ମାତ୍ର 30 ଦିନରେ ପତଳା କେଶକୁ ମୋଟା କେଶରେ ପରିଣତ କରିବା ପାଇଁ ପ୍ରସ୍ତୁତ କରନ୍ତୁ ଘରୋଇ ରିମେଡି

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ନିଜର ଝଦୁଯାଇଥିବା କେଶ କୁ ଫେରିପାଇବେ ସହ କେଶ ସୁନ୍ଦର ଘନ ଓ ମଜବୁତ ହୋଇଥାଏ ।ତେବେ ଆସନ୍ତୁ ଜଣିବା ଉପୟା ଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ଘରୋଇ ଉପଚାର ଟୀକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି:-
୧.ମେଥି
୨.ନଡ଼ିଆ ତେଲ
୩.ଏଲବେରା

ପ୍ରସ୍ତୁତ କରିବେ କିପରି:-

ଏହି ଉପଚାର ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମେଥି ଟୀକୁ କିଛି ସମୟ ପାଣିରେ ପକାନ୍ତୁ ଏବଂ ଦେଖିବେ କି ପାଣିର ରଙ୍ଗ ରେ ପରିବର୍ତ୍ତନ ଆସୁଛି ସେତେବେଳେ ସେହି ପାଣିକୁ ଗୋଟିଏ ପାତ୍ରରେ ରଖିନିଅନ୍ତୁ ।ସେହିପରି ଆଲବେରା ପତ୍ର ରୁ ଏହାର ଜେଲି ବାହାର କରିନିଆନ୍ତୁ।ବର୍ତ୍ତମାନ ଗୋଟିଏ ପାତ୍ରରେ ଦୁଇ ଚାମଚ ମେଥି ପାଣି ଏବଂ ସେଥିରେ ଏକ ଚାମଚ ନଡ଼ିଆ ତେଲ ଓ ଦୁଇ ଚାମଚ ଆଲବେରା ଜେଲ ନିଅନ୍ତୁ। ଏବଂ ସବୁକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।

ବ୍ୟବହାର କିପରି କରିବେ:-

ଆମର ଜେଲ ଟି ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ହାତରେ ବା ତୁଳା ସାହାଯ୍ୟ ରେ କେଶ ମୂଳ ରେ ଲଗାନ୍ତୁ ଏବଂ ଭଲ ଭାବରେ ଏହାକୁ ମାସାଜ କରିନିଅନ୍ତୁ। ଏବେ ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତେବେ ୧ ଘଣ୍ଟା ହେବା ପରେ ଆପଣ ବ୍ୟବହାର କରୁଥିବା ସାମ୍ପୁ ସାହାଯ୍ୟ ରେ କେଶ କୁ ଧୋଇ ଦିଅନ୍ତୁ ।ଏହିପରି ସପ୍ତାହ ରେ ୨ ଥର କରନ୍ତୁ ।ତେବେ ଏହିପରି ନିୟମିତ କରିବା ଦ୍ବାରା ମାତ୍ର ତିନି ସପ୍ତାହ ରେ ଆପଣ ନିଜର କେଶ ରେ ଆସିଥିବା ପରିବର୍ତ୍ତନ ଜାଣିପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।