ନିର୍ଯ୍ୟାତନା କଷାଘାତରେ ପେଷି ହୋଇଯାଇଛି ଆଉ ଜଣେ ନାରୀ । ଯାହାକୁ ସର୍ବ ସମ୍ମୁଖରେ କରାଯାଇଛି ଲଣ୍ଡା ! ଦୟାକରି ତୁରନ୍ତ କମେଣ୍ଟ କରନ୍ତୁ ଏପରି ଅପରାଧି ଙ୍କୁ କି ଦଣ୍ଡ ହେବା ଦରକାର !

0

ସମାଜ ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି। ନାରୀ ମାନେ ଆଜି ବି ଅବହେଳିତ ଅବସ୍ଥାରେ ରହି ଛନ୍ତି ।ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଆଜି ବି କମି ନାହି ଦେଶ ରେ। ସୁରକ୍ଷିତ ଅବସ୍ଥା ରେ ନାରୀ ମାନେ ରହି ପରୁନନ୍ତି। ଧୀରେ ଧୀରେ ମଣିଷ ହରାଉଛି ମାନବିକତା। ବୁଝିବାକୁ ଯଥେଷ୍ଟ ଶକ୍ତି ଥାଇ ବି ସେ ଅବୁଝା । ନିଜର ସ୍ବାର୍ଥ ପାଇଁ ସେ କରି ବସୁଛି ଏମିତି କିଛି କାଣ୍ଡ ଯାହା ସମାଜ ପାଇଁ ଗ୍ରହଣୀୟ ନୁହଁ।

ଠିକ୍ ଏମିତି ଏକ ଅମାନବୀୟ ଘଟଣା ସାମ୍ନା କୁ ଆସିଛି। ଯେଉଁଠି ନିର୍ଯାତନା ର କୋଷଘାତ ରେ କୋଷି ହୋଇଛି ନାରୀ। ଯାହାକୁ ସର୍ବ ସମ୍ମୁଖ ରେ କରା ଯାଇଛି ଲଣ୍ଡା। ଆଜି ଆମେ ଆପଣ ଙ୍କୁ ଏକ ଅମାନବୀୟ ଘଟଣା ବିଷୟରେ ଜଣାଇବୁ ଯାହା ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିବେ।

ଘଟଣା ଟି ସମ୍ବଲପୁର ଜିଲ୍ଲା ରେ ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପଢୁଆଭାରି ଗାଁ ରେ ଘଟିଛି ଏପରି ଘଟଣା। ପାରିବାରିକ ଗଣ୍ଡୋଗଳ ପରେ ସାମାଜିକ ବୈଠକ ରେ ଦିଆ ଯାଇଛି ଏମିତି ଦଣ୍ଡ। ଏହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ପଡିବା ସହ ରାଗ ରେ ଜର୍ଜରିତ ମଧ୍ୟ ହୋଇ ପଡିବେ। ଆପଣଙ୍କ ମନ ରେ ପ୍ରଶ୍ନ ଆସିବ ଏମାନଙ୍କୁ କିଏ ଦେଲା ଏତେ ସାହସ।୬୦୦୦ ଟଙ୍କା ଜରିମାନା ସହ ମହିଳା ଙ୍କୁ ଲଣ୍ଡା କରା ଯାଇଛି।

ଖବର ମୁତାବକ ପରୁଆଭାଡି ଗ୍ରାମ ର ଜୟନିକା ମହିଳା ଙ୍କ ସହିତ ତାଙ୍କ ଶାଶୁ ଓ ନଣନ୍ଦ ଙ୍କ ସହିତ ପାରିବାରିକ ଝଗଡ଼ା ହୋଇ ଥିଲା। ବଡ଼ ନଣନ୍ଦ ଙ୍କ ଉଚ୍ଚ ପଟି ଯୋଗୁ କାହିଁକି ଏତେ ପାଟି କରୁଚ କହି ତାଙ୍କ ପାଟି କୁ ହାତରେ ବନ୍ଦ କରି ଦେଇଥିଲେ। ବାସ ଏତିକିରେ ତାଙ୍କ ଶାଶୁ ଓ ଦେଢ଼ଶଶୁ ଉତଖିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ପରେ ଏହାକୁ ନେଇ ଗ୍ରାମ ରେ ବୈଠକ ବସାଇ ଥିଲେ।ଏଥିରେ ସମାଜ ର ବଡ଼ ମୁଖିଆ ଙ୍କ ନିଷ୍ପତ୍ତି କ୍ରମେ ମହିଳା ଙ୍କୁ ଲଣ୍ଡା କରାଯିବା ସହ ୬୦୦୦ ଟଙ୍କା ର ଜରିମାନା ଦେବାକୁ କୁହା ଯାଇଥିଲା।

ମହିଳା ଜଣଙ୍କ କାକୁତି ମିନତି ହେଲେ ମଧ୍ୟ କେହି ଶୁଣି ନଥିଲେ ତାଙ୍କ କଥା। ମହିଳା ଙ୍କ ସ୍ବାମୀ ଜରିମାନା ଟଙ୍କା ଅଧିକ ନେଇ ତାଙ୍କ ସ୍ତ୍ରୀ କୁ ଲଣ୍ଡା ନା କରିବାକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ କଥା କୁ କେହି ଶୁଣିନଥିଲେ। ମହିଳା ଙ୍କୁ ଜୋର୍ ଜବରଦସ୍ତ ଲଣ୍ଡା କରା ଯାଇଥିଲା। ମହିଳା ଜଣଙ୍କ ଲୋକ ଲଜ୍ଜ୍ୟା ଯୋଗୁ ବାପା ଘରେ ରହୁଛନ୍ତି।

ଏବେ କୁଚିଣ୍ଡା ଥାନା ରେ ୯ଜଣ ଙ୍କ ନାମ ରେ ଅଭିଯୋଗ କରିବାରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍। କିସନ୍ ସମାଜରେ ଏହି ପରି କୌଣସି ନୀୟମ୍ ନାହିଁ ବୋଲି ଉପସଭାପତି ବୃନ୍ଦାବନ ମାଝି କହିଥିଲେ। ଆମ ସମାଜ ରେ ନାରୀ ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆ ଯାଏ ମାତ୍ର ଏପରି କାର୍ଯ୍ୟ କରି ଥିବା ଦୋଷୀ ଙ୍କୁ ଦଣ୍ଡ ମିଳିବା ନିହାତି ଆବଶ୍ୟକ ବୋଲି କହିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।