ଆପଣଙ୍କର ( ବିବାହ ରେଖା ) କଣ କହୁଛି ଜାଣନ୍ତୁ ଆପଣଙ୍କ କେବେ ଆଉ କିପରି ବିବାହ ହେବ ତାହା ମଧ୍ୟ ଏହି ଭାଗ୍ୟ ରେଖାରୁ ଜାଣିପାରିବେ।

0

ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି କି ଆପଣ ଙ୍କ ବିବାହ କେବେ ହେବ ଆଉ କେମିତି ହେବ? ତେବେ ଏହା ଅତ୍ୟନ୍ତ ସହଜ। କାରଣ ଅନେକ ଶାସ୍ତ୍ର ଏବଂ ଅନେକ ବିଦ୍ୱାନ ମାନଙ୍କ ଦ୍ୱାରା କୁହାଯାଇ ଥିବା କିଛି ଉପାୟ ଆମେ ଆପଣଙ୍କୁ ବତାଇ ଦେବୁ। ଆପଣଙ୍କ ହାତରେ।ଥିବା ରେଖା ରେ ଆପଣ ନିଜେ ଜାଣି ପାରିବେ ଆପଣଙ୍କ ବିବାହ ଯୋଗ କେବେ ଏବଂ କିପରି ରହିଛି। ଆପଣଙ୍କ ବିବାହ ହେବାର ସମୟ କେବେ ସମ୍ପୂର୍ଣ୍ଣ ହେବ ତାର ପ୍ରମାଣ ମଧ୍ୟ ଆଜି ଆମେ ଆପଣଂକୁ ଜଣାଇ ଦେବୁ। ତେବେ ଆସନ୍ତୁ ଜାଣିବା ଏହି ସବୁର ସହଜ ଉପାୟ।


ପୂର୍ବରୁ ଅନେକ ଶାସ୍ତ୍ର ରେ ଲେଖା ଯାଇଛି କି ଆପଣଙ୍କ ହାତରେ ଥିବା ରେଖା ଯେପରି ଶୁକ୍ର ପର୍ବତ ଏବଂ ଗୁରୁ ପର୍ବତ ଯାହା ଜଣାଇ ଦିଏ ଆପଣଙ୍କ ବିବାହ ହେବାର ବୟସ କେବେ ଆସିବ। ଆପଣଙ୍କ ବିବାହ ଯୋଗ କେବେ ଫିଟିବ ଇତ୍ୟାଦି। ତେବେ ଆଉ କିଛି ବିଦ୍ୱାନ ମଧ୍ୟ ଉପାୟ ବତାଇଛନ୍ତି ଯେପରି ଆପଣଙ୍କ ପିଲା କେତେ ହେବେ ?ପ୍ରେମ ବିବାହ ହେବ ନା ଆରେଞ୍ଜ ମେରେଜ ହେବ? ବିବାହ ହେବା ପରେ କୌଣସି ବିବାଦ ଦେଖା ଦେବ କି ? ଆପଣଙ୍କ ର ବିବାହ ହେବା ପରେ ଛାଡ଼ ପତ୍ର ହେବ କି? ଏପରି ଅନେକ ପ୍ରଶ୍ନ ର ଉତ୍ତର ଆଜି ଆମେ ଆପଣଂକୁ ଦେବୁ।


ଯଦି ଆପଣଙ୍କ ହାତର ରେଖା ଉତ୍ତମ ପର୍ବତ ରୁ ଆରମ୍ଭ ହୋଇ ହୃଦୟ ରେଖା ପର୍ଯ୍ୟନ୍ତ ଯୋଡି ହୋଇ ରହିଥିବ। ତେବେ ଆପଣଙ୍କ ବିବାହ ର ଯୋଗ ଆସିବାର ସଂକେତ ବୋଲି ଜଣା ପଡେ। ଆଉ ଯଦି ଆପଣଙ୍କ ହାତରେ ଥିବା ଗୁରୁ ପର୍ବତ ରେ ଭୁଲ ଚିହ୍ନ (× )ପରି ରେଖା ଥାଏ ତେବେ ଏହା ଶୁଖିନ ବିବାହ ର ସଂକେତ ହୋଇଥାଏ। ତାହା ଛଡ଼ା ଯଦି ଆପଣଙ୍କ ହାତରେ ତଳ ପଟରେ ଶୁକ୍ର ପର୍ବତ ଅଧିକ ବଢି ନଥିବ, ଏହା ଲାଲ ଚିହ୍ନ ପରି ତାରା ସଦୃଶ ହୋଇଥାଏ ଏମାନଙ୍କ ର ବିବାହ ଖୁବ ଶୀଘ୍ର ହୋଇଥାଏ। ଆଉ ଏମାନଙ୍କ ର ବିବାହ ସାଧାରଣତଃ ଲଭ ମେରେଜ ହୋଇଥାଏ।


ଯଦି ସେପରି ଆପଣଙ୍କ ହାତରେ ଥିବା ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ପରସ୍ପର ମିଶିଥାନ୍ତି ତେବେ ଆପଣଙ୍କ ବିବାହ ଯୋଗ ଆରମ୍ଭ ହୋଇଥାଏ। ଏହି ଲୋକ ମାନଙ୍କର ବିବାହ ସାଧାରଣତଃ ଆରେଞ୍ଜ ଭାବରେ ହୋଇଥାଏ। ଏମାନଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ ପ୍ରାପ୍ତି ହୋଇଥାଏ। ଯଦି ମଣି ପର୍ବତ ରୁ ବୁଧ ପର୍ବତ ପର୍ଯ୍ୟନ୍ତ କୌଣସି ରେଖା ଯାଉଥାଏ କିମ୍ବା ସୂର୍ଯ୍ୟ ରେଖା ଶୁକ୍ର ପର୍ବତ ରେଖା ପାଖକୁ ଯାଉଥାଏ ଟତେବେ ଏହି ବ୍ୟକ୍ତି ବିଶେଷ ମାନଙ୍କର ବିବାହ ଅତ୍ୟନ୍ତ ଡେରି ରେ ହୋଇଥାଏ। ଆଉ କେତେକ ବ୍ୟକ୍ତି ମଧ୍ୟ ବିବାହ କରି ପାରନ୍ତି ନାହିଁ। ତେଣୁ ଏହି ପରି ଭାଗ୍ୟ ରେଖା ଥିବା ସାଧାରଣତଃ ଝିଅ ମାନେ ଅଧିକ ବୟସ୍କ ବ୍ୟବସାୟ ପୁରୁଷ ମାନଙ୍କୁ ବିବାହ କରନ୍ତି।  ତେବେ ଏପରି ଥିଲେ ଆପଣଙ୍କ ଭାଗ୍ୟ ରେଖା।ଆପଣ ନିଜେ ଜାଣି ପାରିବେ ଆପଣଙ୍କ ବିବାହ ଯୋଗ ର ସମୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।