Ajira Anuchinta – ଯେଉଁ ସ୍ତ୍ରୀ ର ଶରୀରରେ ରହିଥାଏ ଏହି ୬ ଟି ଚିହ୍ନ ତାଙ୍କ ସ୍ୱାମୀ ଓ ପରିବାର ଅଟନ୍ତି ଭାଗ୍ୟବାନ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।

ତେବେ ଆମେ ଆଜି ଆପଣଂକୁ ଜଣେଇବାକୁ ଯାଉଛୁ ମହିଳାଙ୍କ ପାଖରେ କେଉଁ କେଉଁ ସବୁ ଗୁଣ ବା ଲକ୍ଷଣ ରହିଲେ ସେହି ମହିଳା ଜଣଙ୍କ ଗୋଟିଏ ପରିବାର ପାଇଁ ବହୁତ ଶୁଭ ହେବା ସହ ସେହି ପରିବାର ଓ ସ୍ୱାମୀ ଙ୍କର ପ୍ରତି ବହୁତ ଶୁଭଫଳ ତଥା ଭାଗ୍ୟଶାଳୀ ବନେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଗୁଣ ବା ଲକ୍ଷଣ ଗୁଡିକ କଣ କଣ ହୋଇଥାଏ।

୧.ନାକ ତଳେ କଳା ଜାଇ ରହିବା:-

ଆମ ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କ ର ନାକ ତଳେ କଳା ଜାଇ ରହିଥାଏ ସେମାନେ ଗୋଟିଏ ପରିବାର ତଥା ବ୍ୟକ୍ତିଙ୍କ ପାଇଁ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହି ମହିଳା ମାନଙ୍କ ପାଖରେ କେବେ ବି ଧନ ସମ୍ପତ୍ତି ର ଅଭାଵ ହୋଇନଥାଏ ।

୨.କୋମଳ ଓ ଗଲାପି ପାଦ:-

ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ମହିଳା ଙ୍କର ପାଦ ବହୁତ କୋମଳ ଓ ଦେଖିବାକୁ ଗୋଲାପି ହୋଇଥାଏ ସେମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି ।ଏମାନେ ଘରେ ସୁଖ ଶାନ୍ତି ଆଣିଥାନ୍ତି ।

୩.ଲମ୍ବା ଓ ଘନ କେଶ ଥିବା ମହିଳା:-

ସାଧାରଣ ଭାବରେ ମହିଳା ମାନଙ୍କ ର ଲମ୍ବା ଓ ଘନ କେଶ ତାଙ୍କର ସୁନ୍ଦରତା କୁ ଦର୍ଶାଇ ଥାଏ ।କିନ୍ତୁ ଆମ ପୁରାଣ ଶାସ୍ତ୍ର ଅନୁସାରେ ଜଣେ ମହିଳା ଙ୍କର ଲମ୍ବା ଓ ଘନ କେଶ ତାର ଶାଶୂ ଘର ଓ ସ୍ୱାମୀ ଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହି ମହିଳା ମାନେ ତାଙ୍କ ସ୍ୱାମୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଘର ପାଇଁ ଭାଗ୍ୟବାନ ହୋଇଥାନ୍ତି।

୪.ପାଦରେ ତ୍ରିଶୂଳ ଚିହ୍ନ :-

ଯେଉଁ ମହିଳା ମାନଙ୍କର ପାଦ ତଳେ ତ୍ରିଶୂଳ ଚିହ୍ନ ରହିଥାଏ ସେହି ମହିଳାମାନେ ବହୁତ ସୁନ୍ଦର ଓ ପ୍ରଭାବଶାଳୀ ହୋଇଥାନ୍ତି। ଏମାନେ ଗୋଟିଏ ପରିବାର କୁ ବହୁତ ଭଲ ଭାବରେ ସମ୍ଭାଳି ଥାନ୍ତି। ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପରିବାର ର ସୁଖସମୃଦ୍ଧି କୁ ବଜାଇ ରଖିବାରେ ସାହାଯ୍ୟ କରିଥାଏ ।

୫.ପାଦ ତଳେ ଶଙ୍ଖ ଚିହ୍ନ ଥିଲେ:-

ଯେଉଁ ମହିଳାମାନ ଙ୍କର ର ପାଦ ତଳେ ଶଙ୍ଖ ଆକୃତି ର ଚିହ୍ନ ରହିଥାଏ ସେମାନେ ଏକ ପରିବାର ତଥା ଜଣେ ବ୍ୟକ୍ତି ଙ୍କର ଜୀବନ ସାଥି ହେବା ପାଇଁ ବହୁତ ଶୁଭ ହୋଇଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।