ବଡ ଖବର! ମେ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ପାଇଁ ଯାଉଛି, ଏହି ସବୁ ନିୟମ ରହିବ ଜାଣନ୍ତୁ ଓ ସମସ୍ତଙ୍କୁ ସେୟାର କରି ଜଣାନ୍ତୁ

0

୨୦୨୦ ବର୍ଷ ର ପ୍ରାରମ୍ଭ ରୁ ଚୀନ ରୁ ବାହାରିଥିବା ମାରାତ୍ମକ କରନା ଭୁତାଣୁ (COVID-19) ପାଇଁ ଦେଶର ର ସମସ୍ତ କାର୍ଯ୍ୟରେ ବହୁତ ବାଧା ସୃଷ୍ଟି ହୋଇଥିଲା ।ଏବଂ ଏହି ମାରାତ୍ମକ ପରିସ୍ଥିତି ରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଦେଶର ସମସ୍ତ ଛାତ୍ର ଛାତ୍ରୀ ମାନେ ।କାରଣ ଏହି ପରିସ୍ଥିତି ର ମୁକାବିଲା ପାଇଁ କେବଳ ଗୋଟିଏ ରାସ୍ତା ଦେଖାଯାଇଥିଲା ତାହା ଥିଲା ଲକଡାଉନ ତେଣୁ ଦେଶ ତଥା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଲା ଯାଇନଥିଲା

କିନ୍ତୁ ୧୦୨୧ ବର୍ଷ ଆରମ ହେଉ ହେଉ ପ୍ରାୟ ସମସ୍ତ ଦେଶ ଏହାର ନିରାକରଣ ଟୀକା ବାହାର କରିବାରେ ସକ୍ଷମ ହୋଇଥିଲେ। ଏବଂ ଏଥିରେ ସବୁଠାରୁ ଆଗରେ ରହିଛି ଭାରତ ।ତେବେ କରନା ର ପରିସ୍ଥିତି ରେ ସୁଧାର ଆସିବା ପରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କର ଅନୁମତି ଅନୁସାରେ ଧୀରେ ଧୀରେ ଫ୍ରେବୃୟାରି ମାସରେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଇଛି ।ଏବଂ ପୂର୍ବ ପରି ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ପାଠ ପଢୁଛନ୍ତି।

ତେବେ ବର୍ତ୍ତମାନ ର ପରିସ୍ଥିତି କୁ ଆଖିରେ ରଖି ଓଡିଶା ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ମାଟ୍ରିକ ପରୀକ୍ଷା କରିବା ବିଷୟରେ ଘୋଷଣା କରିଛନ୍ତି ।ଏବଂ ଏହି ମାଟ୍ରିକ ପରୀକ୍ଷା କେତେ ତାରିଖ ରୁ ଆରମ୍ଭ ହୋଇ କେବେ ସରିବାକୁ ଯାଉଛି ତା ଉପରେ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଶିକ୍ଷାମନ୍ତ୍ରୀ।

ତେବେ ସୂଚନା ଅନୁସାରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମେ ୩ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୧୫ ମେ ରେ ଶେଷ ହେବ ।ଖାଲି ଏତିକି ନୁହେଁ ବରଂ ଉଚ୍ଚ ଶିକ୍ଷା ପରିଷଦ ର ନିଷ୍ପତ୍ତି ଅନୁସାରେ ସଂସ୍କୃତ ମାଧ୍ୟମିକ ବିଦ୍ୟାଳୟ ର ମାଟ୍ରିକ ପରୀକ୍ଷା ମେ ୩ ରୁ ମେ ୧୨ ପର୍ଯ୍ୟନ୍ତ ହେବାକୁ ଯାଉଛି ଏବଂ ଚଳିତ ବର୍ଷ ଓଡ଼ିଶା ମୁକ୍ତ ବିଦ୍ୟାଳୟ ର ମାଟ୍ରିକ ପରୀକ୍ଷା ମଧ୍ୟ ଏକା ସାଙ୍ଗରେ ହେବାକୁ ଯାଉଛି ।

ତେବେ COVID-19 କୁ ଆଖି ଆଗରେ ରଖାଯାଇ ଛାତ୍ରଛାତ୍ରୀ ଙ୍କର ସୁରକ୍ଷା କୁ ଧ୍ୟାନରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ର ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଦ୍ୟାଳୟ ରେ ପରୀକ୍ଷା ଦେବେ ଏବଂ ସେହି ବିଦ୍ୟାଳୟ ରେ ଅନ୍ୟ ବିଦ୍ୟାଳୟ ର ଶିକ୍ଷକ ମାନେ ନିରୀକ୍ଷକ ଭାବରେ କର୍ତ୍ତବ୍ୟ କରିବେ ।

ତେବେ ଏହି ବର୍ଷ ମାଟ୍ରିକ ପରୀକ୍ଷା ର ସମୟ ସୀମା ୨ ଘଣ୍ଟା ୩୦ ମିନିଟ ପରିବର୍ତ୍ତେ ୨ ଘଣ୍ଟା ରଖାଯିବ ବୋଲି ନିଶ୍ଚିତ କରିଛନ୍ତି ଉଚ୍ଚ ଗଣଶିକ୍ଷା ମାଧ୍ୟମ ।ତେବେ ଏହି ବର୍ଷ ନିଜ ନିଜ ବିଦ୍ୟାଳୟ ରେ ପରୀକ୍ଷା ହେବାକୁ ଯାଉଥିବା ରୁ ସରକାର ବହୁତ ଶୀଘ୍ର ସବୁ ବିଦ୍ୟାଳୟ କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।


ତେବେ କରନା ପରିସ୍ଥିତି କୁ ଆଖିରେ ରଖି କୌଣସି ଛାତ୍ରଛାତ୍ରୀ ଙ୍କର କିଛି ବି ଅସୁବିଧା ର ସମ୍ମୁଖିନ ଯେପରି ନହେବେ ସେ ବିଷୟରେ ସରକାର ଉଚିତ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।