜିଦି କରି ବାରୁ ଫୋନ୍ ରେ କାର୍ଟୁନ୍ ଓ ଗେମ୍ ଆଦି ଦେଖାଇ ଦେଉଛନ୍ତି । ଏହା ଦ୍ବାରା ମସ୍ତକ ଉପରେ କୁପ୍ରଭାବ ପକାଏ। ତାର ଦକ୍ଷତା ରେ ବିକାଶ ହୋଇ ନଥାଏ। ଏହା ଅଭ୍ୟାସ ରେ ପରିଣତ ହୋଇ ଯାଏ

୨-ସ୍ମାର୍ଟ୍ ଫୋନ୍ ରେ ଗେମ୍ ଖେଳିବାରେ ପିଲା ମାନେ ବ୍ୟସ୍ତ। ଅତ୍ୟଧିକ ସମୟ ରେ ଗେମ୍ ଖେଳ ରେ ମାତି ରହୁଛନ୍ତି ଯାହା ଦ୍ଵାରା ପାଠ ପଢ଼ା ରୁ ଦୂରେଇ ରହୁଛନ୍ତି। ତେଣୁ ଏଥିରୁ ନିବୃତ ରହିବା ନିତାନ୍ତ ଆବଶ୍ୟକ।

୩-ଫୋନ୍ ଯୋଗୁଁ ପିଲା ମାନେ ଖେଳ କୁଦ ସବୁ ଭୁଲି ଯାଇଥାନ୍ତି। ଯାହା ଦ୍ବାରା ତାଙ୍କର ଶାରୀରିକ ବିକାଶ ଘଟି ନଥାଏ।

୪-ଯେଉଁ ପିଲା ମାନେ ଅତ୍ୟଧିକ ଫୋନ୍ ବ୍ୟବହାର କରିଥାନ୍ତି ସେମାନଙ୍କ ଉଚ୍ଚତା ବୃଦ୍ଧି ହେବା ସହିତ ମୋଟା ହେବାର ୩୦% ଅଧିକ ଆଶଙ୍କା ରହିଥାଏ।ଯାହା ଦ୍ବାରା ରୋଗଗ୍ରସ୍ତ ହେବାର ଅଧିକ ସମ୍ଭାବନା ରହିଥାଏ।

୫-ଖାଇବା ସମୟରେ ଫୋନ୍ ଚଲାଇବା ଅନୁଚିତ୍। ହେଲେ ଏବେ ପିଲା ମାନେ ଖାଇଲା ବେଳେ ଫୋନ୍ ର ବ୍ୟବହାର ଅଧିକ କରୁଛନ୍ତି ଯାହା ଦ୍ଵାରା ଉଭୟ ଖାଦ୍ୟ ଓ ଶରୀର ଉପରେ କୁପ୍ରଭାବ ପକାଇ ଥାଏ।

୬-ଅତ୍ୟଧିକ ସମୟ ଫୋନ୍ ଚଲାଇବା ରେ ଦେଉଥିବାରୁ ସେମାନେ ବାହାର ଦୁନିଆ ଓ ଲୋକ ଙ୍କ ସହିତ କମ୍ ମିଳାମିଶା କରିଥାନ୍ତି ।ଯାହା ଦ୍ବାରା ତାଙ୍କର ବ୍ୟବହାର ଓ ଆଚରଣ ରେ ପରିବର୍ତନ ଆସି ଥାଏ।

୭-ଫୋନ୍ ଦ୍ଵାରା ପିଲାମାନଙ୍କ ସ୍ମୃତି ଶକ୍ତି ଉପରେ କୁପ୍ରଭାବ ପକାଇ ଥାଏ।

୮-ଅଧିକ ରୁ ଅଧିକ ସମୟ ଫୋନ୍ ରେ ବିତାଉ ଥିବାରୁ ପିତା ମାତା ଙ୍କ ଠାରୁ ଦୂରେଇ ରହୁଛନ୍ତି ।

୯-ଆଖି ମଣିଷ ର ମୂଲ୍ୟବାନ ଅଙ୍ଗ। ଏହା ବିନା ମଣିଷ କିଛି କରିପାରେ ନାହିଁ। ଡାକ୍ତର ଙ୍କ କହିବା ଅନୁଯାୟୀ ପିଲା ମାନେ ଫୋନ୍ ଅଧିକ ବ୍ୟବହାର କରିବା ଦ୍ଵାରା ସେମାନଙ୍କ ଆଖି ଉପରେ କୁପ୍ରଭାବ ପକାଏ,ଯାହା ସମୟ ବୃଦ୍ଧି ପରେ ବିଭିନ୍ନ ରୋଗ ରେ ଦେଖା ଦିଏ।

୧୦-ଅଧିକ ସମୟ ଫୋନ୍ ରେ ଲାଗି ରହି ବସି ରହିବା ଦ୍ଵାରା ଶରୀର ର ମେରୁଦଣ୍ଡ , କାନ୍ଧ ଆଦି ରେ କୁପ୍ରଭାବ ପକାଏ। ପରେ ବୃଦ୍ଧ ଅବସ୍ଥା ରେ ଯନ୍ତ୍ରଣା ଦିଏ।ତେବେ ପିଲା ମାନଙ୍କୁ ଏଥିରୁ ଦୂରେଇ ରଖିବା ସମସ୍ତ ମାତା ପିତା ଙ୍କ କାର୍ଯ୍ୟ ଅଟେ ଯାହା ଦ୍ଵାରା ପିଲା ଟି ଆଗାମୀ ଦିନରେ ସୁଶୀଳ ହୋଇ ପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।