ବିଧିର ବିଧାନରେ ଏ କିପରି ନିୟମ ମା’ ଆଗରେ ପୁଅ ହୋଇଗଲା ଅସହାୟ ! ଦୟାକରି ଏହି ପୁଅର ଚିକିତ୍ସା ପାଇଁ ସାହାର୍ଯ୍ୟ କରନ୍ତୁ ଏବଂ ମନରେ ଦୟାଥିଲେ ଭଗବାନ ଙ୍କୁ ପ୍ରାର୍ଥନା କରି ତାଙ୍କର ଆରୋଗ୍ୟ କାମନା କରନ୍ତୁ…

0

ଜୀବନ ଏମିତି ଏକ ରାସ୍ତା ଯଉ ରାସ୍ତା ରେ ବହୁତ୍ ମୋଡ଼ ଆସିଥାଏ ନ ହେଲେ ଖାଲ ଢ଼ିପ ଅତିକ୍ରମ କରିବା ପାଇଁ ପଡ଼ିଥାଏ ।ଯେତେବେଳେ ବାପା ମାଆ ଜନ୍ମ ଦେଇଥାନ୍ତି ତାଙ୍କ ପୁଅ ଆଉ ଝିଅ ଙ୍କୁ ତାଙ୍କ ପାଇଁ ବହୁତ୍ ଆଶା ସ୍ବପ୍ନ ରଖିଥାନ୍ତି ।କିନ୍ତୁ ଭଗବାନ ଙ୍କ ଲୀଳା ବହୁତ୍ ଅଲଗା ପ୍ରକାର ଥାଏ ।ସେ କେତେବେଳେ କଣ କରନ୍ତି ତାହା କେବଳ ସେଇ ଭଗବାନ ଙ୍କୁ ଜଣା ।

ଯେତେବେଳେ ଘରେ ଗୋଟେ ସନ୍ତାନ ଟି ଜନ୍ମ ନେଇଥାଏ ଗୋଟେ ମାଆ ର କୋଳ ରେ ସେତେବେଳେ ତା ମାଆ ସେ ପିଲା ଟି ପାଇଁ କେତେବେଳେ କଣ ସ୍ବପ୍ନ ଦେଖି ନଥାଏ ।ମୋ ପୁଅ ବଡ ହେଲେ ମୋ କଥା ବୁଝିବ ମୋତେ ଖାଇବାକୁ ପିଇବାକୁ ଦେବ ଆଉ ବୁଢୀ ହୋଇଗଲେ ସେବା ଶୁଶ୍ରୁସା କରିବ । ତା ପରେ ଭି ମୋ ମର ଶରୀର କୁ ନିଜ କନ୍ଧ ରେ ନାଏ ଦାହ କରିବ ।ହେଲେ ଗୋଟିଏ ମାର ଏମିତିକା ସ୍ୱପ୍ନ ଚୁରମାର ହୋଇ ସାରିଛି ।

ଯେଉଁ ପୁଅ ସାହା ହେବ ବୋଲି ମା ଭାବିଥିଲା ଆଜି ସେଇ ପୁଅ ମାର ଆଶ୍ରା ସାଜିଛି । ଆମେ କହୁଛୁ ଗଜପତି ଜିଲ୍ଲା ଗୁମା ଖ୍ରୀଷ୍ଟିଆନ ସାହିର ଦୀପକ ବେବର୍ତ୍ତାଙ୍କ କଥା । ଦିନେ ସେ ଥିଲେ ସୁସ୍ଥ ସବଳ ପାଠ ପଢା ଠାରୁ ଆରମ୍ଭ କରି ଖେଳକୁଦ ସବୁଥିରେ ଥିଲେ ପାରଙ୍ଗମ ।ହେଲେ ବିଧି ର ବିଧାନ କିଛି ଅଲଗା ଥିଲା ।ଯେତେବେଳେ ଯାହା ଘଟିବାର ଥିବା ତାହା ହିଁ ଘଟିବ ।ଭଗବାନ ଙ୍କ ର ବିନା ଅନୁମତି ରେ କିଛି ଭି ହୋଇ ନ ଥାଏ ।

