ଦେଖନ୍ତୁ ଭିଡିଓ – ଅନେକ ଦିନପରେ ଉତ୍ତମ ନିଜେ କହିଲେ ତାଙ୍କ ମୁହଁରୁ ଲଭଷ୍ଟରୀ କଥା ଶୁଣିଲେ ଅବାକ୍ ହୋଇଯିବେ

0

ଏ ମଣିଷ ସମାଜ ରେ ପ୍ରେମ ଏକ ଏପରି ଜିନିଷ ଯାହା ଗୋଟେ ମଣିଷ ସହ ଅନ୍ୟ ଏକ ମଣିଷ କୁ ବାନ୍ଧି ରଖି ଥାଏ। ଭଗବାନ ମଣିଷ ମାନଙ୍କ ଭିତରେ ଏ ସୁନ୍ଦର ଗୁଣ ଟି ଦେଇଛନ୍ତି, ଯାହା ଆମ ଭିତରେ ଥିବା ସମ୍ପର୍କ କୁ ଦୃଢ଼ ରଖି ଥାଏ। ତେବେ ଏବେ ସମାଜ ରେ ପ୍ରେମ ଭଳି ଶବ୍ଦ କୁ ଶୁଣିବାକୁ ମିଳୁ ନାହିଁ,ଲୋକ ଙ୍କ ଭିତରେ କେବଳ ରାଗ , ଲୋଭ , କ୍ରୋଧ ଆଦି ଭାରି ରହିଛି। ଯାହା ଦ୍ୱାରା ଅନେକ ଅନ୍ୟାୟ ଦେଖିବକୁ ମିଳୁଛି। ଗୋଟେ ମଣିଷ ଅନ୍ୟ ଗୋଟେ ମଣିଷ କୁ ଘୃଣା ଭାବରେ ଦେଖୁଚି,ଯାହା ଦ୍ୱାରା ସେ ତା ଭିତରେ ଥିବା ଭଲ ପାଇବା କୁ ଆଉ ବୁଝି ପାରୁନି। ତେଣୁ ଧୀରେ ଧୀରେ ସବୁ ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗି ଯାଉଛି।


ଏକ ସମ୍ପର୍କ କୁ ଦୃଢ଼ କରିବା ପାଇଁ ନିଜ ଭିତରେ ଭଲ ପାଇବା , ପ୍ରେମ ରହିବା ନିହାତି ଦରକାର। ଏବେ ସମାଜ ରେ ଯୁବ ପିଢ଼ି ମାନେ ଏହି ପ୍ରେମ ସମ୍ପର୍କ କୁ ଏକ ନୂଆ ରୂପ ଦେଉଛନ୍ତି, ଆଜିର ଯୁବପିଢ଼ି ମାନେ ଏହି ପ୍ରେମ ସମ୍ପର୍କ କୁ ଏକ ଅଲଗା ମୋଡ଼ ରେ ନେଉଛନ୍ତି।ହେଲେ ଆଗରୁ ପୁଅ ଝିଅ ମାନଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ବହୁତ ନିଆରା ଥିଲା। ଏବେ ଭଲ ପାଇବା ରେ ବିଶ୍ୱାସ ନାହିଁ , ଭଲ ପାଇବା ମଧ୍ୟ ନାହିଁ । ଅନେକ ତ କେବଳ ଶାରୀରିକ ସମ୍ପର୍କ ପାଇଁ ଏହି ସମ୍ପର୍କ କୁ ଆଗକୁ ନିଅନ୍ତି, ହେଲେ ଆଗରୁ ହେଉ ଥିବା ଭଲ ପାଇବା ରେ ଏକ ନିଆରା ଭାବ ରହିଥିଲା। ତେବେ ସେହି ଭଳି ଏକ ସୁନ୍ଦର ପ୍ରେମ କାହାଣୀ ଆସନ୍ତୁ ଜାଣିବା।

