୬୫ ବର୍ଷୀୟା ହିରୋଇନ୍ ଙ୍କ ସହ ଫିଲ୍ମ୍ କରିବାକୁ ଯାଉଛନ୍ତି ଅଭିନେତା ସମ୍ବିତ ଜାଣନ୍ତୁ ସେ ହିରୋଇନ ଜଣଙ୍କ କିଏ

0

ନିଜ କଳା ପ୍ରଦର୍ଶନ କରିବା ପାଇଁ କୌଣସି ସମୟ କିମ୍ବା ବୟସ ର କଟକଣା ନଥାଏ। ଠିକ୍ ସେହିପରି ଏପରି ଏକ ଆଶ୍ଚର୍ଯ ଜନକ ଘଟଣା ଶୁଣିବାକୁ ମିଳୁଛି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ। ଇଣ୍ଡଷ୍ଟ୍ରି କୁହନ୍ତୁ କିମ୍ବା ଅଭିନେତା ମାନଙ୍କ ଟିକି ନିକି ଖବର ରଖିବା ପାଇଁ ସମସ୍ତେ ଆଗଭର। ତେବେ ଆଜି ଆମେ ଆପଣଙ୍କୁ ସିନେ ଜଗତ ର କିଛି ନୁଆ ଖବର ବିଷୟରେ ଜଣାଇବୁ ଯାହା ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରିବେ ନାହି।

ନିକଟ ରେ ତରଙ୍ଗ ସିନେ ପ୍ରୋଡକ୍ସନ୍ ରେ ଆସିବାକୁ ଯାଉଛି ଏକ ନୂଆ ଚଳଚ୍ଚିତ୍ର। ଯାହାର ନାମ ରହିଛି “ଚୁମୁକି ମାଇ ଡାର୍ଲିଂ।”ତେବେ ଫିଲ୍ମ ଟି କିଛି ନୂଆ ଓ ନିଆରା ଢଙ୍ଗ ରେ ହେଇଚି। ଫିଲ୍ମ ଟି ର ସବୁ ଠୁ ବଡ଼ ଓ ଚର୍ଚ୍ଚିତ କଥା ହେଉଛି ଯେ ଜଣେ ୨୫ ବର୍ଷୀୟ ନାୟକ ଙ୍କ ନାୟିକ ସାଜିଛନ୍ତି ଜଣେ ୬୫ ବର୍ଷ ର ନାୟିକା।

ଏହି ୨୫ ବର୍ଷୀୟ ନାୟକ ହେଉଛନ୍ତି ଓଲିଉଡ଼ ଫିଲ୍ମ୍ ଜଗତ ର ଜଣା ଶୁଣା ଓ ଖୁବ୍ ପରିଚିତ ଚେହେରା ସମ୍ବିତ ଆଚାର୍ଯ୍ୟ। ନାୟିକା ହେଉଛନ୍ତି ମହେଶ୍ୱତା ନାୟକ। କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗି ପାରେ ହେଲେ ଏହା ସତ ଅଟେ। ତେବେ ସମ୍ବିତ ଙ୍କୁ କିଏ ବା ନ ଜାଣେ। ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିବା ସହିତ ଅନେକ ରିଆଲୀଟି ଶୋ ରେ ଜଜ ଭାବେ କାମ କରି କମ୍ ଦିନ ଲୋକ ପ୍ରିୟ ଅଭିନେତା ହୋଇପାରିଛନ୍ତି। ଏବେ ସେ ଦୁଇଟି ତେଲୁଗୁ ଫିଲ୍ମ୍ ରେ କାମ କରୁଛନ୍ତି। ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁ ମାତ୍ର ରେ ପସନ୍ଦ ମଧ୍ୟ କରୁଛନ୍ତି।୨୦୧୯ ମସିହା ରେ ସମ୍ବିତ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।

ଓଡ଼ିଆ ବେ ଚୁଲବୁଲି ନାୟିକା ହେଉଛନ୍ତି ମହାଶ୍ୱେତା। ଘରେ ଘରେ ପରଚିତ ସେ। ଖୁବ୍ କମ୍ ବୟସରୁ ନିଜର କ୍ୟାରିଅର ଆରମ୍ଭ କରି ଥିଲେ ସିନେମା ଜଗତରେ । ଅଗଣିତ ଫିଲ୍ମ୍ ଦେଇଛନ୍ତି ଇଣ୍ଡଷ୍ଟ୍ରି କୁ । ସୁନ୍ଦରତା ସହିତ ଅଭିନୟ ରେ ବେଶ୍ ନିପୁଣ। ଶେଷ ଶ୍ରାବଣ ରୁ ଆରମ୍ଭ କରି ଥିଲେ ତାଙ୍କର ଜୀବନ ଯାତ୍ରା । ବର୍ତ୍ତମାନ ସୁଦ୍ଧା ଥକି ନାହାନ୍ତି ସେ। କେତେ କେତେ ପୁରସ୍କାର ର ଅଧିକାରୀ ହୋଇଛନ୍ତି।

ତେବେ ସେ ଏହି ଫିଲ୍ମ୍ ରେ ଚୂମୁକି ଚରିତ୍ର ରେ ଅଭିନୟ କରିଛନ୍ତି। ତାଙ୍କ ପ୍ରେମ ରେ ପାଗଳ ହୋଇ ପଡିଛନ୍ତି ଭବାନୀ ଯିଏ କି ସମ୍ବିତ। ତେବେ ଏହାର ସୁଟିଂ ଏବେ ଜୋର୍ ସୋର୍ ଚାଲିଛି ବୋଲି ଜାଣିବାକୁ ପାଇଛୁ। ଭିନ୍ନ ସ୍ଵାଦ ର ପ୍ରେମ କାହାଣୀ କୁ ନେଇ ଫିଲ୍ମ୍ ଟି ତିଆରି ହୋଇଥିବାରୁ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା କରା ଯାଉଛି।

ପ୍ରଥମ ଥର ପାଇଁ ଏପରି ବିଷୟବସ୍ତୁ କୁ ନେଇ ଆସିଛି ତରଙ୍ଗ ସିନେ ପ୍ରୋଦକ୍ସନ୍। ଆଗରୁ ମଧ୍ୟ ମହାଶ୍ୱେତା ଲାଲ୍ ପନ୍ ବିବି ରେ କାମ କରିଥିଲେ। ଏହା ହେଉଛି ତାଙ୍କର ତରଙ୍ଗ ରେ ଦ୍ଵିତୀୟ ଫିଲ୍ମ। ଏଥିରେ ଅନ୍ୟ ଲୋକ କଳାକାର ମାନେ ହେଉଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା,ଓ ଅଳକା ଶତପଥୀ । ତେବେ ଫିଲ୍ମ୍ ଟି ଦର୍ଶକ ଙ୍କୁ ଭଲ ଲାଗିବ ବୋଲି ତରଙ୍ଗ ସିନେ ପ୍ରୋଡ଼କ୍ସନ୍ ର ଆଶା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।