ଦେଖନ୍ତୁ ଭିଡିଓ – ବିବାହିତା ମହିଳାଙ୍କୁ ବାରମ୍ବାର ଫେସବୁକରେ ମେସେଜ କରୁଥିଲେ ଯୁବକ ମହିଳା ଜଣକ ଏପରି କାମ କରିଲେ ଶୁଣିଲେ ଅବାକ ହୋଇଯିବେ

0

ଧୀରେ ଧୀରେ ସମାଜରେ ବଢିବ ରେ ଲାଗିଛି ଟେକ୍ନୋଲୋଜି ତଥା ମୋବାଇଲ ର ଭୟାବହ । ଏହି ଅତ୍ୟାଧୁନିକ ଯୁଗରେ ମୋବାଇଲ ସାଜିଛି ଲୋକମାନ ଙ୍କର ହତ୍ୟାକାରୀ । ଯଦିଓ ବୈଜ୍ଞାନିକ ମାନେ ମୋବାଇଲ ର ଆବିଷ୍କାର ଲୋକମାନ ଙ୍କର ଅସୁବିଧା କୁ ଦୂର କରିବା ପାଇଁ କରିଥିଲେ ମାତ୍ର ବର୍ତ୍ତମାନର ଯୁବପୀଢ଼ି ଏହାର ନାକରାତ୍ମକ ବ୍ୟବହାର କରି ନିଜର ମୃତ୍ୟୁ ର କାରଣ ପାଲଟିଛନ୍ତି । ଖାଲି ଏତିକି ନୁହେଁ ବରଂ କିଛି ଅସମାଜିକ ବ୍ୟକ୍ତି ମାନେ ବର୍ତ୍ତମାନ ଏହି ମୋବାଇଲ କୁ ନିଜର କୁକର୍ମ କୁ ସାଧନ କରିବାର ରାସ୍ତା ଭାବରେ ଆପଣେଇଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଅତ୍ୟନ୍ତ ଦୁଖଦାୟକ ଅଟେ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ବନ୍ତ ଛକ ଠାରେ ଗତ କାଲି ରାତିରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଦୁଇ ଜଣ ବ୍ୟକ୍ତି ଏବଂ ଜଣେ ମହିଳା ମିଶି ଜଣେ ବ୍ୟକ୍ତି ଙ୍କୁ କାର ରୁ ବାହାର କରି ନିଧୁମ ମାଡ଼ ମାରିଛନ୍ତି । ବର୍ତ୍ତମାନ ପ୍ରାୟ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଏହି ଭିଡ଼ିଓ ଟି । ତେବେ ଭିଡ଼ିଓ ଟି ଭାଇରଲ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ସେହି ଯୁବକ ଙ୍କୁ ରକ୍ଷା କରିବା ସହ ତାଙ୍କୁ ମାଡ଼ ମାରିଥିବା ଦୁଇ ଯୁବକ ଙ୍କୁ ଗିରଫ କରିଛି । କିନ୍ତୁ ଏହାର ତଦନ୍ତ ପରେ ଯାହା ଜଣାପଡିଛି ତାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇ ରହିଯିବେ ।

ଉଲେଖଯୋଗ୍ୟ ଯେ , ଏହି ଘଟଣା ରେ ସଂପୃକ୍ତ ଥିବା ମହିଳା ଜଣଙ୍କ ହେଉଛନ୍ତି ସମ୍ବଲପୁର ରେ ରହୁଥିବା ଜଣେ ବିବାହିତ ମହିଳା ଅଟନ୍ତି । ସେ ଅଭିଯୋଗ କରିଛନ୍ତି ଯେ ,ବାଲେଶ୍ଵର ଜିଲ୍ଲାର ଏହି ଯୁବକ ଜଣଙ୍କ ତାଙ୍କୁ କିଛି ଦିନ ହେବ ଫେସବୁକ ମଧ୍ୟମ ରେ ବହୁତ ହଇରାଣ କରୁଥିଲେ । ମହିଳାଙ୍କ କହିବା ଅନୁସାରେ ସେହି ବ୍ୟକ୍ତି ଜଣକ ତାଙ୍କୁ ବାରମ୍ବାର ଫେସବୁକ ମାଧ୍ୟମରେ ପ୍ରେମ ନିବେଦନ କରିବା ସହ ବହୁତ ଓଲଟା ପାଲଟା ମେସେଜ କରି ତାଙ୍କୁ ମାନସିକ ସ୍ତର ରେ ବହୁତ ହଇରାଣ କରୁଥିଲେ । ତେଣୁ ସେ ବାଧ୍ୟ ହୋଇ ନିଜର ପରିବାର ଲୋକଙ୍କୁ ଜଣେଇଥିଲେ ।

ତାଙ୍କର ପରିବାର ଲୋକଙ୍କୁ ଜଣେଇବା ପରେ ସେ ତାଙ୍କର ଭାଇ ଓ ଭାଇ ଙ୍କର ବନ୍ଧୁ ଙ୍କ ସହ ମିଶି ସେହି ଯୁବକ ଙ୍କୁ ପାନେ ଦେବାକୁ ଏକ ଯୋଜନା କରିଥିଲେ । ଏବଂ ଯୁବକ ଜଣଙ୍କୁ ଯୋଜନା ଅନୁସାରେ ଭଦ୍ରକ ଜିଲ୍ଲାରେ ବନ୍ତ ଛକ ନିକଟରେ ନିଧୁମ ମାଡ଼ ତଥା ବିଧା, ଗୋଇଠା,ଚାପୁଡ଼ା ଆଦି ମାରିଥିଲେ ।କିନ୍ତୁ ଯୁବକ ଜଣଙ୍କ କହିଛନ୍ତି କି ସେ ଏ ବିଷୟରେ କିଛି ବି ଜାଣିନାହାନ୍ତି ବୋଲି । ତେବେ ଏହି ଭିଡ଼ିଓ ଟି ଭାଇରଲ ହେବା ପରେ ପୋଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଦୁଇ ଟି ମାମଲା ରୁଜ୍ଜୁ କରିଛି । ତେବେ ସେମାନଙ୍କୁ କୋଟ ଚାଲାଣ କରିବା ପରେ ସମ୍ପୁର୍ଣ୍ଣ ସତ୍ୟ ଘଟଣା ସମସ୍ତ ଙ୍କ ସାମ୍ନା କୁ ଆସିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।