ଛିଃ ଛିଃ ପୁଅ ! ଧନ୍ୟ ତ ପୁଅ ପଣିଆ , ମିଛ କହି ମା’କୁ ପୁଅ ଛାଡ଼ି ଦେଇଗଲା ରାସ୍ତାରେ, ଥାନା ବାବୁ କହିଲେ ଇଏ ଆମ କେସ୍‌ ନୁହେଁ ! ଯଦି ଆପଣ ହୃଦୟବାନ୍ ବ୍ୟକ୍ତି ହୋଇଥିବେ ତେବେ କମେଣ୍ଟ କରନ୍ତୁ ଏହି ପୁଅ କୁ କଣ ଦଣ୍ଡ ମିଳିବା ଦରକାର ?

0

କଥା ରେ ଅଛି ଯେତେବେଳେ ଗୋଟେ ବଳଦ ଟି ତାର ସେଇ କୁନି ବୟସ ସମୟରେ ସମସ୍ତ କାର୍ଯ୍ୟ କରିପାରିବା ର ସାମର୍ଥ୍ୟ ରଖିଥିଲା ସେତେବେଳେ ସମସ୍ତେ ତାକୁ ଘରେ ରଖିବା ପାଇଁ ଖୁସି ହେଉଥିଲେ ।କାରଣ ତାକୁ ଖାଇବା ପାଇଁ ଦେବା ପଛରେ ତାଙ୍କର କିଛି ଟା ଉଦେଶ୍ୟ ରହୁଥିଲା ଯେପରିକି ହଳ କରିବା ।କିନ୍ତୁ ଯେତେବେଳେ ସେହି ବଳଦ ବୟସ ଅଧିକ ହେଇଯିବା ଯୋଗୁ କିଛି କାମ କରିପାରୁନାହିଁ ।

ସେତେବେଳେ ତାକୁ ସମସ୍ତେ ଘରୁ ବାହାର କରି ଦେଉଛନ୍ତି । ଆଛା ମୋତେ ଗୋଟିଏ କଥା କହିଲେ ଦେଖି ଗୋଟେ ମାଆ ତା ର ଛୁଆ କୁ ଜନ୍ମ କରି ସାରିବା ପରେ ତା ପାଇଁ ହଜାରେ ସ୍ବପ୍ନ ଦେଖିବା କଣ ଭୁଲ ଥାଏ କି ?ନା ନିଜେ ନାଖାଇ ଆଗେ ଦେଖେ ମୋ ଛୁଆ କଣ ଖାଇବ ସେଇଟା ଭୁଲ କି ? କିମ୍ବା ନିଜ ପେଟରେ ଓଦା କନା ଦେଇ ଛୁଆ ପେଟ କୁ ଖାଦ୍ୟ ଯୋଗାଇବା କଣ ଭୁଲ ଥାଏ କି ?

ଆଜ୍ଞା ମୁ ଏତେ ସବୁ କଥା କହିବାର କାରଣ ହଉଚି ଆଜି କାଲି ଦୁନିଆରେ ପୁଅ ମାନେ ଏମିତି କିଛି କାମ କରୁଛନ୍ତି ଯାହା ଫଳରେ ହଜାର ହଜାର ମାଆ ଆଉ ବାପା ମାନେ ଦାଣ୍ଡ ରେ ଭିକାରୀ ହଇ ବୁଲୁଛନ୍ତି,ଆଉ ଶେଷରେ ଖାଇବା ନା ପାଇ ନିଜର କେହି ନ ଥିଲା ପରି ରାସ୍ତା ଘାଟରେ ପଡ଼ି ମୃତ୍ୟୁବରଣ କରୁଛନ୍ତି ।ଆଜି ସେମିତି ଗୋଟେ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ପୁର ଜିଲ୍ଲା ବୀର ମହାପୁର ଆଦର୍ଶ ଥାନା ନିକଟରେ, ଥାନା ଭିତରକୁ ଘୁଷୁରି ଘୁଷୁରି ଯାଉଛନ୍ତି ଜଣେ ବୃଦ୍ଧା ।

