ବାଃ ନାରୀ ବାଃ ! ପିଲାଙ୍କ ଭବିଷ୍ୟତ ସ୍ବପ୍ନରେ ଲୁଚିଯାଇଛି ଦୁଃଖ , ଦିନରାତି ଏକ କରି ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ଶୁଖୁଆ ! ଏହି ମହିଳା ଙ୍କ ଦୁଃଖ ଶୁଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ ?

0

ବ୍ୟସ୍ତଭରା ଜୀବନ ରେ ପ୍ରେତ୍ୟକ ମଣିଷ ବ୍ୟସ୍ତ ରହି ଥାନ୍ତି। ବ୍ୟସ୍ତତା ସହିତ ଧନ ଉପାର୍ଜନ ମଧ୍ୟ କରିଥାନ୍ତି। ନିଜ ପରିବାର ଚଳେଇବା ପାଇଁ ମଣିଷ ସବୁବେଳେ କୌଣସି କାମ ରେ ବ୍ୟସ୍ତ ରହିଥାନ୍ତି। ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ହୁଅନ୍ତୁ କୁ ପୁରୁଷ ଉଭୟ ତତ୍ପରତା ଦେଖାଇଥାନ୍ତି। ତେବେ ଅଧିକ ପାଠ ପଢି ଥିବା ଲୋକ ଚାକିରି ଟିଏ କରିଥାନ୍ତି। ପାଠ ନା ପଢିଥିବା ଲୋକ ଦିନ ମଜୁରୀ କରି ପରିବାର ଚାଲିଥାନ୍ତି। କିଛି ଲୋକ ବ୍ୟବସାୟ କରି ମଧ୍ୟ ଦିନ ଗୁଜୁରାଣ ମେଣ୍ଟଇବା ସହିତ ପରିବାର ପୋଷିଥାନ୍ତି।

ତେବେ ଏବେ ସମାଜ ରେ ଉଭୟ ପୁରଷ ଓ ସ୍ତ୍ରୀ ସମାନ ଅଧିକାର ପାଇଥାନ୍ତି। ଅଭାବ ଓ ଅସୁବିଧା ସମୟରେ ପଡ଼ିଲେ ଅନେକ ଙ୍କ ମନ ଦୁର୍ବଳ ହୋଇ ଯାଏ। ତେବେ ଏଥି ପାଇଁ କିଏ ନିଜ ଭାଗ୍ୟ କୁ ଦୋଷ ଦିଏ ତ୍ କିଏ ବ୍ୟବସ୍ଥା କୁ। ଏମିତି ଜଣେ ମଣିଷ ଙ୍କ ଘଟଣା ବହୁଳ ଜୀବନ କୁ ଲୋକ ଲୋଚନକୁ ଆଣିଚୁ ଯାହା ଙ୍କ ବିଷୟରେ ଆପଣ ଥରେ ଚିନ୍ତା କରିବା ପାଇଁ ବାଧ୍ୟ ହେବେ। ଜଣେ ମହିଳା ପରିବାର ର ଆର୍ଥିକ ପରିସ୍ଥିତି ବୋଝ କୁ ମୁଣ୍ଡେଇ ଏ ଗାଁ ରୁ ସେ ଗାଁ କୁ ବୁଲି ସାଇକେଲ ରେ ଶୁଖୁଆ ବ୍ୟାପାର କରିଛନ୍ତି।

ରାତି ନା ପାହୁନୁ ନିଜ ମଟର ସାଇକେଲ ଧରି ବାହାରି ପଡନ୍ତି ମହିଳା ଜଣକ। ଖରା ବର୍ଷା ସିତ କାକର ରେ ଗାଁ ଗାଁ ବୁଲି ପାରିବା ବ୍ୟବସାୟ କରି ପରିବାର ପୋଷୁଛନ୍ତି ଶାନ୍ତି ଅପା। ତାଙ୍କ ଜୀବନ କାହାଣୀ ବଡ଼ ଦୁଃଖଦାୟକ,ନହେଲେ ମହିଳା ଟିଏ କାହିଁକି ଗୋଡ଼ ବାହାର କରିଥିଲେ ପଦା କୁ। ନା ତାଙ୍କର ଶାନ୍ତି ଲତା ମାଝି,କିନ୍ତୁ ସମସ୍ତେ ତାଙ୍କୁ ଶୁଖୁଆ ବେପାରୀ ଶାନ୍ତି ନାନୀ ବୋଲି ଡାକି ଥାନ୍ତି।

