ଦୁର୍ବଳ ଶରୀର ପାଇଁ ଚିନ୍ତିତ କି, ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ ଓ ପାଆନ୍ତୁ ଦୁର୍ବଳ ଶରୀରରୁ ମୁକ୍ତି

0

ବର୍ଟାମାନ ସମୟ ରେ ଯୁବ ପିଢ଼ି ମାନଙ୍କ ସହିତ ବିଭିନ୍ନ ପ୍ରକାର ର ସମସ୍ୟା ଲାଗି ରହୁଛି।ଯାହା ଫଳରେ ସେମାନେ ବହୁତ ମାନସିକ ବିଷାଦ ମଧ୍ୟରେ ନିଜର ସମୟ ଅତିବାହିତ କରୁଛନ୍ତି। ପାଠ ପଢ଼ାରେ ମନ ନ ଲାଗିବ କେଶ ଝଡ଼ିବା ଓ ଶରୀର ଦୁର୍ବଳ ଲାଗିବା ଭଳି ସମସ୍ୟା ଆଦି ସାଧାରଣ ସମସ୍ୟା ହୋଇଗଲାଣି। ପତଳା ଶରୀର କୁ ନେଇ ଯୁବ ପିଢ଼ି ସହିତ ଅନେକ ଲୋକ ମଧ୍ୟ ବହୁତ ଚିନ୍ତା ରେ ରହିଥାନ୍ତି। ତେବେ ଏସବୁ ପାଇଁ ନିଶ୍ଚିତ ଭାବରେ ଆପଣଙ୍କ ର ଖାଦ୍ୟ ହିଁ ଦାୟୀ ଅଟେ। ଆପଣ ଠିକ ଖାଦ୍ୟ ଖାଉନଥିବା ହେତୁ ଏପରି ସମସ୍ୟା ଗୁଡିକ ଦେଖା ଦେଇଥାଏ। ଯାହା କି ଆପଣଂକୁ ଅନେକ ଅସୁବିଧା ରେ ପକାଇ ଥାଏ। ତେବେ ଆଜି ଆମେ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହା ଖାଇବା ଦ୍ୱାରା ଆପଣଙ୍କ ର ଶରୀର ନିଶ୍ଚିତ ଭାବରେ ସୁସ୍ଥ ରହିବ।

1. କଦଳୀ।
ପ୍ରତିଦିନ ଆପଣ ନିଶ୍ଚିତ ଭାବରେ ତିନୋଟି କଦଳୀ ଖାନ୍ତୁ। ନିୟମିତ କଦଳୀ ଖାଇବା ଦ୍ୱାରା ଶରୀର ଉପରେ ଏହା ବହୁତ ଭଲ ପ୍ରଭାବ ପକାଇ ଥାଏ। ଏହା ଆମ ଶରୀର ର ଶକ୍ତି କୁ ବୃଢ଼ହି କରିବା ସହିତ ଆମର ଓଜନ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।


2. ଘିଅ
ଘିଅ କୁ ନିୟମିତ ଭାବରେ ଆପଣଙ୍କ ର ଖାଦ୍ୟ ସାମଗ୍ରୀ ରେ ବ୍ୟବହାର କରନ୍ତୁ। ଦେଖିବେ ଏହା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପରି ବର୍ତନ ଆସିଯିବ। ଏହା ଦ୍ୱାରା ଆପଣଙ୍କ ର ତ୍ୱଚା ଉଜ୍ଜ୍ୱଳ ରହିବ ଓ ଶରୀର ର ଓଜନ ନିୟନ୍ତ୍ରଣ ରେ ରହିବ। ତେଣୁ ପ୍ରତିଦିନ ଘିଅ ଖାଇବା ସ୍ୱାସ୍ଥ୍ୟ ପ୍ରତି ଉପକାର ଅଟେ।

3. ଅଣ୍ଡା।
ଅଣ୍ଡା ରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ। ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀର ରେ ପ୍ରୋଟିନ ର ମାତ୍ରା ବୃଦ୍ଧି ପାଇଥାଏ। ଯାହା ଫଳରେ ଶରୀର ର ଓଜନ ବଢିବା ସହ ମନ୍ସ ପେଶୀ ର ମଧ୍ୟ ଵୃଦ୍ଧି ହୋଇଥାଏ। ତେଣୁ ନିୟମିତ ଦୁଇଟି ଅଣ୍ଡା ଆପଣଙ୍କ ର ଖାଦ୍ୟ ରେ ସାମିଲ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କ ର ଶରୀର ସୁସ୍ଥ ଓ ସୁନ୍ଦର ରହିବ।

4. କ୍ଷୀର।
କ୍ଷୀର ଏକ ଏପରି ଖାଦ୍ୟ ଯାହା କି ପିଇବା ଦ୍ୱାରା ଆପଣଂକୁ ପ୍ରାୟତଃ ସବୁ ପ୍ରକାର ର ଭିଟାମିନ ମିଳିଥାଏ। ଏଥିରେ ପୁଷ୍ଟି ସାରା ଠାରୁ ଆରମ୍ଭ କରି ଧାତୁ ସାରା ପର୍ଯ୍ୟନ୍ତ ସମସ୍ତ ପ୍ରକାର ର ଭିଟାମିନ ରହିଛି। ତେଣୁ ଆପଣ ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ଆପଣଙ୍କ ଶରୀର କୁ ଏହା ସୁସ୍ଥ ରଖିବା ସହିତ ଆପଣଂକୁ ଅନେକ ରୋଗରୁ ମୁକ୍ତି ଦେଇ ଥାଏ। ତେଣୁ ନିୟମିତ 2 ଗ୍ଲାସ କ୍ଷୀର ପିଇବା ଦ୍ୱାରା ଆପଣ ଦୁର୍ବଳ ପଣ ରୁ ନିଶ୍ଚିତ ଭାବରେ ରକ୍ଷା ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।