ଗୋଟିଏ ଦିନରେ ଲାଭ ଉଠାଇ ପାରିବେ ମାତ୍ର ପ୍ରୟୋଗ କରନ୍ତୁ ଏହି ରିମେଡି ସବୁଦିନ ପାଇଁ ଆପଣଙ୍କ ମୁହଁ ଓ ଦେହର ବାଳ ଦୂର ହୋଇଯିବ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଆଧୁନିକ ଲୋକଙ୍କ ସୁନ୍ଦରତା ପାଇଁ ମୁହଁ ଏବଂ ଶରୀରର କେଶ ବାଧକ ସାଜିଛି।ଯଦିଓ ଆମେ ସବୁବେଳେ ମୁଣ୍ଡ ର କେଶ କୁ ଲମ୍ବା କରିବା , ଘନ କରିବା ପାଇଁ ଚେଷ୍ଟା କରିଥାଉ ଆଉ ତାର ବିପରୀତ ରେ ଶରୀରର ଅନ୍ୟ ଅଙ୍ଗ ରେ ଥିବା ବାଳ କୁ ଦୂର କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଉ। କାରଣ ଏହା ଆମ ସୁନ୍ଦର ଚେହେରା କୁ ଏକ ଅଜବ ଆକାର ଦେଇଥାଏ ।ସେମାନେ ସବୁବେଳେ ଏହି କେଶ କୁ ନେଇ ଚିନ୍ତାରେ ରହିଥାନ୍ତି ।

ଯେପରି କି ମୁହଁରେ ଥିବା କେଶ , ହାତ ଗୋଡ଼ ରେ ଥିବା କେଶ ଆଦି କୁ ନେଇ ବହୁତ ଚିନ୍ତା ରେ ରହିଥାନ୍ତି ।ଏବଂ ଏହାକୁ ସବୁଦିନ ପାଇଁ ଶେଷ କରିବାକୁ ସେମାନେ ବିଭିନ୍ନ ପ୍ରକାରର କସମେଟିକ ପ୍ରଡକ୍ଟ ର ବ୍ୟବହାର କରିବା ସହ ବିୟୁଟି ପାଲର ର ସାହାଯ୍ୟ ନେଇଥାଉ ।ମାତ୍ର ଏହା ପରେ ମଧ୍ୟ ଏହି ସବୁ କେଶ ମାତ୍ର କିଛି ଦିନ ପାଇଁ ଉଭେଇ ଯାଏ ଆଉ ପୁଣି ବଢିବାକୁ ଲାଗିଥାଏ।

ଆମେ ଆଜି ଆପଣଂକୁ ଏମିତି ଏକ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଆପଣ ଚାହୁଁନଥିବା କେଶ କୁ ସବୁଦିନ ପାଇଁ ଦୂର କରିଦେବ।ଏବଂ ଏହା ଏକ ଘରୋଇ ଉପାୟ ହୋଇଥିବା ରୁ ଏହାର କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ରହିନଥାଏ ।ତେବେ ଆସନ୍ତୁ ଆମ ଶରୀରର ଚାହୁଁନଥିବା ବାଳ କୁ ଦୂର କରିବା ପାଇଁ ଏହି ରିମେଡି ଟି ପ୍ରସ୍ତୁତ କରିବା ।

ଆବଶ୍ୟକ ସାମଗ୍ରୀ:-

ଏହି ଘରୋଇ ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି।
୧.ଗୋଟିଏ ଗ୍ଲାସ ଗରମ ପାଣି
୨.ଗୋଟିଏ ଲେମ୍ବୁ
୩.ଖାଇବା ସୋଡା
୪.ଗୋଲାପ ଜଳ

ପ୍ରସ୍ତୁତ କରିବା କିପରି:-

ବନ୍ଧୁଗଣ ଏହି ରିମେଡି ଟି ପ୍ରସ୍ତୁତ କରିବା ବହୁତ ସହଜ ଅଟେ ଏବଂ ଏହା ବହୁତ କମ ବ୍ୟୟବହୁଳ ମଧ୍ୟ ।ତେବେ ଏହି ଉପାୟ ଟୀକୁ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଗୋଟିଏ ଗ୍ଲାସ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ୨-୩ ଚାମଚ ଗୋଲାପ ଜଳ(ମାର୍କେଟ ରେ ଉପଲବ୍ଧ ଥିବା ଗୋଲାପ ଜଳ) ମିଶାନ୍ତୁ ଏବଂ ୨ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ପରେ ଏଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ଖାଇବା ସୋଡା ମିଶାଇ ନିଅନ୍ତୁ। ଏବଂ ପାଣି ଟୀକୁ ସାମାନ୍ୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟୀକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ନିଜର ମୁହଁକୁ ସାଧାରଣ ପାଣିରେ ଧୋଇନିଅନ୍ତୁ ଏବଂ ଆପଣ ଚାହୁଁନଥିବା କେଶ ଉପରେ ଏହି ରିମେଡି ଟୀକୁ ନିଜ ହାତରେ ବା ଲେମ୍ବୁ ଚୋପା ସାହାଯ୍ୟ ରେ ଲଗାନ୍ତୁ ।ଏହାକୁ ଲଗାଇ ସରିବା ପରେ ୧୦-୧୫ ମିନିଟ ଏହିପରି ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ନରମାଲ ପାଣିରେ ଧୋଇନିଅନ୍ତୁ।

ଏହିପରି ଭାବରେ ଆପଣ ସପ୍ତାହ ରେ ଦୁଇ ଥର ବ୍ୟବହାର କରନ୍ତୁ ମାତ୍ର ଗୋଟିଏ ମାସ ମଧ୍ୟରେ ଆପଣ ଙ୍କର ଏହି ସବୁ କେଶ ସବୁଦିନ ପାଇଁ ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।