୨ ମିନିଟ ରେ ହଳଦିଆ ଦାନ୍ତ କୁ କରନ୍ତୁ ମୋତି ଭଳି ଚମକ । ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ…

0

ଆମେ ମାନେ ଆଜି କାଲି ସବୁକିଛି କେମିକାଲ୍ ଦ୍ୱାରା ତିଆରି ଜିନିଷ ହିଁ ବ୍ୟବହାର କରୁଛୁ, ଏହା ଦ୍ୱାରା ଆମ ଶରୀର ରେ ଅନେକ ପ୍ରକାରର ରୋଗ ସବୁ ଦେଖିବାକୁ ମିଳୁଛି। ଆଜି କାଲି ଲୋକ ମାନେ ନିଜ ଶରୀର ର ସୁନ୍ଦରତା କୁ ବଢାଇବା ପାଇଁ ବିଭିନ୍ନ ପ୍ରକାରର କେମିକାଲ୍ ସବୁ ବ୍ୟବହାର କରୁଛନ୍ତି। ଆଗ କାଳ ରେ କିନ୍ତୁ ଲୋକ ମାନେ ସବୁ ଘରୋଇ ନୁଷ୍କା ବ୍ୟବହାର କରୁଥିଲେ। ଏହି ଘରୋଇ ନୁଷ୍କା ରେ ସେମାନେ କିଛି ବି କେମିକାଲ୍ ବ୍ୟବହାର କରୁନଥିଲେ। ଏହା ଦ୍ୱାରା ସେମାନଙ୍କ ପାଖରେ କିଛି ରୋଗ ଦେଖିବାକୁ ମିଳୁନଥିଲା।

ଏବେ ଆମ ଶରୀରରେ ଅନେକ ପ୍ରକାରର ଅସୁବିଧା ସବୁ ଦେଖିବାକୁ ମିଳୁଛି ଯେପରିକି ଚୁଟି ଝଡିବା, ଚନ୍ଦାପଣ ଏହି ପରି ଅନେକ ସବୁ ଅସୁବିଧା ଦେଖିବାକୁ ମିଳୁଛି। ସେହିପରି ଆଉ ଏକ ସମସ୍ୟା ହେଉଛି ଦାନ୍ତ ଗୁଡିକ କଳା କିମ୍ବା କଷ ଭଳି ହୋଇଯାଇଥାଏ ଏବଂ ହଳଦିଆ ପଡିଯାଇଥାଏ। ଅନେକ ଜଣଙ୍କ ର ତ ପୋକ ମଧ୍ୟ ଖାଇଯାଇଥାଏ। ଯାହା ଦେଖିବାକୁ ବହୁତ ଖରାପ ଲାଗିଥାଏ। ଅନେକ ଲୋକ ଏଥି ପ୍ରତି ଧ୍ଯାନ ଦିଅନ୍ତି ଅନେକ ଏଥିପ୍ରତି ଧ୍ୟାନ ଦେଇନଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ପରି ଘରୋଇ ଉପାୟ ରେ ଆମେ ଆମର ଖରାପ ଦେଖାଯାଉଥିବା ଦାନ୍ତ କୁ ଧଳା କରିଦେଇପାରିବା।

ଅଧିକ ବିଡି, ସିଗାରେଟ୍ ସେବନ କରିବା ଦ୍ୱାରା ଦାନ୍ତ କୁ ଭଲ ଭାବେ ସଫା ନକରିବା ଦ୍ୱାରା ଅଧିକ ଚା ପିଇବା ଦାନ୍ତ ରେ ଜମା ହୋଇଯାଇଥାଏ ଏବଂ ଏହି ସମସ୍ୟା ଦେଖାଦେଇଥାଏ। ତେବେ ଆମେ ଏକ ପେଷ୍ଟ ଘରେ ତିଆରି କରି ତାହାକୁ ଦାନ୍ତ ରେ ଲଗାଇବା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତି ପାଇପାରିବା। ତେବେ ଆସନ୍ତୁ ଜାଣିବା ସେହି ପେଷ୍ଟ କିପରି ପ୍ରସ୍ତୁତ କରିବା।

ପ୍ରସ୍ତୁତି ପ୍ରଣାଳୀ

ଏହି ପେଷ୍ଟ ପାଇଁ ପ୍ରଥମେ ଅଧଚାମଚ ମେଥି ଗୁଣ୍ଡ ନେବେ ଏହା ପରେ ସେହି ମେଥି ଗୁଣ୍ଡ ରେ ଅଧା ଚାମଚ ନଡିଆ ତେଲ ମିଶେଇବେ। ଏହାପରେ 4 ଟି ତୁଳସୀ ପତ୍ର କୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ମିଶାଇବେ। ଏହି ସବୁକୁ ଭଲ ଭାବରେ ଗୋଳାଇ ଦେବେ ଏବଂ ଏଥିରେ ଆପଣ ପ୍ରତିଦିନ ବ୍ୟବହାର କରୁଥିବା କୋଲ୍ଗେଟ୍ ଅଧା ଚାମଚ ମିଶାଇଦେବେ। ଏହାପରେ ପେଷ୍ଟ ଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ। ତୁଳସୀ ପତ୍ର ମିଶାଇବା ଦ୍ୱାରା ଦାନ୍ତ ରେ ଦୁର୍ଗନ୍ଧ ର ସମସ୍ୟା ଥିବ ତାହା ମଧ୍ୟ ଦୂର ହୋଇଯିବ।


ଏହାପରେ ଏହି ପେଷ୍ଟ ଟି କୁ ପ୍ରତିଦିନ ଦାନ୍ତ ଘସିବା ସମୟ ରେ ବ୍ରଶ ରେ ଲଗାଇ ବ୍ରଶ୍ କରନ୍ତୁ। ଅଳ୍ପ ସମୟ ଘସିବା ଦ୍ୱାରା ଏହା ଭଲ ଭାବେ ସଫା ହୋଇନଥାଏ। ସେଥିପାଇଁ ଏହାକୁ ପାଖାପାଖି 5 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ସଫା କରନ୍ତୁ। ଏହା ଦ୍ଵାରା ଆମେ ବିଭିନ୍ନ ଦାନ୍ତ ସମସ୍ୟା ରୁ ରକ୍ଷା ପାଇ ପାରିବା।

 

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।