ମାଳିକା ବଚନ ସତ ହେବ,ଏହି ଘୋର କଳି ଯୁଗରେ ସଂସାର ରୁ ମୁକ୍ତି ପାଇବା ର ବାଟ। କଳି ର ଶେଷ ଅତି ନିକଟରେ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର……

0

ବେଦ ପୁରାଣ ଅନୁଯାୟୀ ଆମେ ଯେଉଁ ଯୁଗ ରେ ବଞ୍ଚୁଚେ ତାହା ହେଉଛି କଳି ଯୁଗ। ଅଧର୍ମ ର ମାତ୍ରା ଯେବେ ବଢ଼ି ଯିବା ସେବେ ଏହି ଯୁଗ ର ପରି ସମାପ୍ତି ଘଟିବ ବୋଲି ବେଦ ପୁରାଣ ରେ କୁହା ଯାଇଛି। ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ରୁ ଆରମ୍ଭ ହୋଇ ସାରିଛି।ଯଦି ଆମେ ବେଦ ଦେଖିବା ତେବେ କଳି ଯୁଗ ଟି ଅତ୍ୟାଚାରୀ ଯୁଗ ବୋଲି କୁହା ଯାଉଛି। ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ଯୁଗରେ ଆରମ୍ଭ ହୋଇଥିଲା ଓ ଏହାର ଅନ୍ତ କଳି ଯୁଗ ରେ ହେବା ବୋଲି କୁହା ଯାଉଛି।

ଏହି ଯୁଗ ରେ ନାନା ପ୍ରକାର କୁ କର୍ମ ବଢିବ। ଚୋରି ,ଡକାୟତି, ଲୋଭ, କାମ,ମୋହ , କ୍ରୋଧ ଆଦି ମଣିଷ କୁ ଅନ୍ତ କରିଦେବ। ମଣିଷ ବୁଦ୍ଧି ବିବେକ ହରାଇ କୁ କର୍ମ ରେ ଲୀପ୍ତ ରହିବ। କଳି ଯୁଗ ରେ ଯାହା ସବୁ ଘଟିବ ତାହା ଏକ ଗ୍ରନ୍ଥ ରେ ଲେଖା ହୋଇଛି। ଯାହାକୁ ଆପଣ ମାନେ ମାଳିକା ଭାବରେ ଜାଣିଛନ୍ତି। ତେବେ କିଛି ରହସ୍ୟ ଲୁଚି ରହିଛି ବୋଲି ସେଥିରେ ମଧ୍ୟ ଲେଖା ଅଛି ତାହା କଣ ଆଜି ଆମେ ଆପଣ ଙ୍କୁ ଜଣାଇବୁ।

ସମୟ ର କାଳ ଶେଷ ହେବା ପୂର୍ବରୁ ସମସ୍ତେ ସତର୍କ ରହିବା ନିହାତି ଆବଶ୍ୟକ। ସେଥି ପାଇଁ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ରେ ସବୁ ଲେଖି ଯାଇଛନ୍ତି।ତେବେ ସେ କହିଲେ “ଉତ୍ତରା ଖଣ୍ଡ ଠାରେ ମହାପ୍ରଳୟ ହୋଇବ, ଦିଲ୍ଲୀ ଠାରେ ଭୂମିକମ୍ପ କୋଠା ବାଡ଼ି ଭୁସୁଡିବ”। ଏହି ଭଳି ସମୟ ଆସିବ। ପୂର୍ବରୁ ଦିଲ୍ଲୀ ରେ ୬ ଥର ଭୂମିକମ୍ପ ହୋଇସାରିଛି। କେତେକ ଙ୍କ ପ୍ରାଣ ଯାଇଛି। କୋଠା ବାଡ଼ି ଭୁଷୁଡି ପଡିଛି।

