ଖୁବ ଶୀଘ୍ର ହେବାକୁ ଯାଉଛି କଳି ଯୁଗ ର ଅନ୍ତ। ଜାଣନ୍ତୁ କଳି ଯୁଗ ଶେଷରେ କଣ କଣ ସବୁ ଘଟିବ।

0

ପ୍ରତେକ ଯୁଗ ର ଆରମ୍ଭ ଯେପରି ଅଛି ତାର ଶେଷ ମଧ୍ୟ ରହିଛି। ଆମେ ଦୁହେଁ ଜାଣିଛୁ ଯୁଗ ହେଉଛି ଚାରି ପ୍ରକାର। ଆଉ ଏହି ଯୁଗ ମାନଙ୍କ ମଧ୍ୟରେ କଳି ଯୁଗ ହେଉଛି ଏକ ଯୁଗ । ଏହି ଯୁଗ ର ଅବସାନ କିପରି ଘଟିବ ତାହା ସମସ୍ତେ ଜାଣିବାକୁ ଇଛୁକ ଅଛନ୍ତି। ତେବେ ଏହି ଯୁଗ ର ନାମ ର ଅର୍ଥ ଯଦି ଦେଖିବା ତେବେ କଳି ଅର୍ଥାତ ଝଗଡ଼ା । ତେଣୁ ଏହି ଯୁଗ ର ସମାପ୍ତି ମଣିଷ ନିଜେ ରଚନା କରିବ। ଅନେକ ଶାସ୍ତ୍ର ରେ ଏହାର ଅନ୍ତ ବିଷୟରେ ଲେଖା ରହିଛି। ତେବେ ଆସନ୍ତୁ ଜାଣିବା କଳି ଯୁଗ ର କିପରି ସମାପ୍ତି ଘଟିବ।


କଳିଯୁଗ ର ଅନ୍ତ ସାଧାରଣତଃ ଲୋକ ମାନଙ୍କ ପାପ ପାଇଁ ଆୟୁଷ କମିଯିବ। ମଣିଷ ର କର୍ମ ପାଇଁ ଏହି ଯୁଗ ର ଅବସାନ ଖୁବ ଶୀଘ୍ର ଘଟିବ। ମଣିଷ ନିଜର ସମ୍ପର୍କ ର ମୂଲ୍ୟ କେବଳ ଟଙ୍କା ଛଡା ଆଉ କିଛି ବୁଝିବ ନାହିଁ। ଟଙ୍କା ଆଗରେ ତାର ରକ୍ତର ସମ୍ପର୍କ ମଧ୍ୟ ଛିନ୍ନ ହୋଇଯିବ। ଶାସ୍ତ୍ର ରେ କୁହାଯାଇଛି ଏହି କଳିଯୁଗ ରେ ଶେଷ ବେଳକୁ ମଣିଷ ମାନଙ୍କର ଆୟୁଷ ପ୍ରାୟ ୨୦ ବର୍ଷ ହୋଇଯିବ। ଯାହାକି ସାଧାରଣ ପଶୁ ମାନଙ୍କ ପରି ହୋଇଯିବ।


ଏହି କଳିଯୁଗ ରେ ଶେଷ ଆଡକୁ ଯେପରି ଦ୍ୱାପର ଯୁଗରେ ଯାଦବ ବଂଶ ର ବିନାଶ ଘଟିଥିଲା ସେପରି ବିନାଶ ହେବ। ଅର୍ଥାତ ଏହି କଳିଯୁଗ ରେ ନିଜ ଲୋକ ନିଜ ଭାଇ ଏବଂ ବାପା ଙ୍କୁ ମଧ୍ୟ ସମ୍ପତ୍ତି ପାଇଁ ମାରିଦେଵ। ତା ଛଡା ଏହି କଳିଯୁଗ ରେ ନାରୀ ମାନଙ୍କ ର ବଳାତ୍କାର ହେବା ସହିତ ତାଙ୍କର ସମାଜ ରେ କୌଣସି ସମ୍ମାନ ରହିବ ନାହିଁ। ମାଆ ନିଜ ରକ୍ତର ପୁଅ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ମଧ୍ୟ ସଙ୍କଚ କରିବ ନାହିଁ।


ଯୁବ ପିଢୀ ମାନେ ବିପରୀତ ଲିଙ୍ଗ ର ବ୍ୟକ୍ତି ବିଶେଷ ସହ ଶାରୀରିକ ସମ୍ପର୍କ ଛଡା ପ୍ରେମ ସମ୍ପର୍କ ର ମୂଲ୍ୟ ବୁଝିବେ ନାହିଁ। କଳିଯୁଗ ଶେଷ ବେଳକୁ ପ୍ରାୟ ବ୍ୟଭିଚାର, ଶୋଷଣ ଏବଂ ନିର୍ଯ୍ୟାତନା ବଢି ଚାଲିବ। କେବଳ ପାପ ଏବଂ କଳି ର ତାଣ୍ଡବ ଘଟିବ। ମଣିଷ ନିଜ ନିଜ ଭିତରେ ଈର୍ଷା ଭାବ ବଢି ଚାଲିବ। ମଣିଷ ନିଜ ପ୍ରକୃତ ସତ୍ତା କଣ ଭୁଲିଯିବ। ମଣିଷ ଭଗବାନ ବିଶ୍ୱାସୀ ଠାରୁ ଦୂରେଇ ଯିବେ। କେବଳ ନିଜ ମନର ଲାଳସା , ଲୋଭ ଏବଂ ଟଙ୍କା ର ପରିଭାଷା ମଣିଷ ବୁଝିବ।  ଏହି ଯୁଗରେ ଜୁଆ, ମଦ ଏବଂ ନାରୀ ମାନଙ୍କ ପାଇଁ ବିନାଶ ଘଟିବ। କାରଣ ମଣିଷ ଏହି ଭଳି ମୋହ ମାୟା ପାଇଁ ଜଣେ ଅନ୍ୟ ଜଣଙ୍କର ପ୍ରାଣ ନେବ। ମଣିଷ ହତ୍ୟାକାରୀ ପାଲଟି ଯିବ। ଅନେକ ଝଡ଼, ବାତ୍ୟା ଏବଂ ଭୂମିକମ୍ପ ଦ୍ୱାରା ଶେଷରେ ଏହି କଳି ଯୁଗ ର ଅନ୍ତ ଘଟିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।