Hair Tips – ଏହି ତେଲକୁ ଲଗେଇବା ପରେ ଚୁଟି ଏମିତି ବଢିବ କି ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ସମସ୍ତ କେଶ ସମସ୍ୟା ଦୂର ହୋଇଯିବ

0

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବହୁତ ବଡ଼ ସମସ୍ୟା ପାଲଟିଯାଇଛି ଯୁବ ପୀଡ଼ି ଙ୍କ ପାଇଁ ।କୁହାଯାଏ କି ଜଣେ ବ୍ୟକ୍ତି ର ସୁନ୍ଦରତା କୁ ବୃଦ୍ଧି କରିବାରେ ତାହାର ଲମ୍ବା , ଘନ ଓ ସୁନ୍ଦର କଳା କେଶ ବହୁତ ସାହାଯ୍ୟ କରେ ।କିନ୍ତୁ ସମାଜରେ ଧୀରେ ଧୀରେ ପ୍ରଦୂଷଣ ବଢିବାରୁ ତଥା ଆମ ଖାଦ୍ୟପେୟ ରେ ଅଧିକ ରୁ ଅଧିକ ରାସାୟନିକ ପଦାର୍ଥ ରହିବାରୁ ଏହା ଆମ ଶରୀର ତଥା କେଶ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଛି।

ତେବେ ଏହି ସମସ୍ୟା ପ୍ରାୟ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ତଥା ବୟସ୍କ ଲୋକ ଙ୍କ ପାଖରେ ମଧ୍ୟ ଦେଖାଯାଏ।ଆଉ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସାଧାରଣତ୍ୱ ଲୋକମାନେ ମାର୍କେଟ ରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରଡକ୍ଟ ର ବ୍ୟବହାର ତଥା ବିୟୁଟି ପାଲର ର ସାହାଯ୍ୟ ନେଇଥାନ୍ତି। ଏବଂ ଏହି କାରଣ ରୁ ତାଙ୍କର କେଶ ଝଡ଼ିବା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ହେବା କୁ ଲାଗେ ତା ସହ ଅନ୍ୟ ସବୁ କେଶ ସମସ୍ୟା ମଧ୍ୟ ଦେଖା ଦେଉଥାଏ ।

ଯେପରି କି କେଶ ର ମୂଳ କୋମଜର ହୋଇଯିବା , କେଶ ଅଧାରୁ ଛିଣ୍ଡି ଯିବା ଇତ୍ୟାଦି। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଗଛ ତାର ପତ୍ର ଓ ଫୁଲ ବିଷୟରେ ଜଣେଇବୁ ଯାହାର ବ୍ୟବହାର କରି ଆପଣ ଏହି ସବୁ ସମସ୍ୟା ଠାରୁ ମୁକ୍ତି ପାଇପାରିବେ।

ଆବଶ୍ୟକ ସାମଗ୍ରୀ:-

ଏହି ଉପାୟ ଟୀକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଏହି ସବୁ ଜିନିଷ ର ଆବଶ୍ୟକ ରହିଛି ତଥା;-
୧.ସୋରିଷ ତେଲ
୨.ଲାଲ ମନ୍ଦାର ଫୁଲ
୩.ମେଥି ଦାନା
୪.ଭୁଷୁଙ୍ଗା ପତ୍ର

ପ୍ରସ୍ତୁତ ପ୍ରଣାଳୀ:-

ବନ୍ଧୁଗଣ ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆମେ ବ୍ୟବହାର କରିଥିବା ସମସ୍ତ ସାମଗ୍ରୀ ଗୁଡ଼ିକ ଆପଣଙ୍କୁ ବହୁତ ସହଜରେ ମିଳିଯିବ ଏବଂ ଏହା ଆମ କେଶ ପାଇଁ ବହୁତ ଉପକାରୀ ଅଟେ। ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୪-୫ ଟି ଲାଲ ମନ୍ଦାର ଫୁଲ , ଏକ ଚାମଚ ମେଥି ଏବଂ ଭୁଷୁଙ୍ଗା ପତ୍ର ସହ ୨ ଚାମଚ ସୋରିଷ ତେଲ ମିଶାଇ ତାହାକୁ ଗ୍ରାଇଣ୍ଡିଂ କରିନିଆନ୍ତୁ।

ମନେ ରଖିବେ ଯେପରି ଏଥିରେ ବିଲକୁଲ ପାଣି ଦେବେ ନାହିଁ ।ତେବେ ଏହା ଗ୍ରାଇଣ୍ଡିଂ କରିସାରିବା ପରେ ଏକ ପାତ୍ର ରେ ଏହାକୁ ବାହାର କରିନିଅନ୍ତୁ ଏବଂ ଏଥିରେ ୪-୫ ଚାମଚ ସୋରିଷ ତେଲ ମିଶାଇ ଏହାକୁ ଷ୍ଟୋର କରିନିଅନ୍ତୁ ଗୋଟିଏ ସପ୍ତାହ ପାଇଁ ।ତେବେ ଗୋଟିଏ ସପ୍ତାହ ଷ୍ଟୋର କରିବା ପରେ ଏହାକୁ ବାହାର କରନ୍ତୁ ଏବଂ ଏଥିରୁ ତେଲ କୁ ଛାଣି ନିଅନ୍ତୁ।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟୀକୁ ଆପଣ ସପ୍ତାହରେ ୨ଥର ବ୍ୟବ୍ୟବହାର କରିପାରିବେ ।ତେବେ ସାଧାରଣ ତେଲ ଲଗେଇବା ପରି ଆପଣ ଏହାକୁ ମୁଣ୍ଡ ରେ ଲଗାଇ କିଛି ସମୟ ମାସାଜ କରନ୍ତୁ ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ ।ପରେ ନିଜର କେଶ କୁ ଧୋଇ ନିଅନ୍ତୁ। ଏହିପରି ମାତ୍ର ଗୋଟିଏ ମାସ କରିବା ପରେ ଆପଣ ନିଜ କେଶ ର ପରିବର୍ତ୍ତନ କୁ ଜାଣିପାରିବେ ନିଶ୍ଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।