ବୟସ ତାଙ୍କର ପ୍ରାୟ ୮୦ ରୁ ଅଧିକ , ମନରେ ଆସା ନେଇ କରି ଆସିଛନ୍ତି କି ଥାନା ବାବୁ ତାଙ୍କୁ ନ୍ୟାୟ ଦେବେ । ସେହି ବୃଦ୍ଧି ଜଣକ ହେଉଛନ୍ତି ସୌଭାଗିନୀ ମିଶ୍ର । ସମସ୍ତଙ୍କ ପରି ଏହି ବୃଦ୍ଧାଙ୍କର ମଧ୍ୟ ପରିବାର ରହିଛି,ମାତ୍ର ପରିବାରର ସମସ୍ତ ସଦସ୍ୟ ଥାଇ ମଧ୍ୟ ସେ ଏବେ ନିରାଶ୍ରୟ ସୌଭାଗିନୀଙ୍କର ବିବାହର ଗୋଟିଏ ବର୍ଷ ପରେ ସ୍ୱାମୀ ହାତ ଛାଡିଦେଲେ । କୋଳରେ ଛୋଟ ପୁଅକୁ ଧରି ନିଜ ବାପ ଘରେ ରହିଥିଲେ ।

ଏବେ ପୁଅ ବଡ ହୋଇ ବିବାହ କରି ଘର ସଂସାର କରିସାରିଲାଣି ।ନିଜ ପରିବାର ସହ ସମ୍ବଲପୁରରେ ନେଇ ରହୁଥିବା ପୁଅ ମାଙ୍କୁ ନିଜ ପାଖରେ ରଖିଥିଲା । ସୌଭାଗିନୀ ମଧ୍ୟ ପର ଘରେ କିଛି କାମ କରି ପୁଅକୁ ରୋଜଗାର ଯୋଗାଇ ଦେଉଥିଲେ ମାତ୍ର ଏବେ ଆଉ ସେ କାମ କରିପାରୁ ନାହାନ୍ତି । ଏହା ପରେ ପୁଅ ବୋହୂ ତାଙ୍କୁ ମାରିବା ସହିତ ମିଛ କହି ଠକେଇ ଦେଇ ତାଙ୍କୁ ଛାଡି ପଳେଇ ଯାଇଛି ।

ପୁଅକୁ ଅପେକ୍ଷା କରି ଶେଷରେ ନ୍ୟାୟ ପାଇବା ଆଶାରେ ବୀରମହାରାଜପୁର ଥାନାର ଆସ୍ରୟ ନେଇଥିଲେ ଏହି ଶୌଭାଗିନୀ,ମାତ୍ର ଏବେ ତାଙ୍କୁ ନିରାଶ ହେବାକୁ ପଡିଛି କାରଣ ପୋଲିସ ବାବୁ କହିଲେ ଏହି ମାମଲା ତାଙ୍କର ସୀମା ପରିସସରେ ଆସୁନାହିଁ । ତେଣୁ ଆମେ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ କି ବେଳ ଥାଉ ଥାଉ ଗୋବିନ୍ଦଙ୍କୁ ସୁମରନ୍ତୁ ଅର୍ଥାତ ବେଳ ଥାଉ ଥାଉ ନିଜର ଗୁଣ,ସ୍ୱଭାବ ଏବଂ ଚରିତ୍ରକୁ ସୁଧାରନ୍ତୁ । ଏହା ସହିତ କେବେବି ନିଜର ବାପା ମାଙ୍କୁ ଅନାଦର କରନ୍ତୁ ନାହିଁ । କାହିଁକି ନା ବାପା ମା ହେଉଛନ୍ତି ସ୍ୱୟଂ ଜୀବନ୍ତ ଭଗବାନଙ୍କର ପ୍ରତିମୂର୍ତ୍ତି ଯଦି ବାପା ମାଙ୍କୁ ଅନାଦାର କରିବେ ତେବେ ଜୀବନରେ ଆପଣ ମାନେ ମଧ୍ୟ କେବେ ଖୁସିରେ ରହିପାରିବେ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।