ପୁରୁଣା ତାୱା ର କଳା ଚଢେଇବାରେ ଅସୁବିଧା ହେଉଛି କି କରନ୍ତୁ ଏହି ସହଜ ଉପାୟ ମାତ୍ର ୧୦ ମିନିଟ ରେ ଆପଣ ଙ୍କର ପୁରୁଣା ତାୱା ନୂଆ ପରି ଚକଚକ ହୋଇଯିବ

0

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେତେବେଳେ ଆମ ଘରେ ଆମେ କିଛି ଦିନ ପର୍ଯ୍ୟନ୍ତ ତାୱା ବା କେଢେଇ ର ବ୍ୟବହାର କରିଥାଉ ସେଥିରେ କଳା କଳା ହୋଇଯାଇଥାଏ ଏବଂ ତାହାକୁ ସଫା ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଏହାକୁ ଆଗ ପରି ପରିଷ୍କାର ଓ ସଫା ଚକଚକ କରିପାରିନଥାଉ। କିନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି ଏକ ଘରୋଇ ଉପୟା ଜଣେଇବୁ ଯାହା କରିବା ଦ୍ଵାରା ଆପଣଙ୍କ ର କଳା ହୋଇଯାଇଥିବା ତଥା ପଡି ଯାଇଥିବା ତାୱା ଏବଂ କଢ଼େଇ ପୁଣି ଥରେ ନୂଆ ପରି ଚକଚକ କରିପାରିବେ ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

ଏହି ଉପାୟ ଟୀକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି
୧.ଖାଇବା ସୋଡା
୨.ଖାଇବା ଲୁଣ
୩.ବ୍ୟବହୃତ ବାସନ ଧୋଇବା ଲିକୁଇଡ଼
୪.ଗୋଟିଏ ଲେମ୍ବୁ

କିପରି କରିବେ ଏହି ଉପାୟ ଟୀକୁ:-

ଏହି ଉପାୟ ଟୀକୁ କରିବା ପାଇଁ ପ୍ରଥମେ ତାୱା କି ହାଇ ମୋଡ଼ ରେ ଗ୍ୟାସ ରେ ଗରମ କରନ୍ତୁ ।ଏହା ପୁରା ଜୋର ରେ ଗରମ ହୋଇଯିବା ପରେ ଗ୍ୟାସ୍ କୁ ମିଡିୟମ କରିନିଅନ୍ତୁ ।ବର୍ତ୍ତମାନ ଏଥିରେ କିଛି ଲୁଣ ମିଶାନ୍ତୁ ।ଏବେ ଏହି ଲୁଣ କୁ ଏକ ଖଡିକା ସାହାଯ୍ୟ ରେ ଏହି ଲୁଣ କୁ ତାୱା ବା କଢେଇ ର ଚାରି ଆଡେ କୁ ପକାଇ ଦିଅନ୍ତୁ ଏବଂ ଏଥିରେ ଅଳ୍ପ ଟିକେ ପାଣି ମିଶାଇ ତାହାକୁ ତାୱା ର ଚାରି ଆଡ଼େ କରନ୍ତୁ ।ଏବଂ ଏହାକୁ ଏହିପରି ୨-୪ ମିନିଟ ପର୍ଯ୍ୟନ୍ତ କରିବା ପରେ ତାୱା ଟୀକୁ ଧୋଇନିଅନ୍ତୁ।ଏହାକି ଧୋଇବା ପରେ ଦେଖିବେ କି କିଛି ମାତ୍ରାରେ କଳା ଦାଗ ସଫା ହୋଇଯାଇଛି ବୋଲି ।

ପରେ ଏହାକୁ ପୁଣି ଗ୍ୟାସ ରେ ବସେଇ ଗ୍ୟାସ କୁ ହାଇ ର ରଖନ୍ତୁ ଏବଂ ତାୱା କୁ ପୁର୍ବ ପରି ଅଧିକ ଗରମ କରନ୍ତୁ। କଢେଇ ଟି ହିଟ ହୋଇଯିବା ପରେ ସେଥିରେ ଖାଇବା ସୋଡା ମିଶାନ୍ତୁ ।ପରେ ସେହି ଖାଇବା ସୋଡା ସହ ଗୋଟିଏ ଲେମ୍ବୁ ର ଅଧା ଭାଗ ଚିପୁଡି ତାହାର ରସ ବାହାର କରନ୍ତୁ ଏବଂ ସେହି ଖାଇବା ସୋଡା ସହ ପକାନ୍ତୁ। ଏବଂ ବର୍ତ୍ତମାନ ଏକ ବ୍ରସ ସାହାଯ୍ୟ ରେ ତାୱା କୁ ଘୋଷାନ୍ତୁ ।ଏହିପରି ପ୍ରାୟ ୫ ରୁ ୮ ମିନିଟ ଘୋଷିବା ପରେ କଢ଼େଇ ବା ତାୱା କୁ କିଛି ସମୟ ପାଇଁ ସେମିତି ଛାଡି ଦିଅନ୍ତୁ । ଏବେ ଏହାକୁ ଧୋଇ ନିଅନ୍ତୁ ଏବଂ ଦେଖିବେ ଯେ ଅଧାରୁ ଅଧିକ କଳା ଛାଡି ଯାଇଛି ।

ଶେଷ ରେ ଆପଣ ଏହାକୁ ଗ୍ୟାସ ରୁ ବାହାର କରିନିଅନ୍ତୁ ଏବଂ ଆପଣ ବ୍ୟବହାର କରୁଥିବା ବାସନ ମଞ୍ଜା ଲିକୁଇଡ଼ ସାହାଯ୍ୟ ରେ ଏକ ରଫ ଜାଲ ସାହାଯ୍ୟ ରେ ତାୱା କୁ ମାଂଜି ନିଅନ୍ତୁ ।ଏବଂ ଦେଖିବେ କି ରହିଯାଇଥିବା କଳା ସବୁ ଆପଣଙ୍କ ର ସଫା ହୋଇଯିବ। ଯଦିଓ ଏହି ଉପାୟ ଟିକେ ସମୟ ନେଇଥାଏ କିନ୍ତୁ ଏହା ତାୱା କୁ ପୁରା ନୂଆ ପରି ଚକଚକ କରିଦିଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।