ଏଠାରେ ମା” ଶୁଣନ୍ତି ଭକ୍ତଙ୍କ ଗୁହାରି ଏବଂ ଭକ୍ତଙ୍କ ଗୁହାରୀ ପୂରଣ କରିଥାନ୍ତି ! ଜାଣନ୍ତୁ ଏହି ପୀଠ ପଛରେ ରହିଥିବା ରହସ୍ୟ ! ମନରେ ଭକ୍ତିଥିଲେ ପୋଷ୍ଟ ନିଶ୍ଚିତ ପଢନ୍ତୁ

0

କଥା ରେ ଅଛି ବିଶ୍ୱାସ ରେ ଭଗବାନ ଅଛନ୍ତି ।ଯେଉଁଠାରେ ବିଶ୍ୱାସ ଜନ୍ମୁଚି ସେଇ ଠାରେ ଭାଗବନ୍ ଙ୍କ ର ସତ୍ଵ ଜଣ ପଡିଛି ।ଜୀବନରେ ଏମିତି କିଛି କିଛି ସମୟ ଅଛି ଯେଉଁଠି ଅନେ ନିଜେ ବିଶ୍ୱାସ ରଖି କାର୍ଯ୍ୟ କରିଥାଉ ।କଣ ଆମେ ଗୋଟିଏ ପଥର ମୂର୍ତ୍ତି କୁ ପୂଜା କରିବା ପଛରେ ବିଶ୍ୱାସ ରହି ନା ଥାଏ କି ।।।ହଁ ଆମେ ସେଇ ସ୍ଥାନ ରେ ନିଜ ଭିତରେ ଗୋଟେ ବିଶ୍ୱାସ ରଖି ଗୋଟେ ପଥର ମୂର୍ତ୍ତି କୁ ଦେବତା ଭାବି ନିଜ ର ବିଶ୍ୱାସ ରଖି ନିଜର ମନ ର କଥା ସେ ଦୁଃଖ ହଇ କୁ ସୁଖ ସବୁ କିଛି କହିଥାଉ ।

କଥାରେ ଅଛି ବିଶ୍ବାସ ମିଳଇ ହରି,ତର୍କେ ବହୁ ଦୂର । ଯେଉଂଠି ବିଶ୍ବାସ ଅଛି ସେଠାରେ ଅଛନ୍ତି ଭଗବାନ ନଚେତ୍ ମନ୍ଦିର ନୁହଁ ପଥର । ହେଲେ ଭାରତରେ ଏମିତି କିଛି ମନ୍ଦିର ରହିଛି ଯେଉଂଠି ରହିଛି ଅନେକ ଅଲୌକିକ ଶକ୍ତି । ଏପରି ଏକ ମନ୍ଦିର ରହିଛି ଦେବଭୂମି ଉତ୍ତରାଖଣ୍ଡରେ ।

କୁହାଯାଏ ମାଁ ଭଦ୍ରକାଳିଙ୍କ ମନ୍ଦିରରେ ଯେ କେହି କିଛି ମାଗିଥାନ୍ତି ତାଙ୍କର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ । ମାଁଭଦ୍ରକାଳୀ ହେଉଛନ୍ତି ଭଗବାନ ଶ୍ରୀକୃଣ୍ଣଙ୍କର ଇଷ୍ଟଦେବୀ । ମାଁଭଦ୍ରକାଳୀଙ୍କ ଏହି ଧାମ ଜିଲ୍ଲା ମୂଖ୍ୟାଳୟରୁ ମାତ୍ର 40 କିଲୋମିଟର ଦୂରରେ ଭଦ୍ରକାଳୀ ନାମକ ଏକ ଗାଁରେ ଅବସ୍ଥିତ । ଏହି ଧାମ ଏତେ ମନୋରମ ଯେ ବର୍ଣ୍ଣନା କରିହେବ ନାହିଁ ।

ତେବେ ଚାଲନ୍ତୁ ଆଗକୁ ସେଇ ମାଆ ଭଦ୍ରକାଳୀ ଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିବା ।କେମିତି ଜନ୍ମିଛନ୍ତି ମାଆ ଭଦ୍ରକାଳୀ।ତାଙ୍କ ବିଷୟରେ ସବୁ କିଛି ଜାଣିବା ଚାଲନ୍ତୁ ।କୁହାଯାଏ ଏହି ମନ୍ଦିରର ପୂଜା କେବଳ ନାଗକନ୍ୟା ମାନେ କରିଥାନ୍ତି । ସାଣ୍ଡାଲ୍ୟ ଋଷିଙ୍କ ପ୍ରସଙ୍ଗରେ ଶ୍ରୀମୂଳ ନାରାୟଣଙ୍କ କନ୍ୟା ନିଜର ସଖୀମାନଙ୍କ ସହ ମିଶିକରି ଏହି ସ୍ଥାନ ଖୋଜିଥିଲେ ।

