ହେ ପ୍ରଭୁ ! ୨ ବର୍ଷ ହେଲା ବିଛଣାରେ ପଡିଛନ୍ତି ବାପା, ମା ମାଜୁଛି ବାସନ । ଆପଣଙ୍କର ଗୋଟିଏ ସାହାଯ୍ୟ ଲୋକଟିର ଜୀବନ ବଞ୍ଚାଇ ପାରିବ

0

କଥା ରେ ଅଛି କି ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ।କଣ ଆମେ ମାନେ ଯାହା ଶୁଣିଥିଲେ ତାହା କଣ ସତ କି ଯେତେବେଳେ ଦୁଃଖ ଆସେ ସେ ତାର ଘର ପରିବାରଙ୍କୁ ନେଇକି ଆସେ ।କୁହାଯାଏ କି ସୁଖ ର ରାତି ଟି ଜଲଦି ସରିଯାଏ କିନ୍ତୁ ଦୁଃଖର ରାତି ବହୁତ୍ ଦିନ ରହିଥାଏ,ଆଉ କଣ ସବୁ ଦୁଃଖ ଭଗବାନ ଗରିବ ମାନଙ୍କ ଭାଗ୍ୟ ରେ ଦେଇଥାନ୍ତି ।ସେଇ ଦୁଃଖ ର ରାତି ଟିକୁ ସରିବା ପାଇଁ ବହୁତ୍ ଜଣ ତା ପଛରେ ଦଉଡ଼ି ଚାଲିଥାନ୍ତି,

ଆଉ କେତେ ଜଣ ସେଇ ଜୀବନର ଚଲା ପଥରେ ହାରିଯାଇ ନିଜକୁ ତ୍ୟାଗ କରିଦିଅନ୍ତି ,କିନ୍ତୁ ଏମିତି କରିବା ସମ୍ପୂର୍ଣ ଭୁଲ ଯଦି ଆମେ ସେଇ ଦୁଃଖ କୁ ଦୂରେଇବା ପାଇଁ ଲାଗି ପଡ଼ିବା ତ ଦୁଃଖ କୁ ଦୂରେଇ ପାରିବା ।ଆମ ଆଖି ଆଗରେ ଏମିତି କିଛି ଘଟଣା ଘଟି ଯାଉଚି ଯାହା ହୃଦୟ ବିଦାରକ ।ଆଜି ଆମେ ଗୋଟିଏ ଦୁଃଖୀ ପରିବାର କଥା କହିବୁ,ଯାହା ଶୁଣିଲେ ଆପଣ ମାନଙ୍କ ଆଖିରେ ପାଣି ଆସିଯିବ ।

ଘରର ମୁଖ୍ୟ ହେଉଛନ୍ତି ବାପା ଯିଏ କି ଘର ର ମୁଖ୍ୟ ଖୁମ୍ବ ।ତାଙ୍କର ଯଦି କିଛି ଭି ହେଇଯାଏ ତ କଣ ହେବ ଘର ର ସମସ୍ୟା ଆପଣ ମାନେ ଭାବିପାରୁଛନ୍ତି। ଗୃହ ଟି ନିର୍ମାଣ ହେଇଥାଏ ମୁଖ୍ୟ ଖୁମ୍ବ ଉପରେ ନିର୍ଭର କରି ଯଦି କିଛି ଆକସ୍ମିକ ଦୁର୍ଘଟଣା ପାଇଁ ମୁଖ୍ୟ ଖୋମ୍ବ ର କିଛି ହୁଏ ତ ପୁରା ଗୃହ ଟା ଭାଙ୍ଗି ଯାଇଥାଏ,ତାକୁ ସଜାଡ଼ିବା ବହୁତ୍ କଷ୍ଟ କର।ସେଇପରି ଆଜି ଗୋଟିଏ ଘଟଣା ଦେଖିବା ପାଇଁ ମିଳିଛି ।

