ବାଃ ବାଃ ରେ ଝିଅ ! ୨୧ ବର୍ଷ ବୟସରେ ସାରା ଦେଶରେ ଇତିହାସ ରଚିଲେ ଏହି ଝିଅ ହେଲେ ଦେଶର ସର୍ବକନିଷ୍ଠ ମେୟର….

0

କୁହାଯାଏ କି ଯଦି ଆପଣଙ୍କ ଚିନ୍ତା ଧାରା ଉଚ୍ଚ ହୋଇଥାଏ ଏବଂ ଏହି ସମାଜ ପାଇଁ କିଛି କରିବାର ଇଚ୍ଛା ଶକ୍ତି ରହିଥାଏ ତ ଆପଣଙ୍କୁ ନିଜର ଲକ୍ଷ୍ୟ ସାଧନ କରିବା କୁ କେହି ବି ଅଟକାଇ ପାରିବ ନାହିଁ ।ଆମ ସମାଜରେ ଥିବା ଏହି ଲୋକବାଣୀ କୁ ସତରେ ପ୍ରମାଣିତ କରି ଦେଖେଇଛନ୍ତି ଜଣେ ୨୧ ବର୍ଷ ର ଝିଅ ।ଆପଣ ମାନେ ଏକ ଐତିହାସିକ କାହାଣୀ ମଧ୍ୟ ଜାଣିଥିବେ କି ସାନ ସିନା ଦାନ ତା ମହାନ ।

ଏହି ଉକ୍ତି ଟିର ଅର୍ଥ ଆପଣ ସମସ୍ତ ଙ୍କୁ ଜଣାଥିବ ନିଶ୍ଚିତ। ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଜଣେ ବ୍ୟକ୍ତି ଙ୍କ ମହାନତା ବିଷୟରେ ଜଣେଇବା ଯାଉଛୁ ଯାହା କି ଅତ୍ୟନ୍ତ ଅଭବନୀୟ ଏବଂ ଅବିଶ୍ଵାସ ଯୋଗ୍ୟ ମଧ୍ୟ । ତେବେ ସୂଚନା ଅନୁସାରେ ଯେ , ବର୍ତ୍ତମାନ କେରଳ ର ଜଣେ ୨୧ ବର୍ଷୀୟ ମହିଳା ଙ୍କ ର ଫୋଟ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବେସ୍ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହି ଝିଅ ଟି କହିଁକି ଏତେ ଚର୍ଚ୍ଚାର ରହିଛି ତାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ ନିଶ୍ଚିତ ।ତେବେ କେରଳ ର ଆର୍ଯ୍ୟା ରାଜେନ୍ଦ୍ର ହେଉଛନ୍ତି ସାରା ଦେଶ ର ସର୍ବକନିଷ୍ଠ ମେୟର ।ଯିଏକି ଚଳିତ କେରଳ ନିର୍ବାଚନ ରେ ମୁନାଗଡ଼ମୁଗଲ କଂଷ୍ଠିଚୁଏନ୍ସି ରୁ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି ।ଯାହାକି ଏକ ଆଶ୍ଚର୍ଯ୍ୟ ଜନକ କଥା ଅଟେ କିନ୍ତୁ ଏହାକୁ ସତରେ ପ୍ରମାଣିତ କରିପାରିଛନ୍ତି ଏହି ମହିଳା ଜଣଙ୍କ ।

ତେବେ ସେ ଚଳିତ ବର୍ଷ ମେୟର ନିର୍ବାଚନ ପାଇଁ ମୁନାଗଡ଼ମୁଗଲ ରୁ ଜଣେ ବିଜେଡି ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ ଏବଂ ତାଙ୍କର ବିପକ୍ଷରେ ଛିଡା ହୋଇଥିବା ପ୍ରାର୍ଥୀ ଙ୍କୁ ସେ ୨୭୨୮ ଭୋଟ୍ ରେ ହରାଇ ଦେଇଛନ୍ତି ଏବଂ ଦେଶର ସର୍ବକନିଷ୍ଠ ମେୟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।ତେବେ ପିଲା ଦିନରୁ ହିଁ ତାଙ୍କୁ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି ଆର୍ଯ୍ୟା ।ଖାସ କରି ଲୋକମାନ ଙ୍କ ର ଆବଶ୍ୟକତା ସମୟରେ ସେ ସବୁବେଳେ ତାଙ୍କ ପାଖରେ ରହିଥାନ୍ତି ।

ତେବେ ଆର୍ଯ୍ୟା ଙ୍କୁ ସିପିଆଇ (ଏମ) ପକ୍ଷରୁ ତାଙ୍କୁ ନିର୍ବାଚନ ରେ ଛିଡା ହେବାର ସୁଯୋଗ ମିଳିଥିଲା ଏବଂ ଏହା ପୂର୍ବରୁ ସେ ସିପିଆଇ ଏମ ର ଏକ ସଂଗଠନ ରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି ।ତେବେ ଆର୍ଯ୍ୟା ରାଜେନ୍ଦ୍ର ବର୍ତ୍ତମାନ କେରଳ ରାଜଧାନୀ ଥିରୁଅନ୍ତପୁରମ ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଛନ୍ତି ।

ତେବେ ସେ ଏହି ନିର୍ବାଚନ ରେ ଛିଡା ହେବା ସମୟରେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ କି ଯଦି ସେ ଜିତନ୍ତି ତ କେରଳ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ କୁ ସେ ପ୍ରଥମେ ବିକାଶ ଓ ଉନ୍ନତ କରିବେ ଏବଂ ସମସ୍ତ ପିଲା କିପରି ଶିକ୍ଷା କରିବାର ସୁଯୋଗ ପାଇବେ ସେ ନେଇ ବ୍ୟବସ୍ଥା କରିବେ ବୋଲି କହିଥିଲେ ।ତେବେ ଦେଖାଯାଉ ସେ ଏବେ ଆଗକୁ କଣ ସବୁ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।