Ajira Anuchinta – ଭୁଲ ରେ ବି ଏହି ସବୁ ଜିନିଷ ରଖନ୍ତୁ ନାହିଁ ନିଜ ଘରେ ନଚେତ ଆପଣଙ୍କୁ ଦାରିଦ୍ର୍ୟତା ରୁ କେହି ବଞ୍ଚେଇ ପାରିବେ ନାହିଁ ଜାଣନ୍ତୁ କେଉଁ ସବୁ ଜିନିଷ ଘରେ ରଖିବା ଉଚିତ ନୁହେଁ

0

ବର୍ତ୍ତମାନ ର ଏହି ସ୍ୱାର୍ଥପର ଦୁନିଆରେ ଲୋକମାନେ କେବଳ ଗୋଟିଏ ଫେକ୍ଟର ଉପରେ ଅଧିକ ନିର୍ଭର କରୁଛନ୍ତି ଆଉ ତାହା ହେଉଛି ଟଙ୍କା । ପ୍ରକୃତରେ ବର୍ତ୍ତମାନ ସମାଜରେ ଟଙ୍କା ଓ ଧନସମ୍ପଦ ହେଉଛି ସବୁ କିଛି । ଯଦି ଜଣେ ବ୍ୟକ୍ତି ଙ୍କ ପାଖରେ ଟଙ୍କା ପଇସା ଅଛି ତ ତପାଖରେ ସବୁକିଛି ଅଛି ବୋଲି କହିଲେ କିଛି ଅତୃପ୍ତି ହେବ ନାହିଁ । ଏବଂ ଯାହା ପାଖରେ ଏହି ଅର୍ଥନୈତିକ ଅଭାବ ରହିଛି ତାର ସମାଜରେ କୌଣସି ଅସ୍ତିତ୍ବ ନାହିଁ । ଖାଲି ଏତିକି ନୁହେଁ ବରଂ ଅର୍ଥନୈତିକ ଅଭାଵ କାରଣରୁ ଜଣେ ବ୍ୟକ୍ତି ଙ୍କର ପରିବାର ରେ ମଧ୍ୟ ସବୁବେଳେ ଆସନ୍ତି ଲାଗି ରହିଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଯେ ଆପଣ କେଉଁ କେଉଁ ଜିନିଷ ଗୁଡ଼ିକ ଘରେ ରଖିବା ଦ୍ୱାରା ଘରେ ଧନ ଅଭାବ ଦେଖାଦେଇଥାଏ ଏବଂ ଘରେ ଲକ୍ଷ୍ମୀ ପଳାଇ ଥାନ୍ତି ଏବଂ ଘରେ ଦାରିଦ୍ର୍ୟତା ଆଗମନ ହୋଇଥାଏ । ତେବେ କେବେ କେବେ ଆମେ ଅଜାଣତରେ କିଛି ଏପରୀ କରିଥାଉ ଯାହାକି ଆମର ଦୁର୍ଭାଗ୍ୟ କୁ ଟାଣିଆଣିଥାଏ ।ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଅଟେ ।

୧.ଭଙ୍ଗା ବାସନ କୁସନ

ସାଧାରଣ ଭାବରେ ଲୋକ ମାନେ ଭଙ୍ଗା ବାସନ କୁସନ କୁ ଫୋପାଡ଼ି ନଥାନ୍ତି ବରଂ ଏହାକୁ ସାଇତି ରଖିଥାନ୍ତି ।କିନ୍ତୁ ବାସ୍ତୁ ବଚନ ଅନୁସାରେ ଏହି ଭଙ୍ଗା ବାସନ କୁ କେବେ ବି ଘରେ ରଖନ୍ତୁ ନାହିଁ ।ଏହା ଘରେ ରହିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରଧିତ ହୋଇଥାନ୍ତି। ଏବଂ ଘରେ ଦାରିଦ୍ର୍ୟତା ଦେଖାଯାଇଥାଏ।

୨.ବନ୍ଦ ପଡିଥିବା ଘଣ୍ଟା:-

ଏମିତି କୁହାଯାଏ କି ଘରେ ଥିବା ଘଣ୍ଟା ମଣିଷର ଭଲ ସମୟ କୁ ସୂଚାଇ ଥାଏ। କିନ୍ତୁ ଏହାର ବିପରୀତ ହୋଇଥାଏ ବନ୍ଦ ଘଣ୍ଟା ଘରେ ରହିଲେ ।ତେଣୁ ଯଦି ଘଣ୍ଟା ବନ୍ଦ ହୋଇଯାଇଛି ତ ଏହାକୁ ଶୀଘ୍ର ଠିକ କରିନଅନ୍ତୁ ନଚେତ ଏହାକୁ ବଦଳାଇ ନୂଆ ଘଡି ରଖନ୍ତୁ।

୩.କାଚ

ଘରେ ଭୁଲ ବି ଭଙ୍ଗା କାଚ ରଖନ୍ତୁ ନାହିଁ ।କାରଣ ଏହା ଘରେ ରହିବା ଦ୍ଵାରା ଘରର ସମସ୍ତ ସଦରସ୍ୟ ଙ୍କ ଉପରେ ନାକାତ୍ମକ ପ୍ରଭାବ ପଡିଥାଏ ଏବଂ ପରସ୍ପର ମଧ୍ୟରେ କଳି ଝଗଡା ହୋଇଥାଏ। ଘରେ ଅର୍ଥନୈତିକ ସମସ୍ୟା ମଧ୍ୟ ଦେଖାଯାଏ ।

୪.ଭଙ୍ଗା ଫୋଟ

ଘର ମଧ୍ୟରେ କେବେବି ଭଙ୍ଗା ଫୋଟ ରଖନ୍ତୁ ନାହିଁ ଏହା ଯେତେ ପ୍ରିୟ ହୋଇଥିଲେ ମଧ୍ୟ ଏହାକୁ ବାହାର କରିଦେବା ଉଚିତ ନହେଲେ ଘରେ ଆସନ୍ତି ଓ ଅଭାଵ ଦେଖାଦେଇଥାଏ।

୫.ଭଙ୍ଗା ପଲଙ୍କ ଓ ଆସବାପତ୍ର

କେବେ ବି ଘର ମଧ୍ୟରେ ଭଙ୍ଗା ଆସବାପତ୍ର ବା ଭଙ୍ଗା ପଲଙ୍କ ରଖନ୍ତୁ ନାହିଁ କି ଏହାର ବ୍ୟବହାର ମଧ୍ୟ କରନ୍ତୁ ନାହିଁ ।ଏପରି ଜିନିଷ ଘରେ ରହିଲେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ ଏବଂ ଅଶାନ୍ତି ଦେଖାଯାଏ।

୬.କବାଟ

ଗୋଟିଏ ଘର ପାଇଁ ଏହାର କବାଟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।ଯଦି ଆପଣଙ୍କ କବାଟ ରେ ଭଙ୍ଗା ଅଛି ତାହାକୁ ତୁରନ୍ତ ଠିକ କରିନେବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।