Life Style – ହାତର ପାପୁଲିରେ ( M ) ଚିହ୍ନ ଅଛିକି – ଜାଣନ୍ତୁ M ଆକୃତି ର ରେଖା ଥିବା ବ୍ୟକ୍ତିଙ୍କ ବିଷୟରେ କିଛି ରମାଞ୍ଚକ ତଥ୍ୟ……

0

ଭଗବାନ ଏହି ଧାରା ପୃଷ୍ଠାରେ ମଣିଷ ଜାତି କୁ ଜନ୍ମ ଦେବା ସମୟରେ ତାକୁ କିଛି ରହସ୍ୟମୟ କାହାଣୀ ଓ ଶରୀରର ଗଠନ ଦେଇଥିଲେ ।ମଣିଷ ଏକ ଏମିତି ପ୍ରାଣୀ ଯାହାର ପ୍ରତ୍ୟେକ ଅଙ୍ଗ ତାର ନିର୍ଦ୍ଦିଷ୍ଟ ସ୍ଵଭାଵ ଓ ଗୁଣ କୁ ପ୍ରକାଶ କରିଥାଏ।ତେବେ ଆମ ପୁରାଣ ଶାସ୍ତ୍ର ର ଏକ ପନା ରେ ମଣିଷ ମାନଙ୍କ ବିଷୟରେ ଏକ ବିଚକ୍ଷଣ ତଥ୍ୟ ଲିଖିତ ରହିଛି।

ତେବେ କୁହାଯାଏ ଯେ ଆମର ଭାଗ୍ୟ ଆମ ହାତରେ ରହିଥାଏ ବୋଲି । ଆମ ସମାଜ ର ବହୁ ଜ୍ଞାନୀ ଓ ବରିଷ୍ଠ ଲୋକ ମାନେ କହିଥାନ୍ତି କି ଆମର ଭବିଷ୍ୟତ କଣ ହେବାକୁ ଯାଉଛି ଏବଂ ଆମର ଭାଗ୍ୟରେ କଣ କଣ ସବୁ ରହିଛି ତାହା ସବୁ ଆମ ହାତ ର ପାପୁଲିରେ ଥିବା ରେଖା ଉପରେ ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣ ଙ୍କର ହାତର ଥିବା ରେଖା ଦ୍ବାରା ଜାଣିବା ଆପଣଙ୍କ ର ଭାଗ୍ୟରେ କଣ କଣ ସବୁ ରହିଛି ବୋଲି।

ଆମର ଶାରୀରିକ ଗଠନ ଅନୁସାରେ ହାତରେ ରେଖା ମିଳିତ ହୋଇ ପ୍ରାୟ ୫ ପ୍ରକାରର ଚିହ୍ନ ସୃଷ୍ଟି କରିଥାନ୍ତି ।ଯେପରି କି M ଚିହ୍ନ , ଅର୍ଦ୍ଧ ଚନ୍ଦ୍ର , ମସ୍ୟ ଆଦି ।କିନ୍ତୁ ଏହି ପୋଷ୍ଟ ମଧ୍ୟମରେ ଆମେ ଆଜି ଆପଣଂକୁ ଜଣେଇବୁ ଯେ ଯେଉଁ ବ୍ୟକ୍ତି ମାନଙ୍କର ହାତରେ ରେଖା ଗୁଡ଼ିକ ଏକତ୍ର ହୋଇ M ଆକୃତି ର ହୋଇଥାଏ ସେମାନେ ଙ୍କର ବ୍ୟକ୍ତିତ୍ୱ ଏବଂ ସ୍ଵଭାବ ବିଷୟରେ। ତେବେ ଆସାନ୍ତୁ ଜାଣିବା ।

୧. ହାତରେ M ରେଖା ଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଏବଂ ସେନସିଟିଭ ହୋଇଥାନ୍ତି ।ଏମାନଙ୍କୁ ମିଛ କହି ଠକିବା ସମ୍ଭବ ହୋଇନଥାଏ ।

୨.ହାତରେ M ଆକୃତିର ରେଖା ଥିବା ବ୍ୟକ୍ତି ମାନେ ଭବିଷ୍ୟତ ରେ ବ୍ୟବସାୟ କରିବା ଉଚିତ ।ଏମାନେ ଜଣେ ଭଲ ବ୍ୟବସାୟୀ ହୋଇଥାନ୍ତି ।

୩.ଏହି ବ୍ୟକ୍ତି ମାନେ ଅନ୍ୟ ବ୍ୟକ୍ତି ଙ୍କ ତୁଳନା ରେ ବହୁତ ଶୀଘ୍ର ଜଣେ ବ୍ୟକ୍ତିଙ୍କୁ ଚିନ୍ହବାରେ ସଫଳ ହୋଇଥାନ୍ତି ।ଏମାନଙ୍କ ର ବ୍ୟକ୍ତିତ୍ୱ ପ୍ରାୟ ସମସ୍ତ ଙ୍କୁ ପସନ୍ଦ ଆସିଥାଏ।
୪.ହାତରେ M ରେଖା ଥିବା ବ୍ୟକ୍ତି ମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି ସେଥିରେ ସଫଳତା ହାସଲ କରିଥାନ୍ତି ।କୁହାଯାଏ କି ଏମାନଙ୍କ ଉପରେ ସବୁବେଳେ ଭଗବାନ ଙ୍କର କୃପା ରହିଥାଏ ।

୫.ଯଦି ଆପଣଙ୍କ ହାତରେ ଥିବା ରେଖା ର ଆକୃତି M ଥିବା ଝିଅ ଓ ପୁଅ ପରସ୍ପର କୁ ବିବାହ କରିବା ବହୁତ ଶୁଭ ହୋଇଥାଏ। ଏବଂ ଦୁହିଁଙ୍କ ର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ ।
୬.ଏହି ଚିହ୍ନ ଥିବା ବ୍ୟକ୍ତି ମାନଂକର ବ୍ୟକ୍ତିତ୍ୱ ବହୁତ ପ୍ରଭାବଶାଳୀ ହୋଇଥାଏ ।ଏମିତି ମଧ୍ୟ ଦେଖାଯାଇଛି ଯେ ଏହି ବ୍ୟକ୍ତି ମାନେ ଯାହାକୁ ଅଭିଶାପ ବା ଆଶୀର୍ବାଦ ଦେଇଥାନ୍ତି ତାହା ସତ ରେ ପ୍ରକାଶିତ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।