ଦେଖନ୍ତୁ Live ଭିଡିଓ – ଭାଇରାଲ ହେଲା ଯୁବତୀଙ୍କର ଗୋଟିଏ ଜିଦ୍ ସେ ବିଧାୟକଙ୍କୁ ବିବାହ କରିବେ, ତେବେ ସେ ଏମିତି ଜିଦ ଧରି ବସିବା ପଛରେ କାରଣ କ’ଣ ଜାଣିଲେ କହିବେ କ’ଣ ସତରେ

0

ଧୀରେ ଧୀରେ ଆମ ସମାଜରେ ବଢ଼ିବାରେ ଲାଗିଛି ଯେତେ ସବୁ ଆଶ୍ଚର୍ଯ୍ୟ ଜନକ , ଅଭବନୀୟ ତଥା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା। ପୁରାତନ ଯୁଗରେ ଲୋକମାନେ ନିଜର ମାନ ସଂମାନ କୁ ରକ୍ଷା କରିବାକୁ ଯାଇ ନିଜର ମୁଣ୍ଡ କାଟ କରିବାକୁ ମଧ୍ୟ ପଛାଉ ନଥିଲେ କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସବୁ କିଛି ବିପରୀତ ହେବରେ ଲାଗିଛି।

ଲୋକମାନେ ନିଜର ଚରିତ୍ର ଓ ମାନସଂମାନ କୁ ପଛରେ ପକେଇ କେବେ କେବେ ଏପରି ଲଜ୍ୟା ଜନକ କାର୍ଯ୍ୟ ସବୁ କରିବସିଥାନ୍ତି ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟ କର ହୋଇଥାଏ ।ଏହା ଆମର ସାମଜ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକେଇଥାଏ।ତେବେ ଆମେ ଆଜି ଆପଣଙ୍କୁ ଜଣେ ଶିକ୍ଷିତ ମହିଳା ଙ୍କର ଏହିପରି ଏକ ଲଜ୍ୟା ଜନକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।ତେବେ ଏହିପରି ଘଟଣା ଘଟିଛି ପାଲହାଡ଼ା ଠାରେ।

ତେବେ ସୂଚନା ଅନୁସାରେ ଜଣେ ଆଇନ ଛାତ୍ରୀ ଯିଏକି ଭୁବନେଶ୍ୱର ର ଅଟନ୍ତି ଗତ କାଲି ପାଲହାଡ଼ା ବିଜେଡି ବିଧାୟକ ମୁକେଶ କୁମାର ପାଲ ଙ୍କୁ ବିବାହ କରିବାକୁ ଜିଦି କରି ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଧାୟକ ଙ୍କ ରହିଥିବା ବାସଭବନରେ ଧାରଣା ରେ ବସିଥିଲେ ।କିନ୍ତୁ ବିଧାୟକ ଜଣଙ୍କ ମନା କରିବା ପରେ ସେ ଆଇନ ର ସାହାଯ୍ୟ ମଧ୍ୟ ଲଡା କରିଥିଲେ।

ତେବେ ଆମ ସମାଜରେ ବିବାହ କୁ ଏକ ପବିତ୍ର ତଥା ଖୁସି ରେ ଦିନ ଭାବରେ ଗ୍ରହଣ କରାଜିଥାଏ। ମାତ୍ର ଆଜି କାଲିର ପୁଅ ଝିଅ ଙ୍କ ପାଇଁ ଏହା ଏକ ସାଧାରଣ କଥା ଅଟେ ।ଏପରି କି ଏମାନେ ଏତେ ଅଲାଜୁକ ହୋଇଗଲେଣି କି ବିବାହ ପାଇଁ ସୋସିଆଲ ମିଡିଆ ରେ ଚର୍ଚ୍ଚାରେ ରହୁଛନ୍ତି ଏହି ମହିଳା ଜଣଙ୍କ। ତେବେ ପ୍ରାଥମିକ ସୂଚନା ଅନୁସାରେ ଏନେଇ ପୂର୍ବରୁ ହିଁ ବିଧାୟକ ଜଣଙ୍କ ନିଜର ସୁରକ୍ଷା ପାଇଁ ପୋଲିସ ରେ ସାହାଯ୍ୟ ମାଗିଥିଲେ।

ତେବେ ମହିଳା ଜଣଙ୍କ କହିଛନ୍ତି ଯେ , ସେ ଏହି ବିଧାୟକ ଙ୍କୁ ବିବାହ କରିବେ ଏବଂ ଅଭିଯୋଗ ଆଣିଛନ୍ତି ଯେ ବିଧାୟକ ମୁକେଶ କୁମାର ପାଲ ପୂର୍ବରୁ ତାଙ୍କ ସହ ଘଣ୍ଟା ଘଣ୍ଟା ଧରି ଫୋନ ରେ କଥା ହେଉଥିଲେ ଏବଂ ଏବେ ବିବାହ କରିବାକୁ ମନା କରୁଛନ୍ତି। ତେବେ ବିଧାୟକ ଜଣଙ୍କ ଏହାର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ତାଙ୍କର ପରିବାର ଲୋକେ ଝିଅ ଟୀକୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ ତେଣୁ ସେ ଝିଅ ଟି ସହ କଥା ହେଉଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ମତାନ୍ତର ହେବାରୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି। କିନ୍ତୁ ମହିଳା ଜଣଙ୍କ ଏହାକୁ ବିଝିବାକୁ ରାଜି ନୁହଁନ୍ତି ତାଙ୍କର ଗୋଟିଏ ଜିଦି କୁ ସେ ବିଧାୟକ ଙ୍କୁ ବିବାହ କରିବେ ।

ତେବେ ଜଣାପଡିନାହିଁ କି ଦୁହିଁଙ୍କ ମଧ୍ୟରେ କେଉଁ କାରଣରୁ ମତାନ୍ତର ହୋଇଛି।ତେବେ ଯୁବତୀ ଏପରି ଜିଦି କରିବା ସମୟରେ ବିଧାୟକ ବାରମ୍ବାର ମନା କରିବା ପରେ ଯୁବତୀ ଜଣଙ୍କ ଘରକୁ ଫେରିଥିଲେ ।ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।