ସ୍ବାମୀ ମରିଗଲା ପରେ ବିଧବା ବୋହୁ ଶଶୁର ଏମିତି କିଛି କରିଦେଲେ ଜାଣିଲେ ଆପଣ ମଧ୍ୟ କହିବେ ଛି ଛି ଶଶୁର ନା ରାକ୍ଷାସ !

0

ଆଗ କାଳ ରୁ ହିଁ ଆମ ସମାଜରେ ରହି ଆସିଛି ଏବଂ ଆମେ ମାନେ ସମସ୍ତେ ଦେଖି ମଧ୍ୟ ଆସିଛୁ କି ବୋହୂ ଉପରେ ଶାଶୂ ହେଉ ଶ୍ୱଶୁର ହେଉ କିମ୍ବା ମାଆ ବୁଦ୍ଧି ରେ ପଡି ତାର ନିଜ ସ୍ୱାମୀ ବି ତା ଉପରେ ଅତ୍ୟାଚାର କରିଆସିଛନ୍ତି। ଅନେକ ଘର ମାନଙ୍କରେ ରେ ବୋହୂ ର ଯୌତୁକ କଥା କୁ ନେଇ ତା ଉପରେ ଅତ୍ୟାଚାର କରାଯାଇଥାଏ, ତୁ ତ ବାପ ଘରୁ ଯୌତୁକ ଆଣିଲୁନି କଣ ପାଇଁ। ସେହି କଥା କୁ ନେଇ ତା ଉପରେ ଅନେକ ପ୍ରକାରର ଅତ୍ୟାଚାର କରିବା ସହ ତାକୁ ମାଡ ମାରି ଜୀବନ ରୁ ମଧ୍ୟ ମାରିଦେବା କଥା ଦେଖିବାକୁ ମିଳିଛି।


ଆଉ ଅନେକ ସ୍ଥାନ ରେ ଯଦି ଘରେ ଝିଅ ଟି ଏ ଜନ୍ମ ହୁଏ ତେବେ ଶାଶୂ ମାନେ ବୋହୂ ମାନଙ୍କୁ ଦୋଷ ଦେଇ କୁହନ୍ତି ତୁ କାହିଁକି ଝିଅ ଜନ୍ମ କରିଲୁ ଆମର ପୁଅ ଟି ଏ ଦରକାର ଥିଲା, କିନ୍ତୁ ଆମେ ବିଜ୍ଞାନ ଦୃଷ୍ଟି ରୁ ଦେଖିବାକୁ ଗଲେ ପିଲା ଜନ୍ମ ସମୟ ରେ ସେଇ ପିଲା ଟି ପୁଅ ହେବ କି ଝିଅ ହେବ ତାହା ସମ୍ପୂର୍ଣ୍ଣ ଭାବେ ଏକ ପୁରୁଷ ଉପରେ ନିର୍ଭର କରିଥାଏ ଏକ ନାରୀ ଉପରେ ନୁହେଁ। କିନ୍ତୁ କେବେ କେହି ପୁରୁଷ କହିନଥାନ୍ତି ଏକ ନାରୀ କୁ ତାହାର ଦୋଷ ଦେଇଥାନ୍ତି ଏବଂ ଅତ୍ୟାଚାରିତ କରିଥାନ୍ତି। ଆମେ ମଧ୍ୟ ଆଜି ଆପଣ ମାନଙ୍କୁ ଏକ ଶ୍ୱଶୁର ର ତା ବୋହୂ ଉପରେ ଅତ୍ୟାଚାର ସମ୍ପର୍କରେ କହିବୁ।


ତେବେ ଏହି ଘଟଣା ଟି ହେଉଛି ହିମାଚଳ ପ୍ରଦେଶ ର ବିଳାଶପୁର ଗାଁ ର ଘଡୋଲର ଅନ୍ତର୍ଗତ ଜାମଲିର ଗାଁ ର। ଏଠାରେ ଜଣେ ଶ୍ୱଶୁର ତାଙ୍କ ବୋହୂ କୁ ବହୁ ନିର୍ମମ ଭାବେ ମାଡ ମାରି ବେହୋସ୍ କରିଦେଇଥିବା କଥା ସାମ୍ନା କୁ ଆସିଛି। ଶ୍ୱଶୁର ଜଣକ ତାଙ୍କୁ ପିଟିବା ଦ୍ୱାରା ମହିଳା ଜଣକ ଙ୍କ ଶରୀର ଅନେକ ଆଘାତ ଆସିଛି।  ସୂଚନା ମୁତାବକ ପ୍ରତିଦିନ ଶ୍ୱଶୁର ଜଣକ ମଦ ପିଇ ସନ୍ଧ୍ୟା ରେ ଘର କୁ ଆସି ବୋହୂ ଜଣକ ଙ୍କୁ ମାଡ ମାରିଥାନ୍ତି। କାଲି ରାତି ରେ ମଦ ପିଇ ଆସି ମହିଳା ଜଣକ ଙ୍କୁ ପାଟି କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢି ଯାଇଥିଲା ଯେ ଶ୍ୱଶୁର ଜଣକ ଏକ ଧାରୁଆ ହତିଆର ଧରି ତାକୁ ମାରିଥିଲେ ଏବଂ ସେହି ହତିଆର ଦ୍ୱାରା ମହିଳା ଙ୍କ ମୁଣ୍ଡ କୁ ବହୁତ ଜୋର ରେ ମାରିଥିଲେ ଯାହା ଦ୍ୱାରା ମହିଳା ଜଣକ ବେହୋସ୍ ହୋଇ ତଳେ ପଡିଯାଇଥିଲେ।


ମହିଳା ଙ୍କୁ ମାଡ ମାରୁଥିବା ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କ ପଡୋଶୀ ମାନେ ଦୌଡି ଆସିଥିଲେ। ସେତେବେଳେ କୁ ମହିଳା ଜଣକ ବେହୋସ୍ ହୋଇ ପଡିଥିବାର ଦେଖିଥିଲେ ଏବଂ 108 କୁ କଲ୍ କରି ତାଙ୍କୁ ହସ୍ପିଟାଲ୍ ପଠେଇଥିଲେ। ମହିଳା ଜଣଙ୍କ ର ବର୍ଷେ ପୂର୍ବରୁ ତାଙ୍କ ସ୍ୱାମୀ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ ଏବଂ ମହିଳା ଙ୍କ ର ଦୁଇ ଛୋଟ ଛୋଟ ଶିଶୁ ମଧ୍ୟ ଅଛନ୍ତି। ଏହି ସବୁ ଘଟଣା ପରେ ବିଳାଶପୁର ପୋଲିସ୍ ମହିଳା ଙ୍କ ବୟାନ୍ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।