କି ବିକୃତ ଚିନ୍ତାଧାରା ? ବାହାଘର ୩ ବର୍ଷ ପରେ କାଳି କହି ସ୍ତ୍ରୀକୁ ଘରୁ କାଢିଦେଲା ସ୍ୱାମୀ | ଦୟାକରି କମେଣ୍ଟ କରନ୍ତୁ ଏହି ମହିଳା ଙ୍କ ସହ ଅନ୍ୟାୟ ପାଇଁ ସ୍ବାମୀ ଙ୍କୁ କି ଦଣ୍ଡ ମିଳିବା ଦରକାର ?

0

ବର୍ତ୍ତମାନ ଭାରତ ହେଉଛି ବିଶ୍ଵ ର ଏକ ଅଗ୍ରଗତି ଶିଳ ଦେଶ ଅଟେ ।ଏବଂ ଆମେ ଏବେ ଏକ ଅତ୍ୟାଧୁନିକ ,ଶିଖିତ ସମାଜରେ ବସବାସ କରୁଛୁ। କିନ୍ତୁ ସବୁବେଳେ ଆମ ମନ ରେ ଏକ ପ୍ରଶ୍ନ ଉଙ୍କିମାରେ କି କଣ ଆମେ ଏବେ ଶିଖିତ ..??? କଣ ଆମ ସମାଜ ରେ ଏବେ କୌଣସି କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ର ଛାୟା ଠାରୁ ଦୁରେଇ ଯାଇଛି …ନା ଏବେ ବି ଆମେ ସେହି କୁସଂସ୍କାର ଏବଂ କୁପ୍ରାଥ ର ଶିକାର ହେଉଚୁ..??? ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଭୁଲିଯିବେ କି ଆପଣ ଏକ ଶିକ୍ଷିତ ଓ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ବୋଲି ।

ତେବେ ଏମିତି ଏକ ଅମାନବୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ।କାକଟପୁର ଏକ ପରିବାର ରେ ଗଣେଶ ନାମକ ଜଣେ ବ୍ୟକ୍ତି ବିବାହ ର ତିନି ବର୍ଷ ପରେ ନିଜ ସ୍ତ୍ରୀ କୁ କାଳୀ ବୋଲି କହି ଘରୁ ବାହାର କରିଦେଇଛନ୍ତି ।ଏନେଇ ଯୁବତୀ ଜଣଙ୍କ କାକଟପୁର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ପରେ ସମସ୍ତ ଘଟଣା ର ପର୍ଦାଫାସ ହୋଇଛି ।

ସୂଚନାଯୋଗ୍ୟ ଯେ ,୨୦୧୮ ମସିହାରେ କାକଟପୁର ରେ ଗଣେଶ କୁମାର ସାହୁ ସସ୍ମିତା ମହାନ୍ତି ନାମକ ଜଣେ ମହିଳା ଙ୍କୁ ବୈବାହିକ ରୀତିରେ ବିବାହ କରିଥିଲେ ।ବର୍ତ୍ତମାନ ସେମାନ ଙ୍କର ଦୁଇ ବର୍ଷର ଏକ ଛୋଟ ଝିଅ ଟିଏ ମଧ୍ୟ ରହିଛି ।ମାତ୍ର ବିବାହର ତିନି ବର୍ଷ ପରେ ତାଙ୍କର ରଙ୍ଗ କଳା କୁ ନେଇ ଉତେଜନା ପ୍ରକାଶ କରିଥିଲେ ସ୍ୱାମୀ ଓ ଶାଶୂ ଘର ଲୋକେ।ତେବେ ସ୍ତ୍ରୀ ର ରଙ୍ଗ କଳା ବୋଲି କହି ତାହାକୁ ନାନା ପ୍ରକାର ର ନିର୍ଯ୍ୟାତନା ଦେବା ସହ ଘରୁ ବାହାର କରିଦେଇଥିଲେ ଘର ଲୋକେ ।

ତେବେ ପୀଡ଼ିତା ସସ୍ମିତା ମହାନ୍ତି କହିଛନ୍ତି ଯେ ,ବିବାହ ସମୟରେ କଣ ତୁମ୍ଭ ଜାଣିନଥିଲ କି ମୋ ରଙ୍ଗ କଳା ବୋଲି ।କଳା ରଙ୍ଗ ଯଦି ପସନ୍ଦ ନଥିଲା ମତେ ବିବାହ କରି ମୋ ଜୀବନ ନଷ୍ଟ କାହିଁକି କଲ ।ସେ କହିଛନ୍ତି ଯେ ମୋ ସହ ମୋ ପିଲା କୁ ମଧ୍ୟ ବହୁତ କଷ୍ଟ ଦେଉଛନ୍ତି ଏହି ପରିବାର ଲୋକେ ।ଶାଶୂ ମନା କରିବାରୁ ସ୍ୱାମୀ ମଧ୍ୟ ପାଖକୁ ଆସୁନାହିଁ। ତେବେ ନ୍ୟାୟ ପାଇଁ ପୋଲିସ ପାଖରେ ଅଭିଯୋଗ ପରେ ସ୍ବାମୀ ଘର ଆଗରେ ଧାରଣା ଦେଇଛନ୍ତି ସସ୍ମିତା ।

ଏପଟେ ଶାଶୂ ଓ ପରିବାର ଲୋକ କହିଛନ୍ତି କି ଏହା ଭୁଲ ଅଟେ ।ଆମେ ତାକୁ ନିଜେ ବିବାହ କରି ଘରକୁ ଆଣିଥିଲୁ ଏବଂ ତାକୁ ଘର ରଖିବାକୁ ଚାହୁଁଚୁ ।ମାତ୍ର ସସ୍ମିତା ଚାହୁଁନାହାନ୍ତି ଘରେ ରହିବାକୁ ସେ ତାଙ୍କର ସମସ୍ତ ଯୌତୁକ ଓ ଟଙ୍କା ପଇସା ନେଇ ବାପ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।ସେ କହିଛନ୍ତି ଯେ ଶାଶୂ ଘରେ ରହିଲେ ଏମାନେ ତାଙ୍କୁ ଓ ତାଙ୍କର କୁନି ଝିଅ କୁ ମରିଦେଇପାରନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।