ପ୍ରେମିକାକୁ ପୋତାଯାଇଥିବା କବର ଉପରେ ଶୋଉଥିଲା ପ୍ରେମିକ, 4 ମାସ ପରେ କବର ଖୋଳିବାରୁ ପ୍ରେମିକର ଉଡ଼ିଗଲା ହୋସ

0

କୁହାଯାଇଥାଏ ପ୍ରେମ ଅନ୍ଧ ହୋଇଥାଏ, ଯିଏ ଯାହାକୁ ନିଜ ହୃଦୟ ରୁ ସଚ୍ଚା ମନରେ ଭଲ ପାଉଥାଏ ସିଏ ତା ସହ ତାର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଚାଲିଥାଏ। ପ୍ରେମ ଏକ ଏପରି ଜିନିଷ ଯାହାକି ଜଣଙ୍କର ଜଣାତରେ ହେଉ କିମ୍ବା ଅଜାଣତରେ ହେଉ ହୋଇଯାଇଥାଏ। ଆଉ ଯେତେବେଳେ ଜଣେ ତାର ପ୍ରେମ କୁ ବୁଝିପାରେ ସେତେବେଳେ ସେ ତାର ମନ ର ମଣିଷ କୁ ଛାଡି ରହିପାରିନଥାଏ। କିନ୍ତୁ ଆଜି କାଲି ସମାଜରେ ତ ପୁଅ ଝିଅ ମାନଙ୍କ ପାଇଁ ପ୍ରେମ ଟା ଏକ ଖେଳ ଘର ହୋଇଯାଇଛି। ଯାହାକୁ ଯେତେବେଳେ ଇଚ୍ଛା ହେଉଛି ସେ ପ୍ରେମ କରାଦେଉଛି, ଯେତେବେଳେ ଇଚ୍ଛା ହେଉଛି ଛାଡିଦେଉଛି।


ଆଜିକାଲି ତ ପିଲା ମାନେ ଟଙ୍କା, ପଇସା ଏବଂ ସୁନ୍ଦରତା କୁ ଦେଖି ଭଲପାଉଛନ୍ତି। ଆଜି କାଲି ର ଗର୍ଲ ଫ୍ରେଣ୍ଡ ମାନେ ତ ତାଙ୍କ ବୟ୍ ଫ୍ରେଣ୍ଡ ମାନଙ୍କୁ ଦାମୀ ଦାମୀ ଗିଫ୍ଟସ୍ ଡିମାଣ୍ଡ କରୁଛନ୍ତି, ସେଗୁଡିକ ନ ଦେଲେ ବ୍ରେକ୍ଅପ୍। ଏହାକୁ କଣ ପ୍ରେମ କୁଯାଯାଏ କି? ଦାମୀ ଦାମୀ ଗିଫ୍ଟସ୍ ନଦେଲେ ଗର୍ଲ ଫ୍ରେଣ୍ଡ ର ଡିମାଣ୍ଡ ନ ପୂରଣ କରିଲେ ପ୍ରେମ ସରିଗଲା। କହିବାକୁ ଗଲେ ଆଉ ଏ ଦୁନିଆରେ ପ୍ରକୃତ ଭଲପାଇବା ନାହିଁ। କେବଳ ଟାଇମ୍ ପାସ୍ ପାଇଁ ପ୍ରେମ ର ନାଟକ। କିନ୍ତୁ ନା, ଆମେ ମାନେ କହିପାରିବାନି କି ଏ ଦୁନିଆରେ ଜମା ବି ପ୍ରକୃତ ଭଲ ପାଇବା ନାହିଁ ବୋଲି। ଆଜିବି କିଛି ଅଛନ୍ତି, ଯେଉଁ ମାନେ ନିଜ ପ୍ରେମ କୁ ଛାଡି ରହିପାରିବେନି। ଏମିତିକି ନିଜ ପ୍ରେମ ପାଇଁ ଜୀବନ ମଧ୍ୟ ଦେଇଦେବେ। ଆମେ ଆମେ ଆଜି ଆପଣ ମାନଙ୍କୁ ସେହିପରି ଏକ ପ୍ରକୃତ ଭଲପାଇବା ସମ୍ପର୍କରେ କହିବୁ।


ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ସିମ୍ବାବଲି ପୋଲିସ ଷ୍ଟେସନ ର ମୁଦାରପୁର ଗାଁ ର। ଏଠାରେ ଏକ ଘଟଣା ଲୋକ ମାନଙ୍କୁ ଚକିତ କରି ରଖିଦେଇଛି। ଘଟଣା ଟି ହେଉଛି ଜଣେ ପ୍ରେମିକ ଙ୍କ ସଚ୍ଚା ପ୍ରେମ ର। ପ୍ରକୃତରେ 4 ମାସ ପୂର୍ବରୁ ପ୍ରେମିକ ଙ୍କ ପ୍ରେମିକାଙ୍କ ର ମୃତ୍ୟୁ ହୋଇଥାଇଥିଲା ଏହାପରେ ତାଙ୍କ ଘର ଲୋକ ତାଙ୍କୁ କବର ଦେଇଦେଇଥିଲେ। ପ୍ରେମିକ ଜଣକ ନିଜ ପ୍ରେମିକା ଙ୍କୁ ହରାଇବାର ଦୁଃଖ ସହି ନ ପାରି ପ୍ରତିଦିନ ତାଙ୍କ କବର୍ ଉପରେ ଯାଇ ଶୁଅନ୍ତି। ହଠାତ୍ ଦିନେ ତାଙ୍କୁ ଏପରି ଲାଗିଲା ଯେପରି ତାଙ୍କ ପ୍ରେମିକା ଙ୍କ ର ମୃତ୍ୟୁ ହୋଇନି ବରଂ ତାଙ୍କୁ ହତ୍ୟା କରାଯାଇଛି। ଏହାପରେ ସେ ପୋଲିସ ର ସାହାଯ୍ୟ ଲୋଡିଥିଲେ।

ଏହାପରେ ସେ ପୋଲିସ୍ ଷ୍ଟେସନ ରେ ଏଫ୍ଆଇଆର୍ ଦେଇଥିଲେ। ପୋଲିସ ନିଜର ତଦନ୍ତ ଆରମ୍ଭ କରି ବଡି କୁ ପୋଷ୍ଟମୋଟମ୍ ପାଇଁ ପଠାଇଲା। ଏହାପରେ ସତ୍ୟତା ସାମ୍ନା କୁ ଆସିଲା ବାସ୍ତବରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ନିଜ ଘର ଲୋକ ତାଙ୍କୁ କୀଟନାଶକ ଔଷଧ ଦେଇ ତାଙ୍କ ର ହତ୍ୟା କରିଥିଲେ। ପ୍ରେମିକ ଜଣକ ଏଫ୍ଆଇଆର୍ ଦେବା ପରେ ଝିଅ ଟିର ଘର ଲୋକ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ପ୍ରେମିକ ଙ୍କୁ ଏବଂ ଆଉ ଜଣଙ୍କ ଉପର କୁ ଗୁଳି ମାଡ କରିଥିଲେ। ଏଥିରେ ଜଣେ ଲୋକ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଟିକେ ସୁସ୍ଥ ଅଛନ୍ତି। ଗୁରୁତର ହୋଇଥିବା ବ୍ୟକ୍ତି ଙ୍କୁ ମେରୁଟ କୁ ପଠାଯାଇଛି।


ପୋଲିସ୍ ର କହିବା ଅନୁଯାୟୀ ପ୍ରେମିକ ଏଫ୍ଆଇଆର୍ ଦେଲା ପରେ ସେମାନେ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେହି ଝିଅ ଜଣ ଙ୍କ ଏକ ପୁଅ କୁ ଭଲ ପାଉଥିଲେ। ଏହି କଥା ତାଙ୍କ ଘର ଲୋକ ଙ୍କୁ ପସନ୍ଦ ଆସୁନଥିଲା ଏଥିପାଇଁ ସେମାନେ ବଳ ପୂର୍ବକ ତାଙ୍କୁ ହତ୍ୟା କରି ପୋତି ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।