ଦୁଇ ଝିଅ ଗୋଟିଏ ପୁଅ କୁ ମଣିଷ କରେଇବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି। ଗୋଟିଏ ଲକ୍ଷ ପିଲା ମାନେ ପାଠ ପଡ଼ି ମଣିଷ ହେବେ ଏହାକୁ ଦୁଃଖ ରେ ପ୍ରକାଶ କରିଲା ବେଳେ ଲୁହ ତାଙ୍କର ବୋଲ ମାନେ ନାହିଁ। ଆଜି ଆମେ ବାଲେଶ୍ୱର ଜିଲ୍ଲା ର ଏହି ମହିଳା ଙ୍କ ସଙ୍ଘର୍ଷ ଜୀବନ ବିଷୟ ରେ କହିବୁ, ଘଟଣା ଟି ବାଲେଶ୍ଵର ଜିଲ୍ଲାର ବାହାନଗା ବ୍ଲକ ର ତାଳକୁରୁନିଆ ସାହିର ।

ବିଗତ ୨୨ ବର୍ଷ ଧରି ଶୁଖୁଆ ବେପାର କରି ଆସୁଛନ୍ତି ଶାନ୍ତି ନାନୀ। ଦୁଃଖ କଷ୍ଟ ଝଡ଼ ଝଞ୍ଜା ରେ ବିତୁଛି ତାଙ୍କ ଜୀବନ। ପରିବାର କହିଲେ ସ୍ବାମୀ ଦୁଇଟି ଝିଅ ଓ ଗୋଟିଏ ପୁଅ।ଦୁଇ ଝିଅ ବଡ ଓ ପୁଅ ଟି ସାନ। ସ୍ବାମୀ ସ୍ୱଳ୍ପ ବେତନ ରେ ବାହାରେ ଚାକିରି କରିଛନ୍ତି।। ହେଲେ ସେତିକି ରେ ପରିବାର ଚାଲିବା କଷ୍ଟକର।

ତେବେ ଦୁଇ ଝିଅ ଭିତରୁ ବଡ଼ ଝିଅ +୩ ପଢୁଛି ସାନ ଝିଅ +୨ ରେ ପଢୁଥିବା ବେଳେ ପୁଅ ଟି ଦଶମ ଶ୍ରେଣୀ ର ଛାତ୍ର। ପିଲା ମାନଙ୍କ କିପରି ପାଠ ପଢାଇବେ ସେହି ଚିନ୍ତା କରି ବଡ଼ି ଭୋର୍ ରୁ ସାଇକେଲ ଧରିବାହାରି ଯାଆନ୍ତି ଶାନ୍ତି ନାନୀ। ରାତି ୩ ରୁ ରୋଷେଇ ସାରି ଘରୁ ଯାଆନ୍ତି,ରାତି ୮ ରେ ରେ ଘରକୁ ଆସନ୍ତି। ବାହାନଗା ର ଔପଡା ବ୍ଲକ ର ବିଭିନ୍ନ ଗାଁ ରେ ବୁଲି ବିକ୍ରି କରି ଥାନ୍ତି ଶୁଖୁଆ,

ସେହି ଶୁଖୁଆ ସବୁ ଚନ୍ଦନେଶ୍ଵର ଓ ବଳରାମଗଡ଼ି ରୁ ଆଣିଥାନ୍ତି। ବ୍ୟାପାର ରୁ ଦୁଇ ପଇସା ହେଲେ ପରିବାର କଷ୍ଟ ରେ ଚଳେ। ନିଜର ଜମି ବଡ଼ି ନାହିଁ ଭାଗଚାଷ କରି ଧାନ ଅମଳ କରି ଘରେ ରଖନ୍ତି। ପିଲା ଙ୍କ କଥା ବୁଝିବା ପାଇଁ ନିଜ ମା ଙ୍କୁ ଘରେ ରଖିଛନ୍ତି।ସେ ମଧ୍ୟ କାମ ରେ ସାହାଯ୍ୟ କରନ୍ତି। ନିଜର ଘର ବାଡ଼ି କିଛି ନାହିଁ ହେଲେ ପ୍ରଧାନ ମନ୍ତ୍ରୀ ଆବାସ ମଧ୍ୟ ପାଇ ପାରୁ ନାହାନ୍ତି। ଘରକୁ ରାସ୍ତା ନାହିଁ ଅନେକ ଥରେ କହିଲେ ବି କେହି ଶୁଣି ନାହାଁନ୍ତି,ନିଜ କର୍ମ ପାଇଁ ସମସ୍ତ ଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।