ତେବେ ଆମ ଓଲିଉଡ଼ ର ସୁନ୍ଦର ଅଭିନେତା ଉତ୍ତମ ମହାନ୍ତି,ଯିଏ କି ଆଗରୁ ବହୁତ ଫିଲ୍ମ କରି ସମସ୍ତଙ୍କର ପସନ୍ଦ ହୋଇଛନ୍ତି। ତାଙ୍କୁ ସମସ୍ତେ ବହୁତ ଭଲ ପାନ୍ତି, ତାଙ୍କ ଫିଲ୍ମ କୁ ମଧ୍ୟ ଦେଖିବାକୁ ସବୁ ଇଚ୍ଛା କରନ୍ତି। ତେବେ ସେ ଅନେକ ବର୍ଷ ତଳେ ଅପରାଜିତା ମହାନ୍ତି ଙ୍କୁ ବିବାହ କରିଥିଲେ, ଯିଏ ଓଡ଼ିଆ ଫିଲ୍ମ ଜଗତ ରେ ଏକ ପ୍ରମୁଖ୍ କଳାକାର ଭାବେ ପରିଚିତ। ତେବେ ଉତ୍ତମ ମହାନ୍ତି ତାଙ୍କର ପ୍ରେମ କାହାଣୀ ସମ୍ପର୍କ ରେ ସମସ୍ତଙ୍କୁ ଜଣାଇଛନ୍ତି।

ତେବେ ସେ କହିଛନ୍ତି କି ସେ ଟିକି ଅପା ଙ୍କୁ ପ୍ରଥମେ ସମ୍ବଲପୁର୍ ରେ ଏକ ସୁଟିଂ ସେଟ ରେ ଦେଖି ଥିଲେ ଏବଂ ପରେ ପରେ ସେ ତାଙ୍କ ସହ କିଛି ଫିଲ୍ମ କରିବା ପରେ ତାଙ୍କ ପ୍ରତି ଭଲ ପାଇବା ବଢ଼ି ଥିଲା । ତେବେ ଏହି କଥା ସେ ସିଧା ଅପରାଜିତା ଙ୍କ ମା ଙ୍କୁ କହି ଥିଲେ। ତେବେ ତାଙ୍କ ମା ମଧ୍ୟ ଏହି ପ୍ରସ୍ତାବ ରେ ରାଜି ହୋଇ ଥିଲେ ଏବଂ ପରେ ତାଙ୍କର ବିବାହ ହୋଇ ଥିଲା।ତେବେ ବିବାହ ପୂର୍ବର ମଧ୍ୟ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ବହୁତ ଥର ଫୋନ ରେ କଥା ହେଇଛନ୍ତି।

ତେବେ ଉତ୍ତମ ମହାନ୍ତି କୁ ଅପରାଜିତା ଉତ୍ତମ ବୋଲି ଡାକନ୍ତି ଆଉ ଉତ୍ତମ ମହାନ୍ତି ମଧ୍ୟ ତାଙ୍କୁ ଟିକି ବୋଲି ଡାକନ୍ତି। ଉତ୍ତମ ମହାନ୍ତି ମଧ୍ୟ ତାଙ୍କୁ ବହୁତ ଥର ନିଜ ହାତରେ ରୋଷଇ କରି ତାଙ୍କର ପସନ୍ଦ ର ଖାଇବା କରି ଦେଇଛନ୍ତି। ଅପରାଜିତା ଙ୍କ ପସନ୍ଦ ଆମିଷ ,ସେ ଆମିଷ ଖାଇବା କୁ ବହୁତ ଭଲ ପାନ୍ତି। ଉତ୍ତମ ମହାନ୍ତି ଅପରାଜିତା ଙ୍କୁ ପ୍ରଥମେ ଗୋଟେ ସୁନା ମୁଦି ଦେଇ ଥିଲେ। ଯାହା କୁ ଦେଖି ସେ ବହୁତ ଖୁସି ହେଇ ଥିଲେ। ଆଉ ତାଙ୍କ ଦୁହିଁଙ୍କ ଭିତରେ ବହୁତ ଭଲ ପାଇବା ମଧ୍ୟ ରହିଛି। ତାଙ୍କ ଭିତରେ ଥିବା ଏହି ସୁନ୍ଦର ପ୍ରେମ କାହାଣୀ କୁ ସେ ସମସ୍ତଙ୍କ ଆଗରେ ବହୁତ ସୁନ୍ଦର ଭାବେ ପ୍ରକାଶ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।