ବିବାହ କରିବେ ସବ୍ୟସାଚୀ ଓ ଅର୍ଚ୍ଚିତା ! କ’ଣ ରହିଛି ଖବର ପଛର ସତ୍ୟତା ? କ’ଣ ସେମାନେ ସତରେ ବିବାହ କରିବେ ଓ ଜାଣନ୍ତୁ କେବେ ବିବାହ କରିବାକୁ ଯାଉଛନ୍ତି

0

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଓଡିଆ ସିନେମା ଦେଖିବା ପାଇଁ ଖୁବ୍ ପସନ୍ଦ କରୁଥିବେ। ଧିରେ ଧିରେ ଓଡିଆ ସିନେମା ଜଗତର ଚାହିଦା ମଧ୍ଯ ବଢିବା ରେ ଲାଗିଛି। ଓଡ଼ିଆ ଜଗତର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଚଳଚ୍ଚିତ୍ର କୁ ହିଟ୍ କରିବା ପାଇଁ ନିଜର ପ୍ରଚେଷ୍ଟା ଚଳେଇଛନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ଓଲିଉଡ୍ ଜଗତର ଜଣେ ସୁପରିଚିତ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ।

ଯେଉଁ ମାନଙ୍କ ବିବାହ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ମାତ୍ର ସତରେ କଣ ସେମାନେ ବିବାହ କରିବେ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଠିକ୍ ହୋଇନାହିଁ। ତେବେ ସେମାନେ ବିବାହ କରିବା କଥା ଟି ସତ କି ମିଛ ସେ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବୁ। ଆପଣ ମାନେ ତ ଓଲିଉଡ୍ ଜଗତର ଜଣେ ସୁପରିଚିତ ଅଭିନେତା ସବ୍ୟସାଚୀ ଙ୍କୁ ଜାଣିଥିବେ।

ଯିଏ କି ବର୍ତ୍ତମାନ ସମୟ ରେ ଲୋକମାନଙ୍କ ହୃଦୟ ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି,କାରଣ କରୋନା ମହାମାରୀ ସମୟ ରେ ସେ ଓଡିଶା ର ଅନେକ ଅସହାୟ ଲୋକମାନଙ୍କୁ ଅନ୍ୟ ରାଜ୍ଯ ରୁ ନିଜ ରାଜ୍ଯ କୁ ଫେରାଇ ଆଣି ପାରିଥିଲେ,ଯାହା ଦ୍ବାରା ସେ ଲୋକ ମାନଙ୍କ ହୃଦୟ ରେ ଏକ ସ୍ଥାନ ପାଇଛନ୍ତି। ଏବଂ ତାଙ୍କର ଏହିଭଳି ଭଲ କାମ ପାଇଁ ତାଙ୍କୁ ଗାନ୍ଧୀ ଜୟନ୍ତୀ ରେ ତାଙ୍କୁ ଶ୍ରେଷ୍ଠ ସମାଜ ସେବୀ ର ପୁରସ୍କାର ପ୍ରଦାନ କରାଯାଇଛି।

ସବ୍ୟସାଚୀ ୧୯୮୫ ମସିହା ଅକ୍ଟୋବର ୬ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ। ବଡ ହେବା ପରେ ସେ ସିଲିକନ୍ ଇନସ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ରେ ଇଞିନିୟରିଂ ରେ ସେ କାମ କରୁଥିଲେ,କିନ୍ତୁ ଅଭିନୟ ର ନିଶା ତାଙ୍କୁ ଏତେ ଘାରି ଥିଲା ଯେ ସେଠାରୁ ପଳେଇ ଆସି ସେ ଅଭିନୟ ଜଗତ ରେ ପାଦ ଦେଇଥିଲେ।
ପ୍ରଥମେ ସେ ଆଲବମ କରିଥିଲେ। ଏଥିରୁ ସଫଳତା ପାଇବା ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଚାଲିଲେ। ଓ ଜଣେ ଭଲ ସୁପରଷ୍ଟାର ହୋଇପାରିଲେ। ପାଗଳ ପ୍ରେମୀ ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହିତ ବହୁତ ଫିଲ୍ମ କରିଛନ୍ତି। ମୁ ସପନ ର ସୌଦାଗର, ପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ, କେଉଁ ଦୁନିଆ ରୁ ଆସିଲ ବନ୍ଧୁ ଭଳି ଅନେକ ହିଟ୍ ଫିଲ୍ମ ସେ କରିଛନ୍ତି। ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଯୋଡି ଲୋକ ମାନଙ୍କୁ ମଧ୍ଯ ବହୁତ ଭଲ ଲାଗିଥାଏ।

ଏହି ସମୟ ରେ ଶୁଣିବା ପାଇଁ ମିଳିଥିଲା କି ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ବିବାହ ର ପ୍ରସ୍ତାବ ଦେବେ।ଏହି କଥା କୁ ସବ୍ୟସାଚୀ ମୁହେଁ ମୁହେଁ ମନା କରିଦେଇଥିଲେ। ସେ କହିଛନ୍ତି ଏହି କଥା ମିଥ୍ଯା ଅଟେ। ସେମାନେ ଏକା ସାଙ୍ଗରେ କାମ କରିଛନ୍ତି,କିନ୍ତୁ ଭଲ ପାଇବା ଧାରଣା ତାଙ୍କ ଭିତରକୁ ଆସିନାହିଁ। ଏହି କଥା ମିଛ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।