ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶାଶୂ ଘରେ ବୋହୂ ନୁହେଁ ଚାକରାଣୀ ! ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

ଅନେକ ସମୟ ରେ ଆମେ ସମସ୍ତେ ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରା ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ବିଷୟ ରେ ଜାଣିବା କୁ ପାଉଛୁ। ତେବେ କୌଣସି ଏକ ନିର୍ଦ୍ଦିଷ୍ଟ ମାମଲା ରେ କୋର୍ଟ ର ମାନ୍ୟବର ବିଚାରପତି ସେହି ମାମଲା ବିଷୟ ରେ ଭଲ ଭାବରେ ତଦାରଖ କରି ଏକ ନିର୍ଦ୍ଦିଷ୍ଟ ରାୟ ଶୁଣାଇ ଥାନ୍ତି। ଏବଂ ଏହି ନିଷ୍ପତ୍ତି ଉଭୟ ଦଳ ପାଇଁ ଗ୍ରହଣ ଯୋଗ୍ୟ ହୋଇଥାଏ। ଏକ ସୁସ୍ଥ ଏବଂ ନ୍ୟାୟ ଭିତ୍ତିକ ବିଚାର ଆଧାର ରେ କୋର୍ଟ ତାଙ୍କର ରାୟ କୁ ଶୁଣାଇ ଥାନ୍ତି।

ସେ କାହାର ସପକ୍ଷ ରେ କିମ୍ବା କାହାରି ବିପକ୍ଷ ରେ ନ ଥାନ୍ତି। ସେ ଯେଉଁ ନିଷ୍ପତ୍ତି ନେଇଥାନ୍ତି ତାହା ସମାଜ ର ହିତ ସାଧନ ପାଇଁ ହୋଇଥାଏ। ତେବେ ବର୍ତ୍ତମାନ ସମୟ ରେ ମାନ୍ୟବର କୋର୍ଟ ମହିଳା ମାନଙ୍କ ସ୍ୱାର୍ଥ ଏବଂ ସମ୍ମାନ କୁ ଦ୍ଋଷ୍ଟି ରେ ରଖି ସେମାନ ଙ୍କୁ ଉଚିତ୍ ସମ୍ମାନ ଏବଂ ନ୍ୟାୟ ଦେବାପାଇଁ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଏବେ ଶୁଣେଇଛନ୍ତି।

ତେବେ ଆପଣ ମାନେ ତ ପୂର୍ବରୁ ଅନେକ ଥର ଶୁଣିବା ପାଇଁ ପାଇଥିବେ ଶାଶୂ ଘରେ ବୋହୂ କୁ ଉଚିତ୍ ନ୍ୟାୟ ମିଳିବା କୁ ନେଇ କୋର୍ଟ ଆଗରୁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସବୁ ନେଇଛନ୍ତି। ବର୍ତ୍ତମାନ ସେହିଭଳି ଏକ ରାୟ କୋର୍ଟ ଶୁଣାଇ ଶାଶୂ ଘରେ ବୋହୂ କୁ ତାର ଅଧିକାର ସାବ୍ୟସ୍ତ କରିବା ସହ ନିଜର ସମାନତା କୁ ବଜାୟ ରଖିବା ପାଇଁ ଏକ ରାୟ ଦେଇଛନ୍ତି।

ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ କୌଣସି ପରିସ୍ଥିତି ରେ ବୋହୂ କୁ ଶାଶୂ ଘରେ କ୍ରୀତଦାସ ଭାବରେ ବ୍ୟବହାର କରାଯାଇ ପାରିବ ନାହିଁ। ଶାଶୂ ଘରେ ବୋହୂ କୁ ମାନବିକ ସମବେଦନା ମିଳିବା ଆବଶ୍ଯକ। ତେବେ ଏଭଳି ନିଷ୍ପତ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ ଏକ ବଧୂ ନିର୍ଯାତନା ମାମଲା ରେ ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।

୨୦୧୫ ମସିହା ରେ ଢେଙ୍କାନାଳ ଅଞ୍ଚଳ ରେ ଏକ ବିବାହ ରେ ଯୁବତୀ ଙ୍କ ବାପା ପୁଅ ଘର କୁ ୫ ଲକ୍ଷ ଟଙ୍କା ଏବଂ ୨୦ ଭରି ସୁନା ସହିତ ଅନ୍ୟାନ୍ୟ ଜିନିଷ ଯୌତୁକ ବାବଦ କୁ ଦେବେ ବୋଲି କହିଥିଲେ। ଏବଂ ଠିକ୍ ବିବାହ ର ଦୁଇ ବର୍ଷ ପରେ ଅଧିକ ଯୌତୁକ ମାଗି ଯୁବତୀ ଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହା ସହିତ ତାଙ୍କୁ ଶାରୀରିକ ଅତ୍ୟାଚାର ମଧ୍ଯ କରାଯାଉଥିଲା। ଏହାପରେ ଯୁବତୀ ଜଣକ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟ ଏହି ମାମଲା ର ଶୁଣାଣି କରି କହିଥିଲେ ଯେ ଶାଶୂ ଘରେ ବୋହୂ କ୍ରୀତଦାସ ହୋଇ ରହିବ ନାହିଁ।

ବରଂ ସମ୍ମାନ ର ସହିତ ବଞ୍ଚିବାର ଅଧିକାର ପାଇବା ଦରକାର। ପୁଅ ଭଳି ବୋହୂ ର ସମ୍ପୂର୍ଣ୍ଣ ଅଧିକାର ରହିଛି ଶାଶୂ ଘରେ। ଏହା ସହିତ ଯୌତୁକ ଓ ଶାରୀରିକ ନିର୍ଯାତନା ଦେଇଥିବା ହେତୁ କୋର୍ଟ ମହିଳା ଙ୍କ ସ୍ୱାମୀ ଙ୍କ ବ୍ୟତୀତ ପରିବାର ର ଏକାଧିକ ସଦସ୍ଯ ଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।