ଗୋଡରେ ଅସ୍ୱାଭାବିକ ଭାବେ 80kj ର ବଢ଼ୁଛି ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ଆପଣଙ୍କ ଗୋଟିଏ ସେୟାର ଲୋକଟିର ଜୀବନ ବଞ୍ଚେଇ ପାରିବ

0

ପ୍ରତ୍ୟେକ ପିତା ମାତା ସନ୍ତାନ ଟିଏ ଆଶା କରିଥାନ୍ତି। ତାକୁ ଲାଳନପାଳନ କରି ବଡ଼ ମଣିଷ କରିବା ସବୁ ପିତା ମାତା ଙ୍କ ସ୍ବପ୍ନ। ପାଠ ପଢି ଚାକିରି ନିଜ ସଂସାର ଚଳାଇବା ସହିତ ବାପା ମା ଙ୍କ ସାହାରା ହେବ ସବୁ ବାପା ମାଆ ଙ୍କ ଇଛା। ରୋଜଗାର କରି ବାପା ମାଆ ଙ୍କ କଥା ବୁଝିବ। ଆଜି ଆମେ ଆପଣଙ୍କୁ ଜଣେ ହତଭାଗ୍ୟ ବାପା ଙ୍କ କାହାଣୀ କହିବୁ ଯିଏ କି ପୁଅ ର ସାହାରା ହୋଇଛନ୍ତି।

ସବୁ ବାପା ମାଆ ଙ୍କ ପରି ଏମାନଙ୍କର ମଧ୍ୟ ସ୍ବପ୍ନ ଥିଲା ପୁଅ ବଡ଼ ହୋଇ ରୋଜଗାର କରିବ ଓ ବୃଦ୍ଧ କାଳରେ ତାଙ୍କୁ ସାହା ହେବ କିନ୍ତୁ ବିଧାତା ଙ୍କ କିଛି ଅଲଗା ଇଚ୍ଛା ଥିଲା। ବିଧାତା ବୋଧେ ହୁଏ ଚାହୁଁ ନ ଥିଲେ ଏହି କଥା,ଯେଉଁ ସମୟରେ ଯବାନ ପୁଅ ବାପା ମାଆ ଙ୍କ ସେବା କରିବା ସହିତ ଘର ପୋଷିବା କଥା ସେହି ସମୟରେ ବୃଦ୍ଧ ବାପା ମାଆ ୩୨ ବର୍ଷ ପୁଅ ର ସେବା କରୁଛନ୍ତି। ଦୁହେଁ ବାପା ମାଆ ପୁଅ ର ସେବା ରୁ ବଞ୍ଚିତ ହେଉଛନ୍ତି।

ତେବେ ଘଟଣା ଟି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଙ୍କୁଲା ଗ୍ରାମ ରେ ବାସ କରନ୍ତି ୩ ପ୍ରାଣୀ। ପରିବାର କହିଲେ ୬୫ ବର୍ଷ ର ବୃଦ୍ଧ ବାପା ୫୮ ବର୍ଷ ର ମାଆ ଓ ୩୨ ବର୍ଷ ର ପୁଅ ଟିଏ। ପରିବାର ଟି କୁ ଦେଖିଲେ ଆପଣ ଙ୍କ ହୃଦୟ ବ ତରଳି ଉଠିବ।ତେବେ ସନ୍ତୋଷ ହେଉଛନ୍ତି ବୃଦ୍ଧ ବାପା ମାଆ ଙ୍କ ପୁଅ। ବାରିକ କାମ ହେଉଛି ଏମାନଙ୍କର କୁଳ ବେଉସା କାମ, ଏଥିରେ ଦୁଃଖ କଷ୍ଟ ରେ ପରିବାର ଚଳାଇ ଆସୁଥିଲେ ବାପା ଆଇଁଠୀ ବାରିକ। ପରିବାର ରେ ଅଭାବ ଲାଗି ରହିଥିଲା ଏହା ଦେଖି ମାତ୍ର ୧୫ ବର୍ଷ ବୟସ ରେ ପାଠ ପଢ଼ା ଛାଡିଥିଲେ ସନ୍ତୋଷ।

ବାଲୁ ଗାଁ ବଜାର ରେ ମୌଳିକ ବୃତ୍ତି କୁ ଆଦରି ନେଇଥିଲେ,ପରେ ସବୁ ଠିକ୍ ଠାକ୍ ଥିଲା,ହେଲେ ୨୦୦୩ ମସିହା ରେ ହଠାତ୍ ଭୀଷଣ କମ୍ପ ଜ୍ଵର ଆସିଥିଲା ଏହା ପରେ ବାରମ୍ବାର ଜ୍ଵର ଲାଗି ରହିଲା। ପରେ ମେଡକ୍ୟାଲ ପରୀକ୍ଷାରେ ଜଣା ପଡ଼ିଲା ଯେ ଫାଇଲେରିଆ ଅଛି। ଏହା ପରେ ବହୁ ଚିକିତ୍ସା କରା ଯାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା।

ତେଣୁ ବାଲୁ ଗାଁ ରେ ଦୋକନ ବନ୍ଦ୍ କରି ନିଜ ଗାଁ ଆଙ୍କୁଲା ରେ ଛୋଟ କ୍ୟବିନ୍ ଟେ ପକାଇ ବାରିକ କାମ ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କର ଡାହାଣ ଗୋଡ଼ ଏପରି ଫୁଲିବାକୁ ଲାଗିଛି ଯେ ସେ ଆଉ ଚାଲି ପାରୁନାହାନ୍ତି। ସ୍ଥାନୀୟ ସଂଗଠନ ର ଯୁବକ ମାନେ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ସନ୍ତୋଷ ଙ୍କୁ ସାହାଯ୍ୟ କରିଛନ୍ତି, ହେଲେ ତାହା ସମୁଦ୍ର କୁ ଶଙ୍ଖେ ଭଳି। ଏବେ ସେମାନେ ସରକାରୀ ସହାୟତା ପାଇଁ ଗଣ ମାଧ୍ୟମ ଦ୍ଵାରା ଅନୁରୋଧ କରିଛନ୍ତି। ସନ୍ତୋଷ ଙ୍କ ରୋଜଗାର ରେ ପରିବାର ନିର୍ଭର,ଏବେ ସେ ଚାଲି ନ ପାରୁଥିବାରୁ ଅସହାୟ ହୋଇପଡିଛି ତାଙ୍କ ପରିବାର।

ତେବେ ଡାକ୍ତର କହୁଛନ୍ତି ଯେ ଉପଯୁକ୍ତ ଚିକିତ୍ସା ଦ୍ବାରା ଭଲ ହୋଇ ଯିବେ ସନ୍ତୋଷ,ହେଲେ ସେଥି ପାଇଁ ସେମାନଙ୍କ ପାଖରେ ଅର୍ଥ ସମ୍ବଳ ନାହିଁ। ତେଣୁ ସହାୟତା ପାଇଁ ନିବେଦନ କରିଛନ୍ତି ଯୁବ ସଂଗଠନ। ତେବେ ଏଭଳି ଏକ ମର୍ମାହତ ଅବସ୍ଥା ରେ ବଞ୍ଚୁଥିବା ସନ୍ତୋଷ ଙ୍କୁ ଦେଖି ଯେ କେହି ବି ଭାଙ୍ଗି ପଡ଼ିବ। ତେବେ ତାଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତିି ଯୁବ ଗୋଷ୍ଠୀ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।