ଲିଙ୍ଗରାଜ ମନ୍ଦିର ଚୁଡ଼ରେ ତ୍ରିଶୂଳ ବଦଳରେ ଧନୁ କଣ ପାଇଁ ରଖାଯାଇଛି ଜାଣିଲେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଓଡ଼ିଶାର ଅବସ୍ଥିତ ଦେବା ଦୀ ଦେବ ଭଗବାନ ଶିଵ ଙ୍କର ଲିଙ୍ଗରାଜ ମନ୍ଦିର ହେଉଛି ଅନ୍ୟତମ ।

ତେବେ ଆମେ ଆଜି ଏହି ମନ୍ଦିର ବିଷୟରେ ଏକ ରହସ୍ୟମୟ ତଥ୍ୟ ଜଣେଇବୁ ଯାହା ଆପଣ ଆଗରୁ କେବେ ବି ଦେଖିନଥିବେ କି ଜାଣିନଥିବେ ।ଯେଉଁ ମନ୍ଦିର ର ରହସ୍ୟ ଠାରେ ମୁଣ୍ଡ ନୁଆଇଁଛି ଅତ୍ୟାଧୁନିକ ଟେକ୍ନୋଲୋଜି ।ତେବେ ଆସନ୍ତୁ ଜାଣିବା ସେହି ରହସ୍ୟମୟ ମନ୍ଦିର ର କାହାଣୀ ବିଷୟରେ ।

ଉଲ୍ଲେଖ ଯୋଗ୍ୟ ଯେ,ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ରହିଛି ଭଗବାନ ଶିବ ଙ୍କର ଲିଙ୍ଗରାଜ ମନ୍ଦିର ।ଏହି ମନ୍ଦିର ଟି ତାର କାରୁକାର୍ଯ୍ୟ ଏବଂ ଇତିହାସ କୁ ନେଇ ସାରା ବିଶ୍ୱରେ ପରିଚିତ ଅଟେ ।ତେବେ କଣ ଆପଣ ମାନେ କେବେ ଧ୍ୟାନ ଦେଇଛନ୍ତି କି ଏହି ଶିବ ମନ୍ଦିର ହେଉଛି ଏମିତି ଏକ ମନ୍ଦିର ଯାହାର ଚୁଳି ରେ ତ୍ରିଶୂଳ ପରିବର୍ତ୍ତେ ରହିଛି ଏକ ଧନୁ ।ଯଦିଓ ସାଧାରଣ ଭାବରେ ସମସ୍ତ ଶିବ ମନ୍ଦିର ରେ ଅଗ୍ର ରେ ତ୍ରିଶୂଳ ରହିଥାଏ କିନ୍ତୁ ଲିଙ୍ଗରାଜ ମନ୍ଦିରରେ ବିକଳ୍ପ ରହିଛି ।ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣ ଙ୍କୁ ଏହା ପଛରେ ଥିବା କାରଣ ବିଷୟରେ ଜଣେଇବୁ।

ଇତିହାସ ଅନୁସାରେ ,ମନ୍ଦିର ମାଳିନୀ ସହରର ପ୍ରମୁଖ ମନ୍ଦିର ଲିଙ୍ଗରାଜ ମନ୍ଦିର ର ଚୂଳି ରେ ରହିଛି ଏକ ଧନୁ ।ଏହାର ଉଚ୍ଚତା ପ୍ରାୟ ୧୬ ଫୁଟ ଯାହାକି ଉପରକୁ ୮ ଫୁଟ ଥିବା ବେଳେ ତଳକୁ ମଧ୍ୟ୍ ୮ ଫୁଟ ରହିଛି ।ତେବେ କେହି କେହି କହନ୍ତି କି ଏହା ଯେତେବେଳେ ଶିବ ମନ୍ଦିର ଥିଲା ସେତେବେଳେ ଏଠାରେ ତ୍ରିଶୂଳ ଥିଲା କିନ୍ତୁ ଯେବେଠାରୁ ଏହା ଶିବ ଓ ହର ଙ୍କର ମନ୍ଦିର ରେ ଅର୍ଥାତ ଉଭୟ ମହାଦେବ ଓ ହରି ତଥା ନାରାୟଣ ଙ୍କର ମନ୍ଦିର ହୋଇଛି ସେହି ଦିନ ରୁ ଏଠାରେ ତ୍ରିଶୂଳ ପରିବର୍ତ୍ତେ ଧନୁ ରଖାଯାଇଛି ।କେହି କେହି ଏମିତି ମଧ୍ୟ କହିଛନ୍ତି ଯେ ତ୍ରିଶୂଳ ଟି ଅଧା ଭାଙ୍ଗିଯାଇ ଧନୁ ଆକୃତି ର ଦେଖାଯାଉଛି ।

ତେବେ ଏହା ପଛରେ ଏକ କାହାଣୀ ରହିଛି ଯେ, ଧରେ ବିଶ୍ଵକର୍ମା ନିଜ ହାତରେ ଦୁଇଟି ଧନୁ ନିର୍ମାଣ କରିଥିଲେ ସେଥି ମଧ୍ୟରେ ସେ ଗୋଟିଏ ଶିବ ଙ୍କୁ ଦେଇଥିଲେ ଯାହାର ନାମ ହେଉଛି ତ୍ରିତଣ ଏବଂ ଅନ୍ୟ ଟି ବିଷ୍ଣୁ ଙ୍କୁ ଯାହାର ନାମ ଥିଲା ସାରଙ୍ଗ ।ତେବେ ସେ କହିଲେ କି ଉଭୟ ଙ୍କର ମଧ୍ୟରେ ଏକ ଯୁଦ୍ଧ ହେଉ ଏବଂ କିଏ ଏହାର ବିଜେତା ହେବ କିନ୍ତୁ ବ୍ରହ୍ମା କହିଥିଲେ କି ହର ଓ ଶିବ ଙ୍କ ମଧ୍ୟରେ ଯୁଦ୍ଧ ହେଲେ ଏ ପୃଥିବୀ ଧ୍ୱଂସ ହୋଇଯିବ ଫଳରେ ଶିବ ତାଙ୍କର ଧନୁ ତଳକୁ ପକେଇଦେଲେ ଯାହାକି ଆସି ଲିଙ୍ଗରାଜ ମନ୍ଦିରରେ ରହିଛି ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ କାରଣ ଜଣାନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।