Ajira Anuchinta || ଶୋଇବା ଘରୁ ଆଜିହିଁ କାଢିଦିଅନ୍ତୁ ଏହି ୫ ଟି ଜିନିଷ ନଚେତ ହୋଇଯିବେ ଲଷ୍ମୀଛଡ଼ା

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।

କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଆପଣଙ୍କ ର ଘରେ ଶୋଇବା ଘର ମଧ୍ୟରେ ଥିବା ବେଡ଼ ଉପରେ କିଛି ତଥ୍ୟ ଯାହାକି ଆପଣ ଙ୍କୁ ଭବିଷ୍ୟତ ରେ ହେବାକୁ ଯାଉଥିବା କେତେକ ବିପଦ ରୁ ରକ୍ଷା କରିପାରିବ ।

ଆମର ବାସ୍ତୁ ଶାସ୍ତ୍ର ଅନୁସାରେ ,ଜଣେ ବ୍ୟକ୍ତି ଘର ର ବେଡ଼ ରୁମ ଟି ସବୁ ବେଳେ ଘରର ଦକ୍ଷିଣ ପୂର୍ବ ବା ଉତ୍ତର ଦିଗ ରେ ହେବା ଆବଶ୍ୟକ ।ଆଉ କେତେକ ଜିନିଷ କେବେ ବି ବେଡ଼ ରୁମ ରେ ରଖିବା ଅନୁଚିତ ହୋଇଥାଏ ।ତେବେ ଯଦି ଆପଣ ନିଜ ଶୋଇବା ଘର ଏହି ସବୁ ଜିନିଷ ଗୁଡ଼ିକ ରଖିଥାନ୍ତି ନାହିଁ କାରଣ ଏହି ସବି ଜିନିଷ ରଖିବା ଦ୍ଵାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳି ଝଗଡା ହୋଇଥାଏ ଏବଂ ଘରେ ଅଭାବ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ ବୋଲି ।

୧.ଚପଲ

ଆପଣ କେବେ ବି ନିଜର ଶୋଇବା ଘର ଚପଲ ରଖନ୍ତୁ ନାହିଁ ।କାରଣ ଏହା ରଖିବା ଦ୍ଵାରା ଘର ଉପରେ ତଥା ସ୍ୱାମୀ ସ୍ତ୍ରୀ ଙ୍କ ଉପରେ ନାକରତ୍ମକ ପ୍ରଭାବ ପଡିଥାଏ। ଆମର ବାସ୍ତୁ ବଚନ ଅନୁସାରେ ଯେଉଁ ଘରର ଶୋଇବା ଘର ଚପଲ ରହିଥାଏ ମାତା ଲକ୍ଷ୍ମୀ ସେଠାରୁ ପଳାୟନ କରନ୍ତି ଏବଂ ଦାରିଦ୍ର୍ୟତା ର ପ୍ରବେଶ ହୋଇଥାଏ।

୨.ଝାଡୁ

ଶୋଇବା ଘର ଝାଡୁ ରଖିବା ବହୁତ ଅଶୁଭ ବୋଲି କୁହାଯାଇଛି ଆମ ଶାସ୍ତ୍ର ରେ ।ଖାଲି ବେଡ଼ ରୁମ ରେ ନୁହେଁ ବରଂ ଝାଡୁ କୁ ଘରର ଇଆଡେ ସିଆଡେ ପକାନ୍ତୁ ନାହିଁ ।ଏହାକୁ ଏମିତି ଏକ ସ୍ଥାନରେ ବାନ୍ଧିକି ରଖନ୍ତୁ ଯେଉଁଠାରେ ଆପଣ ଙ୍କର ନଜର କମ ପଡିଥାଏ ।

୩.ଛିଣ୍ଡିଯାଇଥିବା ପୋଷକ

ଶୋଇବା ଘର ଏକ ଶାନ୍ତି ର ପ୍ରତୀକ ଅଟେ। ଜଣେ ବ୍ୟକ୍ତି ନିଜର ସାରା ଦିନ ର ପରିଶ୍ରମ ପରେ ତାର ବେଡ଼ ରୁମରେ ଶାନ୍ତି ରେ ଶୋଇଥାଏ ।ଆଉ ବେଡ଼ ରୁମ ରେ ଛିଣ୍ଡା କପଡା ବା ଲୁଗା ରଖିବା ଏହା ଉପରେ ଖରାପ ପ୍ରଭାବ ପକେଇଥାଏ। ତେଣୁ ଏହାକୁ ଘରୁ ବାହାରକୁ ଫପାଡି ଦେବା ଉଚିତ ।

୪.ଲୁଣ

ଲୁଣ ଆମ ଶରୀର ପାଇଁ ଉପକାରୀ ହୋଇଥାଏ ମାତ୍ର ଏହା ରୋଷେଇ ଘରେ ରଖିବା ଉଚିତ ।ଯଦି ଆପଣ ଏହାକୁ ନିଜ ଶୋଇବା ଘରେ ରଖିଛନ୍ତି ତେବେ ଏହାର କୁପ୍ରଭାବ ଆପଣ ଉପରେ ରହିବ ।ଘରେ ସବୁବେଳେ ଅଶାନ୍ତି ଲାଗିରହିବା ସହ ପରିବାର ସଦସ୍ୟ ଙ୍କ ମଧ୍ୟରେ ମତାନ୍ତର ଦେଖା ଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।