ଭଗବାନ ହନୁମାନ ନିଜେ ଲେଖିଛନ୍ତି ଏହି 2 ଟି ଶବ୍ଦ ର ମନ୍ତ୍ର, ଶୋଇବା ପୂର୍ବରୁ ଥରେ ମାତ୍ର ଜପନ୍ତୁ ସବୁ ସମସ୍ୟା ହେଇଯିବ ଦୂର

0

କଳି ଯୁଗରେ ଭଗବାନ ଙ୍କ ଉପସ୍ଥିତି ଅନୁଭବ କରିବା ପାଇଁ ଅନେକ ପୁଣ୍ୟ କରିବାକୁ ହେବ। କାରଣ କଳି ଯୁଗରେ ପାପ ର ଭାର ବଢି ଚାଲିଛି। ପ୍ରତି ମଣିଷ ପାପ କାର୍ଯ୍ଯ କରିବାରେ ଲାଗିଛନ୍ତି। ମାତ୍ର ମଣିଷ ଯେତେ ଧନ ଅର୍ଜନ କଲେ ମଧ୍ୟ ଖୁସି ରେ ଦିନ କାଟି ପାରୁ ନାହିଁ। କାରଣ ମଣିଷ ଆଜି କୁପଥରେ ଯିବା ପାଇଁ ସର୍ବଦା ବ୍ୟଗ୍ର ହେଉଛି। ତେଣୁ ଆଜି ର ସମାଜ ରେ ପ୍ରକୃତ ସୁଖ ଏଵଂ ଶାନ୍ତି ପ୍ରାପ୍ତ ପାଇଁ ଅନେକ ଲୋକ ହନୁମାନ ଙ୍କୁ ପୂଜା ଅର୍ଚ୍ଚନା ଏବଂ ଜପ ଧ୍ୟାନ କରନ୍ତି।

ରାମାୟଣ ରେ କୁହାଯାଇଛି କି କଳି ଯୁଗ ହେଉ ବା ସେ ଅନ୍ୟ ତିନିଟି ଯୁଗ ହେଉ ହନୁମାନ ଯାହାଙ୍କୁ ପବନ ପୁତ୍ର କୁହାଯାଏ, ସେ ହେଉଛନ୍ତି ଅମର। ତେଣୁ ତାଙ୍କର ଆଶିଷ ପାଇବାକୁ ଅନେକ ଲୋକ ତାଙ୍କର ମନ୍ଦିର କୁ ଯାଇ ପୂଜା ପାଠ କରନ୍ତି। ମାତ୍ର ତାଙ୍କୁ ସନ୍ତୁଷ୍ଟି କରିବାର ଉପାୟ ଜଣା ନଥାଏ ଆମକୁ। ଏହା ଛଡା ମଧ୍ୟ ରାତିରେ ହନୁମାନ ଙ୍କୁ ଏହି ମନ୍ତ୍ର ଦ୍ଵାରା ଧ୍ୟାନ କରିଦେଲେ କୌଣସି ଖରାପ ସ୍ଵପ୍ନ ମଧ୍ୟ ଆସି ନଥାଏ। ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ଟି କଣ୍ ଏବଂ ଏହାକୁ କେତେଥର ଜପ କରିବା ଦରକାର।

ଅନେକ ଲୋକ ହନୁମାନଙ୍କୁ ଆହ୍ବାନ ପାଇଁ ହନୁମାନ ଚାଳିଶା ପାଠ କରି ଥାନ୍ତି। ଆପଣ ଯଦି ଏପରି ପ୍ରତିଦିନ ସକାଳେ ପ୍ରାତଃ ସମୟରେ ସ୍ନାନ କରି ଏହି ଚାଳିଶା ପାଠ କରନ୍ତି ତେବେ ଆପଣ ଯେ କୌଣସି କାର୍ଯ୍ଯ ରେ ଯାଆନ୍ତୁ ନୁ କାହିଁକି ଆପଣଙ୍କ ର ପ୍ରତେକ କାର୍ଯ୍ଯ ସଫଳ ପ୍ରତି ପାଦନ ହେବେ। ଏହାକୁ ସମ୍ପୁର୍ଣ୍ଣ ବୋଲିବାକୁ ଚେଷ୍ଟା କରିବେ।

ସେହିପରି ଆପଣ ଜାଣିଥିବେ ହନୁମାନ ଙ୍କୁ ସିନ୍ଦୂର ପସନ୍ଦ ଥାଏ। କାରଣ ରାମାୟଣ ରେ ବର୍ଣ୍ଣିତ ଅଛି ଯେ ହନୁମାନ ଥରେ ସୀତାଙ୍କୁ ପଚାରିଥିଲେ ସେ କଣ ପାଇଁ ମଥାରେ ଥିବା ସିନ୍ଥି ରେ ସିନ୍ଦୂର ଲଗାନ୍ତି। ମାତା ସୀତା ଉତ୍ତର ଦେଇ କହିଥିଲେ ରାମଙ୍କ ଦୀର୍ଘ ଆୟୁ ଏଵଂ ସୁରକ୍ଷା ପାଇଁ ଏହି ସିନ୍ଦୂର ଲଗାନ୍ତି। ତେଣୁ ହନୁମାନ ସେବେ ଠାରୁ ପ୍ରତିଦିନ ନିଜ ଦେହରେ ସିନ୍ଦୂର ବୋଳନ୍ତି। ତେଣୁ ଯେଉଁମାନେ ତାଙ୍କୁ ମଙ୍ଗଳବାର ଦିନ ଏଵଂ ଶନିବାର ଦିନ ତାଙ୍କ ମୂର୍ତ୍ତି ରେ ସିନ୍ଦୂର ଲଗାନ୍ତି ସେମାନେ ସବୁ କିଛି। କାର୍ଯ୍ୟରେ ସଫଳ ହୁଅନ୍ତି।

ଠିକ୍ ସେହିପର ଏହି ମନ୍ତ୍ର ଟି ହେଲା:-

” ଦୀନ ଦୟାଳୁ ବିରିଦୁ ସମ୍ଭାରୀ,
ହରହୁ ନାଥ ମମ ସଙ୍କଟ ଭାରୀ “

ଏହି ମନ୍ତ୍ର ଟିକୁ ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଯଦି ୧୧ ଥର ଜପ କରି ଦିଅନ୍ତି ତେବେ ସବୁ ମନସ୍କାମନା ପୂରଣ ହେବା ସହିତ ରାତିରେ କୌଣସି ଖରାପ ସ୍ଵପ୍ନ ମଧ୍ୟ ଆସିବ ନାହିଁ। ଏହା ସହିତ ଆପଣ ହନୁମାନଙ୍କ ର ଅତି ନିକଟ ତର ହୋଇପାରିବେ। ଆପଣଙ୍କୁ ହନୁମାନ ପ୍ରତି ବିପଦ ରୁ ଉଦ୍ଧାର କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।