ଜାଣନ୍ତୁ ଏହି ଚାରି ବଲିଉଡ଼ ଷ୍ଟାର ଙ୍କ ନାମ, ଯେଉଁମାନେ ଗରିବ ପରିବାର ରୁ ଆସି ଆଜି କୋଟିପତି ସାଜିଛନ୍ତି……

0

ସମୟ ସବୁଦିନ ସମାନ ନଥାଏ। ଆଜି ଯିଏ ଗରିବ ଥାଏ, କାଲି ସେ ଧନୀ ପାଲଟି ଯାଏ ଆଉ ପୁଣି ଧନୀ ଗରିବ ସାଜେ। ତେବେ ଏହାର ସମୟ ର ଖେଳ। ଆପଣ ଜାଣିଥିବେ ବଲିଉଡ୍ ଜଗତରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁ ମାନଙ୍କ ର ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଛି। ଅନେକ ଅଭିନେତା ଦାରିଦ୍ର୍ୟ ରୁ ଆସି ନିଜ ଶ୍ରମ କରି ସଫଳତା ହେବା ସହିତ କୋଟି କୋଟି ଟଙ୍କାର ମାଲିକ ଏବଂ ସେଲିବ୍ରିଟି ପାଲଟି ଯାଇଛନ୍ତି। ମୁମ୍ବାଇ ହେଉଛି ସ୍ଵପ୍ନ ନଗରୀ। ଆଉ ଏଠି ଆସି ଅନେକ ନିଜର ସ୍ବପ୍ନ ପୂରଣ କରି ପରିଚୟ ସୃଷ୍ଟି କରିପାରିଛନ୍ତି।

ତେବେ ଆସନ୍ତୁ ଜାଣିବା ଏମିତି କେତେକ ବଲିଉଡ୍ କଳାକାର ଙ୍କ ନାମ ଯେଉଁମାନେ ନିଜର କଠିନ ପରିଶ୍ରମ କରି ଗରିବ ରୁ ଆଜି ସୁପର୍ ଷ୍ଟାର ହୋଇ ପାରିଛନ୍ତି। ସେମାନଙ୍କ ସଂଘର୍ଷ ର କାହାଣୀ ଅନେକ ଙ୍କୁ ମଧ୍ୟ ପ୍ରେରଣା ପ୍ରଦାନ କରିବ।

ପ୍ରଥମ:-ବଲିଉଡ୍ ଷ୍ଟାର ହେଲେ ନୱାଜୁଦିନ ସିଧିକି।

ଏହି କଳାକାର ଜଣକ ବହୁତ ମାତ୍ରା ରେ ସଂଘର୍ଷ କରିଛନ୍ତି। ବଲିଉଡ୍ ରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ ବର୍ଷ ଧରି ଅଭିନୟ କରି ଆସିଛନ୍ତି। ଏତେ ଗରିବ ଥିଲେ ଯେ ଏମିତି କି ତାଙ୍କୁ ଏକ ଲୁଗା ଦୋକାନ ର ସେଲ୍ସ ମ୍ୟାନ ରୂପେ କାର୍ଯ୍ୟ କରିବାକୁ ପଡ଼ିଥିଲା।

ଦ୍ୱିତୀୟ :- ଦ୍ୱିତୀୟ ବଲିଉଡ କଳାକାର ହେଲେ ସଞ୍ଜୟ ମିଶ୍ର।

ଏହି ବ୍ୟକ୍ତି ଦେଖିବାକୁ ଯେତିକି ସରଳ ଏବଂ ଶାନ୍ତ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ସେପରି ସ୍ଵଭାବ ର ଅଟେ। ଆପଣ ଜାଣିଥିବେ ଅନେକ ହିନ୍ଦୀ ସିନେମାରେ ସେ ହାସ୍ୟ ଅଭିନେତା ଭାବରେ କାର୍ଯ୍ଯ କରିଛନ୍ତି। ତାଙ୍କର ଅନେକ ଦୁଃଖରେ ଦିନ ବିତିଥିଲା। ନିଜ ପେଟ ପାଟଣା ପାଇଁ ଏକ ହୋଟେଲ ରେ ବାସନ ଧୋଇବା ର କାର୍ଯ୍ୟ ମଧ୍ୟ କରିଥିଲେ। ଆଉ ଆଜି ତାଙ୍କର ଭାଗ୍ୟ ତାଙ୍କୁ ଏକ ସେଲିବ୍ରିଟୀ ରୂପେ ପରିଚିତ କରାଇ ଦେଇଛି।

ତୃତୀୟ:- ତୃତୀୟ ବଲିଉଡ କଳାକାର ହେଲେ ମିଥୁନ ଚକ୍ରବର୍ତ୍ତୀ।

ମିଥୁନ ଚକ୍ରବର୍ତ୍ତୀ ଅନେକ ହିନ୍ଦୀ ସିନେମା ରେ କାର୍ଯ୍ଯ କରିବା ପୂର୍ବରୁ ବଙ୍ଗଳା ସିନେମା ଜଗତରେ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ସୁପର ଷ୍ଟାର ହେବା ପୂର୍ବରୁ ଅନେକ କଷ୍ଟ ସହ୍ୟ କରିଛନ୍ତି। ଆଉ ଅନେକ କଷ୍ଟ ସହିବା ପରେ ସେ ଯାଇ ଏହି ସଫଳତା ହାସଲ କରିଛନ୍ତି।

ଚତୁର୍ଥ:- ଚତୁର୍ଥ ବଲିଉଡ ଷ୍ଟାର ହେଲେ ଜନି ଲିବର୍।

ସେ ଛୋଟ ପିଲା ଥିବା ସମୟରେ ଏମିତିକି ନିଜର ପରିବାର ପାଇଁ କାଗଜ ବିକ୍ରି କରୁଥିଲେ। ଆଉ ଆଜି ସମୟ ସମ୍ପୁର୍ଣ୍ଣ ବଦଳି ଯାଇଛି। ଯଦିଓ ସେ ହାସ୍ୟ ଅଭିନେତା ଅଟନ୍ତି ମାତ୍ର ତାଙ୍କର ଅନେକ ଲୋକ ପ୍ରିୟତା ରହିଛି। ଆଉ ଆଜି ସେ ଜଣେ ପ୍ରସିଦ୍ଧ ଏବଂ କୋଟି କୋଟି ଟଙ୍କାର ମାଲିକ ପାଲଟି ଯାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।