ପ୍ରକୃତିର ପ୍ରଳୟଙ୍କାରୀ ତାଣ୍ଡବ ଉତ୍ତରାଖଣ୍ଡ ଚମୋଲିର ଚିତ୍କାର ଦେଖି ମନେପଡିଗଲା ୮ ବର୍ଷ ତଳର କେଦାରନାଥ କଥା , ମନରେ ଭକ୍ତି ଥିଲେ “ଓଁ ନମଃ ଶିବାୟ ଲେଖନ୍ତୁ”

0

ଉତ୍ତରାଖଣ୍ଡରେ ଯେଉଁ ପ୍ରକାର ଭୟଂକର ହିମସ୍ପଳନ ଦେଖା ଦେଖାଦେଇଥିଲା ସେଥିପାଇଁ ଅନେକ ଲୋକ ଏବେ ସୁଧା ପ୍ରାଣ ହରାଇ ସାରିଲେଣି। ଏପରି ଭୟାନକ ରୂପରେ ଗ୍ଲାସିଆର୍ ତରାଳି ଜଳ ରୂପରେ ଭୂ ପୃଷ୍ଟ ଆଡ଼କୁ ମାଡ଼ି ଆସିବା ପରେ ବନ୍ୟା ରୂପ ଧାରଣ କରିଥିଲା। ଆଉ ଏଥିପାଇଁ ଅନେକ ଲୋକ ମଧ୍ୟ ପ୍ରାଣ ହରିଦେଲେ। ଅଚାନକ ଏପରି ଜଳ ମାଡ଼ି ଆସିବା ପରେ ଅନେକ ଘର ଏଵଂ ଡ୍ୟାମ ମଧ୍ୟ ପୁରା ନଷ୍ଟ ହୋଇ ଗଲା। ସମ୍ପୁର୍ଣ୍ଣ ରୂପେ ଜଳ ମଗ୍ନ ହୋଇ ଯାଇଥିଲା ଉତ୍ତରାଖଣ୍ଡ ର ଚମୋଲି ଅଞ୍ଚଳ ରେ ଦେଖିବାକୁ ମିଳିଛି।

ଏହିପରି ବନ୍ୟା ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡ ରେ ଦେଖିବାକୁ ମିଳିଥିଲା। ପୂର୍ବରୁ ଯାହାକି ପ୍ରାୟ ୨୦୧୩ ମସିହାରେ ଏପରି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବନ୍ୟା ଉତ୍ତରାଖଣ୍ଡ ର କେଦାରନାଥ ରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୪୦୦୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ଥିଲେ। ସେହି କରୁଣ ଦୃଶ୍ୟ ଯଦି ଯିଏ ଦେଖିଥିବ ତାର ଆଖିରୁ ଲୁହ ବାହାରି ଆସିବ।

କାରଣ ଏପରି ଦୃଶ୍ୟ ଥିଲା ଯେଉଁଥିରେ ଲୋକ ମାନେ ପୋକ ମାଛି ଭଳି ପ୍ରାଣ ହରାଇ ଚାଲିଥିଲେ। କେନ୍ଦ୍ର ସରକାର ଙ୍କ ପକ୍ଷରୁ ସୈନ୍ୟ ବାହିନୀ ପଠାଇ ତାଙ୍କର ଉଦ୍ଧାର କାର୍ଯ୍ଯ କରାଯାଇଥିଲା। ଏପରି ଅନେକ ପିଲା ମଧ୍ୟ ନିଜ ପିତା ମାତାଙ୍କୁ ହରାଇ ଶେଷ ମୁହୂର୍ତ୍ତ ରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ।

କୁହାଯାଏ ଜଳ ବହୁନେ ସୃଷ୍ଟି ନାଶ , ଜଳ ବିହୁନେ ସୃଷ୍ଟି ନାଶ। ଅର୍ଥାତ୍ ଜଳ ଅଧିକ ହେଲେ ଜୀବନ ନଷ୍ଟ ହୁଏ ଆଉ ଜଳ ବିନା ମଧ୍ୟ ଜଣକ ର ଜୀବନ ଚାଲିଯାଏ। ତେଣୁ ଉତ୍ତରାଖଣ୍ଡ ରେ ଚୋମୋଲି ରେ ଯେପରି ହିମସ୍ପଳନ ହେଲା ଗ୍ଲାସିଆର ତରଲି ଯାହାକି ଋତୁ ପରିବର୍ତ୍ତନ ପାଇଁ ସାଧାରଣଃ ଭାବରେ ଘଟିଥିବା କଥା ଜାତୀୟ ଗଣମାଧ୍ୟରେ ରେ ଚର୍ଚ୍ଚା ହେଉଛି। ତେବେ ସବୁଠାରୁ ବଡ଼ କଥା ଏହାର ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଲାଇଭ ଭିଶୁଆଲ ରୂପେ ଦେଖିବାକୁ ମିଳିଛି।

ଏହିପରି ଘଟଣା ର ଝଲକ ଠିକ୍ ଆଠ ବର୍ଷ ତଳେ ସେହି କେଦାରନାଥ ଠାରେ ଦେଖିବାକୁ ମିଳିଥିଲା। ମାତ୍ର ଫରକ ଏତିକି ସେହି ଘଟଣା ରେ ହାଜର ହାଜର ଲୋକ ପ୍ରାଣ ହରାଇ ଥିଲେ ମାତ୍ର ଏଥିରେ ଏବେ ପର୍ଯ୍ୟନ୍ତ ମାତ୍ର ଶତକ ମଧ୍ୟରେ ସୀମିତ ରହିଛି। ତେବେ ଏଥିରେ ଗୋଟିଏ କଥା ଶିକ୍ଷା ମିଳେ ପ୍ରକୃତି ର ତାଣ୍ଡବ ଆଗରେ ମଣିଷ ର ସତ୍ତା କିଛି ବି ନଥାଏ। ମଣିଷ ର ବାହାଦୂରୀ ପ୍ରକୃତି ଆଗରେ କୌଣସି ମୂଲ୍ୟ ରଖେ ନାହିଁ। କେଦାରନାଥ ରେ ପ୍ରାଣ ହରାଇଥିବା ଅନେକ ମୃତକ ଙ୍କ ପରିବାର କୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଆର୍ଥିକ ସହୟତା ପ୍ରଦାନ କରିଥିଲେ। ଏହା ସହିତ ଚୋମଲି ରେ ଘଟିଥିବା ଏହି ଘଟଣାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।