ବିରଜା କ୍ଷେତ୍ରର ବିସ୍ମୟ ବାଳକ ବିରଜାଙ୍କ ସହ ସିଧା କଥାବାର୍ତ୍ତା ! ମନରେ ଭକ୍ତିଥିଲେ ଏହି ବିସ୍ମୟ ବାଳକ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ଲେଖନ୍ତୁ ଜୟ ମା” ବିରଜା…..

0

କଥା ରେ ଅଛି ସାନ ସିନା କାମ କିନ୍ତୁ ତାର ବହୁତ ବଡ। ଯଦି କୌଣସି ବ୍ଯକ୍ତି ର କିଛି କରି ଦେଖେଇବା ପାଇଁ ଇଛା ଥାଏ ତାହା ହେଲେ ସେ ନିଜ ର ବୟସ କୁ ମଧ୍ଯ ପଛରେ ପକେଇ ଦେଇ ଆଗକୁ ମାଡି ଚାଲେ। ଯଦି କେହି ନିଜର ଉପସ୍ଥିତ ବୁଦ୍ଧି ଏବଂ କୌଶଳ ଲଗେଇ କୌଣସି ଏକ କାର୍ଯ୍ୟ କୁ କରି ଦେଖେଇବା ପାଇଁ ଆଗ୍ରହୀ ଥାଏ, ତେବେ ତାର ବୟସ ବି ତା ଆଗରେ ହାର୍ ମାନିଯାଏ।

ଯେତେବେଳେ ଜଣେ ନାରୀ କଥା କହି ପାରନ୍ତି ନାହିଁ ଏବଂ ସେ ମା ହେଲେ। ସେତେବେଳେ ତାଙ୍କ ମନ ରେ ଅନେକ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଥିଲା। ସେ ଭଗବାନ ଙ୍କୁ ସବୁବେଳେ ପ୍ରାର୍ଥନା କରୁଥିଲେ କି ତାଙ୍କର ସନ୍ତାନ ପୁଅ କିମ୍ବା ଝିଅ ଯିଏ ବି ହେଉ। ସେ ଅନ୍ତତଃ ଶୁଣିପାରୁ ଏବଂ ଯେଉଁ ଭାବନା ତା ଭିତରେ ରହିଛି ତାହା କୁ ସେ ନିଜ ମୁହଁ ରେ ପରିପ୍ରକାଶ କରିପାରୁ।

ସେ ଯେମିତି ଚାହୁଁଥିଲେ ଠିକ୍ ସେମିତି ହେଲା। ତାଙ୍କ କୋଳ ରେ ଏକ ପୁତ୍ର ସନ୍ତାନ ଜନ୍ମ ନେଲେ ଏବଂ ସେ ଶୁଣି ପାରିଲେ, କଥା ମଧ୍ଯ କହିପାରିଲେ,କିନ୍ତୁ ଆଇ ମା ଙ୍କ ର ମନ ଭିତରେ ସର୍ବଦା ଗୋଟିଏ ଡର କୁ ରଖିଥିଲେ। କି ତାଙ୍କ ନାତି ବଡ ହେଲେ କାଳେ କଥା କହି ପାରିବ ନାହିଁ, ଶୁଣି ପାରିବ ନାହିଁ।

ତେଣୁ ସବୁବେଳେ ସେ ନାତି ପାଖ ରେ ବସି ଭାଗବତ ପଢୁଥିଲେ ଏବଂ ଧୀରେ ଧୀରେ ନାତି ଭାଗବତ ଶୁଣି ଶୁଣି ବଡ ହେଲେ ଏବଂ ନାତି କୁ ଆଜି ୬ ବର୍ଷ ବୟସ ଏବଂ ଏହି ୬ ବର୍ଷ ବୟସ ରେ ନାତି ଏଭଳି ଭାବରେ ଭାଗବତ ପଢୁଛି ଯାହା ଦ୍ବାରା ଆଜି ସେ ଯାଜପୁର ର ବିଶ୍ମୟ ବାଳକ ଭାବେ ପରିଚିତ।

ସେ ୩ ବର୍ଷ ବୟସ ରୁ ଭାଗବତ ପଢିବା ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢନ୍ତି। ଏତେ କମ୍ ବୟସ ରେ ଏମିତି ନିର୍ଜଳ ଭାବେ ଭାଗବତ ପଢିବା ସ୍କୁଲ ଶିକ୍ଷକ ଙ୍କୁ ବହୁତ ପ୍ରଭାବିତ କରିଛି। ସେ ଭଗବାନ ଙ୍କୁ ଦେଖି ପାରନ୍ତି ଏବଂ ଅନୁଭବ ମଧ୍ଯ କରି ପାରନ୍ତି ବୋଲି କହିଛନ୍ତି ଏବଂ ଭଗବାନ ଙ୍କ ସ୍ୱରୂପ କୁ ସେ ନିଜେ ବର୍ଣ୍ଣନା ମଧ୍ଯ କରିଛନ୍ତି। ଭଗବାନ ଦେଖିବାକୁ ବହୁତ ସୁନ୍ଦର। ତାଙ୍କର ଚକା ଚକା ଆଖି,କର୍ଣ୍ଣ ରେ କର୍ଣ୍ଣ କୁଣ୍ଡଳ ପରିଧାନ କରନ୍ତି।

ଭଗବାନ ସବୁଠି ବିରାଜମାନ। ଭକ୍ତି ଏବଂ ପବିତ୍ର ମନରେ ଭଗବାନ ଙ୍କୁ ଡାକିିଲେ ସେ ନିଶ୍ଚୟ ଶୁଣିବେ ଏବଂ ଦର୍ଶନ ଦେବେ ତଥା ସମସ୍ତ ମନସ୍କାମନା ପୂରଣ କରିବେ। ତେବେ ସବୁଠାରୁ ବଡ କଥା ହେଉଛି ଏତେ କମ୍ ବୟସ ରେ ଏମିତି ନିର୍ଜଳ ତଥା ସ୍ପଷ୍ଟ ଭାବରେ ଭାଗବତ ପଢିବା ଯେତେବେଳେ ଜଣେ ବଡଲୋକ ପକ୍ଷ ରେ ସମ୍ଭବ ହୋଇପାରୁ ନାହିଁ। ଏତେ ଛୋଟ ପିଲା ହୋଇ ଭାଗବତ ପଢିବା ନିଶ୍ଚୟ ବିଶ୍ମୟକର ବିଷୟ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।