ମଣିନାଗ ଗୁମ୍ପା ର କିଛି ଅଲୌକିକ ତଥ୍ୟ।ଯାହା ମାଳିକା ରେ ମଧ୍ୟ ବର୍ଣ୍ଣିତ ହୋଇଛି। ମଣିନାଗ ନିଜେ ଏହି ଗୁମ୍ଫା ରେ ପ୍ରତିଦିନ ରାତି ୧୨ ଘଟିକା ପରେ ବାହାରନ୍ତି!

0

ମାଳିକା ରେ ଯେଉଁ ସ୍ଥାନ ଗୁଡିକ ବର୍ଣ୍ଣନା ହୋଇଛି ତାହାର ପ୍ରମାଣ ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏହାକୁ ଯେଉଁ ମାନେ ଅବିଶ୍ୱାସ କରୁଛନ୍ତି ତାହାର ପ୍ରତ୍ୟକ୍ଷ ପ୍ରମାଣ ଆଜି ଏହି ସ୍ଥାନ ରୁ ଆପଣ ମାନେ ପାଇଯିବେ। ତେବେ ମାଳିକା ଅନୁସାରେ ଏମିତି ଓଡ଼ିଶାରେ ଅନେକ ସ୍ଥାନ ରହିଛି ଯେଉଁଠି କଳି ଯୁଗ ଶେଷ ରେ ଘଟିବାକୁ ଯାଉଛି କିଛି ଅଜବ ଏବଂ ରହସ୍ୟମୟ ଘଟଣା। ତେବେ ସେମିତି ଏକ ପ୍ରତ୍ୟକ୍ଷ ପ୍ରମାଣ ହିସାବରେ ଆଜି ଆଲୋଚନା କରିବାକୁ ଯାଉଛୁ ଜୈଲକା ରେ ଥିବା ମଣିନାଗ ଗୁମ୍ଫା ବିଷୟରେ।


ଏହି ସ୍ଥାନ ରେ ଅନେକ ଅଲୌକିକ ଘଟଣା ଆଗରୁ ଘଟି ସାରିଛି। ତେବେ ଏହି ସ୍ଥାନ ରେ ମାଳିକା ରେ ଯାହା ବର୍ଣ୍ଣିତ ରହିଛି ତାହା ହେଲା ଏହି ଗୁମ୍ଫା ତଳେ ଅନେକ ମଠ ଏବଂ ମନ୍ଦିର ରହିଛି। ଏମିତି କି ପାତାଳ କୁ ମଧ୍ୟ ରାସ୍ତା ରହିଛି ମଧ୍ୟ ମାଳିକା ରେ ବର୍ଣ୍ଣିତ ରହିଛି। ଅଚ୍ୟୁତାନନ୍ଦ ଦାସ ଙ୍କ ଶିବ କଳ୍ପ ରେ ଏହି ସ୍ଥାନ ର ଉଲ୍ଲେଖ ରହିଛି। ମଣିନାଗ ଗୁମ୍ଫା ହେଉଛି ଏକ ଅଦ୍ଭୁତ ସ୍ଥାନ।


ଏଠାରେ ପୂଜା କରୁଥିବା ପୂଜକ ଙ୍କ କହିବା କଥା ମଣିନାଗ ଗୁମ୍ଫା ପ୍ରଥମେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା। ତାଙ୍କର କହିବା କଥା ବୈକୁଣ୍ଠନାଥ ବ୍ରହ୍ମଚାରୀ ଏହି ଗୁମ୍ଫା ରେ ଶୟନ କରିବା ସମୟରେ ଅନେକ ନାଗ ଆସି ତାଙ୍କୁ ଦର୍ଶନ ଦେଇ ଯାଆନ୍ତି। ଏଠାରେ ଥିବା ଏକ ପଥର ଖଣ୍ଡ କଡରେ ଏକ ଗର୍ତ ରେ ମଣିନାଗ ଙ୍କ ଅବସ୍ଥିତି ରହିଛି। ତ୍ରେତୟା ସମୟରେ ମଧ୍ୟ କୁହାଯାଏ ଭଗବାନ ଶ୍ରୀରାମଚନ୍ଦ୍ର ବାଲ୍ୟ କାଳେ ଏଠାରେ ଆସି କ୍ରୀଡା କରୁଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ମାଳିକା ରେ ଯାହା ବର୍ଣ୍ଣିତ ଅଛି ସେପରି।ଯଦି ଘଟିବ କଳି ଯୁଗ ଶେଷରେ ତେବେ ଏହା ନିହାତି ଭାବରେ ଏହା ଏକ ଦୈବ୍ୟ ସ୍ଥାନ।


ଏହି ଗୁମ୍ଫା ନିକଟରେ ଏକ ବଟ ବୃକ୍ଷ ମଧ୍ୟ ରହିଛି। ଯାହାର ଉପସ୍ଥିତି ମଧ୍ୟ ଦ୍ୱାପର ଯୁଗରେ ଥିବା କୁହାଯାଏ। ଏହି ସ୍ଥାନ ରେ ଗୋପି ମାନେ ଆସି ଖେଳୁଥିଲେ। ତେଣୁ ଏହି ସ୍ଥାନ ରେ ଅନେକ କିଛି ମହାତ୍ମ୍ୟ ପୂର୍ବରୁ ରହି ଆସିଛି। ତେଣୁ ମଣି ନାଗଙ୍କ ଉପସ୍ଥିତି ଏ ସ୍ଥାନରେ ଅନେକ ଥର ଏଠାରେ ଥିବା ପୂଜକ ନିଜେ ଦେଖି ଥିବାର ପ୍ରମାଣ।ମଧ୍ୟ ଦେଇଛନ୍ତି।ପୂଜକ ଙ୍କ କହିବା କଥା ସବୁଦିନ ରାତି ପ୍ରାୟ ୧୨ ଘଟିକା ପରେ ଏଠାରେ ମଣିନାଗ ନିଜେ ବାହାରି ଗର୍ଜନ କରି ନିଜ ସ୍ଥାନକୁ ପୁଣି ପ୍ରବେଶ କରି ଯାଆନ୍ତି।  ଜଳକା ସ୍ଥାନ ରେ ଥିବା ଏହି ମଣିନାଗ ଗୁମ୍ଫା ର ଅନେକ ରହସ୍ୟ ଲୁଚି ରହିଛି। ତେବେ ମାଳିକା ରେ ଯାହା ବର୍ଣ୍ଣନା ରହିଛି ତାହା ନିହାତି ସତ୍ୟ। କାରଣ ଏହି ସ୍ଥାନ ବିଷୟରେ ଅଚ୍ୟୁତାନନ୍ଦ ଦାସ ଯେମିତି ଉଲ୍ଲେଖ କରିଛନ୍ତି ଏହି ସ୍ଥାନରେ ସେମିତି ଅନେକ କିଛି ପ୍ରତ୍ୟକ୍ଷ ଜିନିଷ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।