ଗୋଟିଏ ଲୋକ ର ଶରୀର ର ଅସ୍ଥି ଓକାମି ହେଇଯାଇଛି ।କିନ୍ତୁ ତାଙ୍କ ପିଲା ଦୁଇଟି ତାଙ୍କୁ ନିର୍ଭର କରି କହୁଛନ୍ତି ବାପା ଭଲ ହଇ ଗୋଲେ ଆମ ପାଇଁ ନୂଆ ଡ୍ରେସ ଆଣିବେ ।ଆମେ ଭଲରେ ଦୁଇ ଗୁଣ୍ଡା ଖାଇବା ଖାଇବୁ । ମନରେ ଏମିତି କେତେ କଣ ଆଶା ରଖି ପିଲାଟି ବାପା ଙ୍କୁ ଠେଲି ଠେଲି ନେଇ ହସ୍ପିଟାଲ ରେ ଡାକ୍ତର ଦେଖାଉଛନ୍ତି ମା ପୁଅ ଦୁଇଜଣ ।

ପରିବାର କହିଲେ ମାତ୍ର ଚାରିଜଣ,ସେଇଥିରେ ଭି କେତେ ଦୁଃଖ ।ଏହି ଦୃଶ୍ୟ ହଉଚି ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ପରିସର ମଧ୍ୟ ରେ ।ସେ ରୋଗୀ ଜଣ କ ହେଉଛନ୍ତି ଭୁବନେଶ୍ୱର ର ବିଜେପି ନଗର ମୋଇସାଖାଲ ବସ୍ତି ଅଞ୍ଚଳ ର ବାବୁନା ଦାସ ।ପେଶା ରେ ସେ ଜଣେ ଡ଼୍ରାଇଭର ଗାଡ଼ି ଚଳାଇ ଯାହା ଦୁଇ ପଇସା ରୋଜୋଗାର କରନ୍ତି ସେଥିରେ ଦୁଃଖ କଷ୍ଟେ ଚାଲି ଯାଆନ୍ତୁ ।ସବୁ କିଛି ଠିକ୍ ଠାକ୍ ଥିଲା ।କିନ୍ତୁ ବିଧିର ର ବିଧାନ ବୋଧେ କିଛି ଅଲଗା ଥିଲା ।ତାଙ୍କ ସ୍ତ୍ରୀ ଙ୍କ ପଖୋରୁ ଯାହା ଶୁଣିବା ପାଇଁ ମିଳିଲା କି ବାବୁନା ଗାଡ଼ି ଚଲାଉ ଥିବା ସମୟରେ ରାସ୍ତା ରେ ଗୋଟେ ଅଜଣା ଗାଡ଼ି ଧକ୍କା ରେ ଦୁର୍ଘଟଣା ଘଟିଲା ଯାହା କି ତାଙ୍କ ଜୀବନ ରେ ଅନ୍ଧାର ର କରାଳ ମେଘ ଘଟି ଆଣିଲା ।

ଦେବେ ଠୁ ବାବୁନା ଙ୍କ ର କମ୍ଭର ଅକାମୀ ହଇ ଯାଇଛି ସେ ଚାଲି ପାରୁନାହାନ୍ତି କି ବସି ଉଠି ପାରୁନାହାନ୍ତି ।ତାଙ୍କ ସ୍ତ୍ରୀ ପର ଘରେ ବାସନ ମାଜିବା କାମ କରି ଘର ଚଳାଉଛନ୍ତି ।ତାଙ୍କ ଚିକି୍ସାରେ ଘରେ ଥିବା ସମସ୍ତ ପଇସା ମଧ୍ୟ ସରୁଜାଇଛି ତାଙ୍କ କହିବା କଥା ।ଆମେ ଭଗବାନ ଙ୍କ ପାଖରେ ଏହା ମିନତି କରିବୁ କୁ ସେ ତାଙ୍କ ଦୁଃଖ କୁ ଦୂରେଇ ନିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।