ବରମାଳା ପିନ୍ଧାଇବା ସମୟରେ କନ୍ୟା ବରକୁ ଏପରି ଚାପୁଡ଼ା ମାରିଲା ବର ବେଦୀ ଛାଡ଼ି ଦୌଡ଼ିଲା ଆସନ୍ତୁ ଜାଣିବା ଏହି ଘଟଣା ପଛର ରହସ୍ୟ କଣ

0

ଆମ ଦେଶ ରେ ଅନେକ ପରମ୍ପରା ମଧ୍ୟ ରୁ ବିବାହ ହେଉଛି ସବୁ ଠୁ ସୁନ୍ଦର ପରମ୍ପରା । ତେବେ ବିବାହ ଏକ ଏପରି ପରମ୍ପରା , ଯାହା ସବୁ ପୁଅ ଓ ଝିଅ ପାଇଁ ପବିତ୍ର ହୋଇ ଥାଏ।ବିବାହ ପରେ ଗୋଟେ ପୁଅ ଝିଅ ସ୍ୱାମୀ ଓ ସ୍ତ୍ରୀ ହେଇ ଯାନ୍ତି। ତେବେ ଦୁଇ ଜଣ ଗୋଟେ ପବିତ୍ର ବନ୍ଧନ ରେ ଯୋଡି ହୋଇ ଯାନ୍ତି।ତେବେ ବିବାହ କରିବା ପାଇଁ ସମସ୍ତଙ୍କୁ ଅନେକ କଷ୍ଟ ସହିବା କୁ ପଡ଼େ,ଅନେକ ଚିନ୍ତା ,ଦାୟିତ୍ୱ ରହି ଥଏ। ଦୁଇ ଜଣଙ୍କ ମଧ୍ୟ ରେ ବିଶ୍ୱାସ ଓ ଭଲ ପାଇବା ରହି ଥାଏ।


ତେବେ ଏହି ବିବାହ ସମୟ ରେ ବେଳେ ବେଳେ ଏମିତି ଘଟଣା ଘଟି ଯାଏ, ଯାହା ଆମେ କେବେ ଭାବି ନ ଥିବା ,ଆଉ ସେହି ଘଟଣା ପାଇଁ ଆମେ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥାଉ। ତେବେ ବାହାଘର ପରେ ବେଳେ ବେଳେ ପୁଅ ଘରୁ ବା ଝିଅ ଘରୁ ଏପରି ଏକ ଘଟଣା ଘଟି ଯାଏ। ଯାହା କେହି ଭାବି ନଥିବେ। ଆଉ ତା ପାଇଁ ଦୁଇ ପରିବାର କୁ ପସ୍ତେଇବା କୁ ପଡେ। ତେବେ ଯାହା ପାଇଁ ଦୁଇ ପୁଅ ଓ ଝିଅ ଙ୍କ ଜୀବନ ନଷ୍ଟ ହୋଇଯାଏ। ଆଉ ବେଳେ ଝିଅ ଘର ଲୋକ ନିଜ ଝିଅ ର ଦୋଷ କୁ ଲୁଚାଇ ମଧ୍ୟ ବେଳେ ବେଳେ ସେହି ଝିଅ ର ବିବାହ କରିଦିଅନ୍ତି। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ, ଏମିତି ଘଟଣା ଆପଣ ଆଗରୁ କେବେ ଦେଖି ନଥିବେ କି ଶୁଣି ନଥିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଘଟିଛି ଝାନ୍ସି ରୁ ୬୦ କିଲୋମିଟର ଦୂରରେ ।ତେବେ ଏହି ଘଟଣା ଟି ହେଉଛି , ବିବାହ ହେଉ ଥିବା ସମୟ ରେ ଝିଅ ଟି ପୁଅ କୁ ଗୋଟେ ଶକ୍ତ ଚାପୁଡ଼ା ମାରି ଥିଲା ଏବଂ ତା ସହ ସେ ସେହି ପୁଅ କୁ ବହିଟି ଖରାପ ଭାଷା ରେ ଗାଳି ମଧ୍ୟ ଦେଇଥିଲା।ତେବେ ବିବାହ ସମୟ ରେ ଷ୍ଟେଜ୍ ଉପରେ ଯେତେବେଳେ ବର ଓ କନ୍ୟା ବର ମାଳ ପିନ୍ଧଉ ଥିଲେ ସେତେବେଳେ ଘଟି ଥିଲା ଏହି ଆଶ୍ଚର୍ଯ୍ୟଜନକ ଘଟଣା।ତେବେ ଏହି ଘଟଣା ଟି କୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଚକିତ ହୋଇ ଥିଲେ। ତେବେ ଏଭଳି ଘଟଣା ଟି ଘଟିବାର କାରଣ ଏହା ଥିଲା କି ।ବିବାହ ସମୟ ରେ କେହି ଜଣେ ଆସି ସେହି କନ୍ୟା କୁ ତାର ବର ର ଅନ୍ୟ କାହା ସହ ସମ୍ପର୍କ ଥିବାର ଶୁଣିବା କୁ ପାଇଲା।


ତେବେ ଏହା ଶୁଣି କନ୍ୟା ଟି ବାହୁତ ରାଗି ଯାଇ ଥିଲା ତେଣୁ ସେ ବର କୁ ଚାପୁଡ଼ା ଟି ପିଟି ଦେଲା।ତେଣୁ ଏହି ଘଟଣା ପରେ ବର ଓ ଆସିଥିବା ଲୋକ ମାନେ ବିବାହ କୁ ବନ୍ଦ କରି ସେଠୁ ଚାଲିଗଲେ।ତେବେ ଏହା ପରେ କନ୍ୟା ଘର ଲୋକ ବର ଘର ଲୋକ ଉପରେ ଅଭିଯୋଗ ଆଣିଲେ ,କି ବର ଘର ଲୋକ ଯୌତୁକ ରେ ୬ ଲକ୍ଷ ଟଙ୍କା ଓ ଗୋଟେ ଦାମୀ କାର ମାଗି ଥିଲେ,ଆଉ ଏହି ପ୍ରସ୍ତାବ ରେ ମଧ୍ୟ ସେମାନେ ରାଜି ହୋଇ ଥିଲେ,ହେଲେ ସେମାନେ ଜାଣି ନଥିଲେ କି ବର ର ଆଉ କାହା ସହ ସମ୍ପର୍କ ରହିଛି।ଖାଲି ସେତିକି ନୁହଁ ଅନ୍ୟ ଖବର ମଧ୍ୟ ଶୁଣିବାକୁ ପାଇଲେ,ତେଣୁ ତାଙ୍କୁ ଏହି ବିବାହ କୁ ବନ୍ଦ କରିବାକୁ ପଡିଲା। ତେବେ ବିବାହ କୌଣସି ଖେଳ କଥା ନୁହଁ ଗୋଟେ ଝିଅ ତା ଜୀବନ ସାରା ଗୋଟେ ପୁଅ ଘରେ ରହିବ।ତେବେ ଯଦି ଏଭଳି ପରିସ୍ତିତି ସୃଷ୍ଟି ହୁଏ। ତେବେ ଅନେକ ଝିଅ ଙ୍କର ଜୀବନ ନଷ୍ଟ ହୋଇ ଯିବ।ତେବେ ବିବାହ କରିବା ପୂର୍ବରୁ ସବୁ କିଛି ଜାଣି ବିବାହ ପାଇଁ ରାଜି ହେବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।