୨୦୧୯ମସିହା ଜାନୁଆରୀ ରେ ହଠାତ ତାଙ୍କର ଜୀବନ ହୋଇଗଲା ଦୁର୍ବସହ । ଚାକିରୀ କରିବାକୁ କେରଳ ଯାଇଥିବା ଦୀପକ ବାଟରେ ହୋଇଥିଲେ ଅସୁସ୍ଥ ତାଙ୍କର ହାତ ଆଉ ଦୁଇ ଗୋଡ ଚାଲିଲ ନାହିଁ ସେହି ଦିନ ଠାରୁ ଦୀପକ ଶର୍ଯ୍ୟାଶାୟୀ ।ଦିନେ କି ଦୁଇ ଦିନ ନୁହେଁ ।ଦୀର୍ଘ ଦୁଇ ବର୍ଷ ଧରି ଦୀପକ ଙ୍କ ର ସେବା କରି ଅସହାୟ ହୋଇ ପଡିଲେଣି ସୁପ୍ରଭା । ପୁଅର ଚିକିତ୍ସା କରିବାକୁ ସେ ଚାହୁଁଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି ।

ସରକାରୀ ବା ବେସରକାରୀ ସ୍ତରରେ ସହାୟତା ମିଳିଲେ ଦୀପକ ସୁସ୍ଥ ହୋଇ କାମ ଧନ୍ଦା କରିପାରିଥାନ୍ତି ବୋଲି ସୁପ୍ରଭା ଆଶା ରଖିଛନ୍ତି । ଦୀପକ ପାଇଁ ତାଙ୍କ ର ମା କେବଳ ନିବେଦନ କରିଛନ୍ତି ତା ନୁହେଁ ସାଇ ପଡିଶା ମଧ୍ୟ ଦୀପକଙ୍କର ଆରୋଗ୍ୟ କାମନା କରିଛନ୍ତି ଏବଂ ସହାୟତା ପାଇଁ ଆକୁଳ ଗୁହାରୀ ମଧ୍ୟ କରିଛନ୍ତି ।

ଏବେ ଦୀପକଙ୍କର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ସହାୟତା ପାଇଁ ଚିଠି ଲେଖିଛନ୍ତି ଗୁମାର ବିଡିଓ । ପୁଅ ବଡ ହେଲେ ବାପା ମାଙ୍କୁ ସହାୟ ହେବ ହେଲେ ବିଧିର ବିଧାନ ଏସବୁ କରିଦେଇଛି ଓଲଟପାଲଟ । ଏବେ ନିଜର ଭାଗ୍ୟକୁ ଦୋଷ ଦେଇ ବ୍ଚିଛନ୍ତି ବେବର୍ତ୍ତା ପରିବାର ।ଯେଉଁ ବୟସରେ ବାପା ମାଙ୍କୁ ଲାଳନ ପାଳନ କରିବା କଥା ଏବଂ ନିଜର ଏକ ସଂସାର କରିବା କଥା ସେହି ବର୍ୟସରେ ଶର୍ଯ୍ୟାଶାୟୀ ହୋଇ ପଡିରହିଛନ୍ତି ୩୦ବର୍ଷର ଯୁବକ ଦୀପକ

ଯେଉଁଥିପାଇଁ କି ତାଙ୍କର ମାଙ୍କର ଆଖିରୁ ଦିନରାତି ଅନବରତ ଲୁହ ଝରିବାରେ ଲାଗିଛି , କାରଣ ମା କେତେ ଆଶା କରିଥିଲା ହେଲେ ନିଜ ଆଖି ଆଗରେ ହଠାତ ଏପରି ଜଣେ ଭଲ ପୁଅର ଏପରି ଅବସ୍ଥା ଦେଖି ମାର ମନ ଥୟ ଧରିବ କିପରି ।ଏପରି ଏକ ପରିସ୍ଥିତି ରେ ନିଜ ଛୁଆ କୁ ଭଲ କରିବା ଆଶା ରେ ମାଆ ଟିଏ ଚାହିଁ ରହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।