ଆଗାମୀ ଦିନରେ ରେ ପୁଣି ଭୂମିକମ୍ପ ହେବ।ମହାପୁରୁଷ ପୁଣି କହୁଛନ୍ତି-“କାହା ଠାରେ ଦୟା ଭାବ ଦେଖା ଯିବ ନାହିଁ, ନିର୍ଦ୍ଦୟ ହୋଇଲେ ଲୋକେ ନାଶ ଯିବ ମହି”। ଏମିତି ସମୟ ଆସିବ କାହା ଠାରେ ଦୟା ଭାବ ଦେଖିବାକୁ ମିଳିବ ନାହିଁ। ନିକଟ ରେ ଆପଣ ମାନେ କେରଳ ର ଘଟଣା ସୁଣିଥିବେ। ଗର୍ଭବତୀ ହାତୀ କୁ ସପୁରୀ ରେ ବାଣ ପୁରାଇ ଖାଇବାକୁ ଦେଇ ଥିଲେ। ଏହା ଶୁଣି ମନରେ ପ୍ରଶ୍ନ ଆସେ ସତରେ ମଣିଷ ଏତେ ନିର୍ଦ୍ଦୟ।

କୋରୋନା ସମୟ ରେ ମଣିଷ ମାନେ ମସ୍କ୍ ବ୍ୟବହାର କରୁଛନ୍ତି। ମାତ୍ର ଏହା ମାଷ୍କ୍ ନୁହଁ । ମଣିଷ କୁକର୍ମ ରେ ଏତେ ଲିପ୍ତ ହୋଇଛି ଯେ ସେ ଭଗବାନ ଙ୍କୁ ମୁହଁ ଦେଖାଇବା ପାଇଁ ଆଉ ସାହସ କରି ପାରୁ ନାହିଁ। ମଣିଷ ନିଜ କର୍ମ ଦ୍ଵାରା ତଳକୁ ଖସି ଯାଇଛନ୍ତି। ମଣିଷ ବଡ଼ ନିର୍ଦ୍ଦୟ ହୋଇଯାଇଛି। ଏହା ପରେ ଦୁନିଆ ଶେଷ ହୋଇଯିବ।”କଳୀ ଶେଷ ପୁଣି ବିପତ୍ତି ପଡ଼ିବ, ଝିଅ ର କାନ୍ଧେ ବାପ ଶବ ବୁହା ହେବ।”ଝିଅ ମାନଙ୍କୁ ମଶାଣି ଯିବା ମନା ହେଲେ ଏମିତି ସମୟ ଆସିବ ବାପ ର ଶବ ନେଇ ଝିଅ ମଶାଣି କୁ ମଧ୍ୟ ଯିବ।”ଧର୍ମ ନମେ ବିଧର୍ମୀ ଯେ ବଢିବେ ବହୁତ,ନାନା ବିପତ୍ତି ରେ ସୃଷ୍ଟି ହେବ ଅନାୟତ।

“ଅର୍ଥାତ୍ ଏମିତି ସମୟ ଆସିବ ଯେଉଁ ଠାରେ ବିଧର୍ମୀ ଙ୍କ ସଂଖ୍ୟ ବଢ଼ିବାରେ ଲାଗିବ। କିଏ ଧର୍ମ ନାମ ରେ ଆମ ପୁରାଣ ସଂସ୍କାର କୁ ଗଞ୍ଜଡ କହୁଛି କିଏ ଧର୍ମ ନାମ ରେ ଲୋକ ମାନଙ୍କୁ ଠକି ଚାଲିଛି। ସନାତନ ଧର୍ମ କୁ ନେଇ ଭଣ୍ଡ ମାନେ ଖେଳିବେ।”ଏହି ଘୋର ସଙ୍କଟ ରୁ ତରିବାର ପାଇଁ , ହୃଦୟ କନ୍ଦ ରୁ ଖୋଜ ନୀଳାଚଳ ସାଇଁ।”ଏହି ସଙ୍କଟ ରୁ ତରିବା ପାଇଁ ହୃଦୟ ରୁ ଭଗବାନ ଙ୍କୁ ସ୍ମରଣ କରିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।