ଶ୍ୟାମଳ ରଙ୍ଗ ଦେଖି ପୁଅ ବିବାହ ମଣ୍ଡପରୁ ସିଧା ଉଠି ପଳାଇଗଲା ! କିନ୍ତୁ ଭାଗ୍ୟ ଏମିତି ଖେଳ ଖେଳିଲା ପରେ ବର ନିଜେ ଆସି କନ୍ୟାର ଗୋଡ ଧରିଲା ! ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ ?

0

ଆମ ଭାରତ ବର୍ଷ ହେଉଛି ଏକ ଧର୍ମ ନିରେପେକ୍ଷ ରାଷ୍ଟ୍ର ଅଟେ। ଯେଉଁ ଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମାଜରେ ସମସ୍ତଙ୍କର ସମାନ ଅଧିକାର ରହିଛି।ସେ କଳା ହେଉ କିମ୍ବା ଗୋରା ସମସ୍ତ ଙ୍କୁ ସମ୍ମାନ ମିଳିବା ଆବଶ୍ୟକ। ମାତ୍ର କିଛି ମନୁଷ୍ୟ ରଙ୍ଗ କୁ ନେଇ ଭେଦ ଭାବ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କାହାଣୀ ଜଣାଇବୁ ଯାହା ଶୁଣିଲେ ଆପଣ ଦୁଃଖ କରିବା ସହିତ ଖୁସି ମଧ୍ୟ ଅନୁଭବ କରିବେ।

କାହାଣୀ ଟି ହେଉଛି ଝିଅ ଟି ଶ୍ୟାମଳ ରଙ୍ଗ ଯୋଗୁଁ ବର ଟି ବିବାହ ମଣ୍ଡପ ରୁ ଉଠି ପଳାଇ ଥିଲା, ମାତ୍ର ଝିଅ ଟି ଏପରି କିଛି କାମ କରିଥିଲା ଯାହା ପରେ ନିଜ ବାପାଙ୍କୁ ଗର୍ବିତ ଅନୁଭବ କରାଇ ଥିଲେ। ଏହା ହେଉଛି ଶ୍ଵେତା ର କାହାଣୀ।୫ ବର୍ଷ ବୟସ ରେ ନିଜ ମାଆ ଙ୍କୁ ହରାଇଥିଲା। ମାଆ ର ବିରହ ଏ ଦୁଃଖ କୁ ଦୂର କରିବା ପାଇଁ ତା ବାପା ତାକୁ ଗ୍ରାମ ଛାଡ଼ି ସହର କୁ ନେଇ ଯାଇଥିଲେ।

ବୟସ ହେବାରୁ ଝିଅ ର ବିବାହ କରିବା ପାଇଁ ପ୍ରସ୍ତାବ ଦେଖିଲେ। ପ୍ରସ୍ତାବ ପଡ଼ିବାରୁ ଝିଅ ଟି କୁ ଦେଖିବାକୁ ଆସିଲେ। ଉଭୟ ବର ଓ ପରିବାର ଲୋକେ ଝିଅ କୁ ପସନ୍ଦ କରିଥିଲେ। ବିବାହ ପାଇଁ ଆୟୋଜନ ମଧ୍ୟ କରା ଗଲା। ମାତ୍ର ପୁଅ ଟି ଶେଷ ମୁହୂର୍ତ୍ତ ରେ ଝିଅ କୁ ଶ୍ୟାମଳ ରଙ୍ଗ କହି ବିବାହ ମଣ୍ଡପ ରୁ ଉଠି ପଳାଇ ଥିଲା। ବାପା ଟି ଅସହାୟ ହୋଇ ବର ର ଗୋଡ଼ ଧରି ଝିଅ କୁ ବିବାହ କରିବା ପାଇଁ ଅନୁରୋଧ କରିଥିଲା,ମାତ୍ର ସେ ମନା କରି ପଳାଇ ଯାଇଥିଲା। ପରେ ବାପା ଟି ଧାଇଁ ଯାଇ ଦେଖିବାକୁ ଗଲେ ଝିଅ ଟି ଦୁଃଖ ରେ ନିଜର କିଛି କ୍ଷତି କରି ନ ଦେଉ,ମାତ୍ର ଯାଇ ଦେଖିଲେ ଝିଅ ଟି ନିଜର ଡ୍ରେସ୍ ଚେଞ୍ଜ କରି ବାପା ଦୁଃଖ କରନି କହି ଚା ପିଇବାକୁ ଦେଲା। ଏତିକି ପରେ ବାପା ନିଜକୁ ଗର୍ବିତ ଅନୁଭବ କରିଲେ।

ପରେ ସେମାନେ ପୁଣି ଗାଁ କୁ ଫେରି ଗଲେ। ସେଠାରେ ମାଛ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଝିଅ ର ଯତ୍ନ ନେଉଥିଲେ। ହଠାତ୍ ଦିନେ ଶ୍ଵେତା କୁ ବିବାହ କରି ନଥିବା ପିଲା ଟି ସେହି ଗାଁ କୁ ନିଜ ସାଙ୍ଗ ମାନଙ୍କ ସହିତ ବୁଲି ଆସିଥିଲେ,ନଦୀ ରେ ଗୋଡ଼ ଖସି ଯିବାରୁ ସେ ନଦୀ ରେ ପଡ଼ିଗଲା। ଶ୍ଵେତା ର ବାପା ସେହି ନଦୀ ରେ ମାଛ ଧରୁଥିଲେ। ପଡି ଯିବାର ଦେଖି ତାକୁ ଜାଲ ରେ ଉଦ୍ଧାର କରି ନିଜ ଘରକୁ ନେଲେ। ପରେ ପୁଅ ଟି ର ଚେତା ଫେରିବା ପରେ ସମସ୍ତ ଙ୍କୁ ସ୍ମରଣ ଶକ୍ତି ହରାଇବା ଭଳି ଅଭିନୟ କରିଲା।

ତେଣୁ ବାପା ତାଙ୍କୁ ଘରେ ଛାଡ଼ି ଦେବା ପାଇଁ କହିଲେ,ମାତ୍ର ଝିଅ ଟି ମନା କଲା । ତାର ସେବା ଯତ୍ନ କରିଲା ଏତିକି ଦିନ ଭିତରେ ପୁଅ ଟି ଝିଅ କୁ ଭଲ ପାଇ ବସିଲା, ପରେ ଅନୁତାପ କରି ଝିଅ ର ବାପା ଙ୍କୁ ଭୁଲ୍ ମାଗି ଝିଅ ର ହାତ ମାଗି ଥିଲା। ପରେ ବାପା ଝିଅ କୁ ପଚାରିବାରୁ ଝିଅ ଟି ନିଜ ବାପା ଙ୍କ ଖୁସି ରେ ସେ ଖୁସି ବୋଲି କହି ପୁଣି ଥରେ ବିବାହ କରି ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।