108 ସେବାକୁ ଆସିଲା ଫେକ କଲ , ଫୋନ୍ କରି ଜଣେ ଅଭଦ୍ର ଯୁବକ ଦେଇଛନ୍ତି ପ୍ରେମ ନିବେଦନ ! ଦୟାକରି କମେଣ୍ଟ କରନ୍ତୁ ଏହି ଯୁବକ ଙ୍କୁ କି ଦଣ୍ଡ ମିଳିବା ଦରକାର ?

0

ରାଜ୍ୟର ଯେ କୌଣସି ସ୍ଥାନ ରେ ମାଗଣା ରେ ଆମ୍ବୁଲାନ୍ସ ସେବା ପହଞ୍ଚେଇବା ପାଇଁ ଏହି ସେବା ଆରମ୍ଭ କରାଯାଇଥିଲା ଯେଉଁଥିପାଇଁ କି ୧୦୮ ନମ୍ବର ଜାରି କରାଯାଇଥିଲା । ଯେ କୌଣସି ବ୍ୟକ୍ତି ଏହି ନମ୍ବରରେ କଲ କଲେ ତାହାର କଲ ସିଧା ଭୁବନେଶ୍ୱର କଲ ସେଣ୍ଟରକୁ ଆସିଥାଏ । ସେଠାରୁ ରୋଗୀଙ୍କ ବାବଦରେ ଜାଣିବା ପରେ ସେଠାକୁ ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ପଠାଯାଇଥାଏ । ସମାଜର କିଛି ଅସାମାଜିକ ଲୋକମାନେ କର୍ମଚାରୀଙ୍କୁ ଫେକ କଲ କରି ବାରମ୍ବାର ହଇରାଣ କରୁଥିବାରୁ ବହୁତ ଲୋକମାନେ ଏହି ସେବା ରୁ ବଞ୍ଚିତ ହେଉଛନ୍ତି ।

ଏହା ପୂର୍ବ ରୁ କରୋନା କାଳ ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । କରୋନା କୁ ନେଇ କରି ଯେତେବେଳେ ସାରା ଦେଶ ସଂଘର୍ଷ କରୁଥିଲା ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି ଏହି ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରି ଦେଉଥିଲେ ଓ ଏ କାମ ଟିର ଫାଇଦା ଉଠାଇ ଥିଲେ ।ସେମାନେ ଗୋଟେ କୋଥା। ବୋଧେ ଭାବନ୍ତି ନାହି କି ତାଙ୍କ ପାଇଁ ଆଉ କେତେଜଣ ହଇରାଣ ହେଉଛନ୍ତି ।

କରୋନା ସହାୟତା ପାଇଁ ରାଜ୍ୟ ସରକାର ଜାରି କରିଥିବା ୧୦୮ ହେଲପଲାଇନ ନମ୍ବରର ମିଛମିଛିକା କଲ କରି କର୍ମଚାରୀଙ୍କୁ ହଇରାଣ କରୁଥିଲେ କିଛି ଅସାମାଜିକ ବ୍ୟକ୍ତି । ତେଣୁ ଏପରି କିଛି ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟନୁଷ୍ଟାନ ନିଆଗଲେ ଫେକ କଲ ରୋକିବା ସହିତ ରୋଗୀଙ୍କୁ ମଧ୍ୟ ଆଉ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ।ଏହିପରି ଅନାବଶ୍ୟକ କଲ ଆସୁଥିବାରୁ ଜରୁରୀ କାଳୀନ ସେବା ପାଇଁ କଲ କରୁଥିବା ବ୍ୟକ୍ତିଙ୍କର ଫୋନ ଉଠାଇ ପାରୁନଥିବା ବେଳେ ୧୦୮ ସେବାକୁ ଦୋଷ ଦେଉଛନ୍ତି ଲୋକେ ।

ଜରୁରୀ କାଳୀନ ସମୟରେ ସେବା ଯୋଗାଇ ଦେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ।କିଏ ଫୋନ କରି ନିଜର ପ୍ରେମ ନିବେଦନ କରୁଛି ପୁଣି କିଏ ନିଜର ପ୍ରେମ କାହାଣୀ କଥା କହୁଛି । ଏପରିକି କିଛି ବ୍ୟକ୍ତି ଫୋନ ଉଠାଉଥିବା ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷା କହିବାକୁ ମଧ୍ୟ ପଛଉ ନାହାନ୍ତି ।ଏ ହଉଚି କିଛି ଅସଭ୍ୟ ଲୋକ ନକର କାମ ସେମାନେ କଲ ରେ ମହିଳା ଙ୍କ ଶବ୍ଦ ଶୁଣିଲା କ୍ଷଣି ଅଭଦ୍ର ଭାଷା କହିବା ରେ ଲାଗି ପଡନ୍ତି।

ଜରୁରୀ କାଳୀନ ସେବା ପାଇଁ ନମ୍ବର ଉଦ୍ଧିଷ୍ଟ ଥିବା କଥା ଜାଣି ମଧ୍ୟ ଏହିପରି ମଜାମସ୍ତି କରୁଛନ୍ତି କିଛି ବ୍ୟକ୍ତି । ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଟାନ ହେଉନଥିବାରୁ ଏପରି କଲ ବାରମ୍ବାର ବଢି ଚାଲିଥିବା ସମୟରେ ମହିଳା କର୍ମଚାରୀଙ୍କୁ ଫୋନ ଲଗାଇ ହଇରାଣ କରୁଥିବାର କଥା ସାମ୍ନାକୁ ଆସିଛି ।୧୦୮ ଆମ୍ବୁଲାନ୍ସ ସେବାକୁ ଫେକ କଲ , ଜରୁରୀ କାଳୀନ ସେବା ପାଇଁ ଉଦ୍ଧିଷ୍ଟ ଥିବା ଆମ୍ବୁଲାନ୍ସର ମାଗଣା ସେବାର କଲ ସେଣ୍ଟରକୁ ଏବେ ଏପର ଭାବରେ ଫେକ କଲ ଆସିବାରେ ଲାଗିଛି ।

ଏହି ଜରୁରୀ କାଳୀନ ସେବା କିଛି ଅସାମାଜିକ ଲୋକ ମାନଙ୍କ ପାଇଁ ପାଲଟିଛି ମଜା ଓ ଟାଇମ ପାସର ମାଧ୍ୟମ । ୧୦୮ କଲରେ ଲଗାତାର କଲ କରି କର୍ମଚାରୀଙ୍କୁ ହଇରାଣ କରିବା ସହିତ କରୁଛନ୍ତି ପ୍ରେମ ନିବେଦନ । ପ୍ରାୟତଃ ସବୁଦିନ ଏପରି କିଛି ଫେକ କଲ ଆସୁଥିବାରୁ ଅଭିଯୋଗ ହୋଇଛି ।ଜରୁରୀ କାଳୀନ ସେବା 108ର ମାଗଣା ନମ୍ବର ଏବେ କିଛି ଅମାନିଆ ଯୁବକଙ୍କ ପାଇଁ ପାଲଟିଛି ମନୋରଞ୍ଜନର ମାଧ୍ୟମ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।