ମାତାଙ୍କ ପୂରୁଣା ମନ୍ଦିର 200 ମିଟର ଚଉଡା ର ଏକ ବଡ ଭୂଖଣ୍ଡ ଉପରେ ବିରାଜମାନ ହୋଇଛି।ଏହାତଳେ ସୁନ୍ଦର ନଦୀ 200 ମିଟର ଗୁମ୍ଫା ତଳେ ବହୁଛି ,ଏହି ଗୁମ୍ଫା ରେ ଶିବଲିଙ୍ଗ ,ମାତାଭଦ୍ରକାଳୀ , ସରସ୍ଵତୀ, ଲକ୍ଷ୍ମୀ ଏବଂ ମହାକାଳୀଙ୍କ ମୂର୍ତ୍ତି ପ୍ରାକୃତିକ ପିଣ୍ଡିରେ ବିରାଜମାନ କରିଛନ୍ତି । ମାତାଭଦ୍ରକାଳୀଙ୍କ ଏହି ଅଲୌକିକ ମନ୍ଦିର ଦୁଇ ହଜାର ବର୍ଷ ରୁ ଅଧିକ ପୂରୁଣା ବୋଲି କୁହାଯାଏ ।

ଏବେ ଭଦ୍ରକାଳୀ ଗାଁର ଯଶି ପରିବାର ବଂଶାନୁ କ୍ରମିକ ଭାବେ ଏହି ମନ୍ଦିର ର ପୂଜା କରୁଛନ୍ତି । ଶ୍ରୀମଦ୍ ଦେବୀ ଭଗବତ,ଶିବ ପୂରାଣ ଏବଂ ସ୍କନ୍ଧ ପୂରାଣର ମାନସା ଖଣ୍ଡରେ ଏହି ସ୍ଥାନର ବର୍ଣ୍ଣନା ରହିଛି ଯେ ମାତା ଭଦ୍ରକାଳୀ ଏହି ସ୍ଥାନରେ ଛଅ ମାସ ଯାଏଁ ତପସ୍ୟା କରିଥିଲେ ।କୁହାଯାଏ ଇଂରେଜ ମାନେ ବି ଏହି ସ୍ଥାନକୁ ଅତ୍ୟଧିକ ଧାର୍ମିକ ସ୍ଥାନ ବିଚାର କରି କର ମୁକ୍ତ ଘୋଷଣା କରିଥିଲେ । ଯାହା ଆଜି ବି କରମୁକ୍ତ ରହିଛି ।

ଏହି ସ୍ଥାନକୁ ମାତା ଙ୍କର ଇକ୍ତବନ ଶକ୍ତିପୀଠ ବୋଲି ମନାଯାଏ । କୁହାଯାଏ ଦକ୍ଷକୁମାରୀ ମାତା ସତୀଙ୍କର ପାଦଅଂଶ ଏହିଠାରେ ପଡିଥିଲା ।ସ୍କନ୍ଧପୂରାଣ ଅନୁଯାୟୀ ମାତା ଭଦ୍ରକାଳୀ ଏଠାରେ ତପସ୍ଯା କରୁଥିବା ବେଳେ ବନ୍ୟା ଆସି ଏଠାରେ ଭରି ରହିଗଲା । ଫଳରେ ମାତା ନିଜ ଗୋଡରେ ଏକ ପଥର ଫିଙ୍ଗି ଦେବାରୁ ବନ୍ୟା ପାଣି ମାତାଙ୍କ ଗୋଡ ତଳ ଦେଇ ପ୍ରବାହିତ ହେଲା ।

ସେବେ ଠାରୁ ନଦୀ ଏହି ଗୁମ୍ଫା ତଳେ ବୋହିଥାଏ ।ଏହି ମନ୍ଦିରରେ ସ୍ନାନ କରିଲେ ସବୁ ରୋଗ ନଷ୍ଟ ହୋଇଯାଇଥାଏ ବୋଲି ବିଶ୍ବାସ ରହିଛି । ଚୈତ୍ରମାସ ଅଷ୍ଟମୀ ତିଥିରେ ଏଠାରେ ବଡ ମେଳା ହୋଇଥାଏ । ଏହି ଦିନ ଶ୍ରଦ୍ଧାଳୁ ଆସି ଏଠାରେ ଥିବା ଶକ୍ତିକୁଣ୍ଡରେ ସ୍ନାନ କରିଥାନ୍ତି, ଯାହାଦ୍ବାରା ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।