ପୁଣି ଆଜି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ‘କାଳିଆ’ ତୃତୀୟ କିସ୍ତି ପ୍ରଦାନ : ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ଏବଂ କେମିତି ପାଇପାରିବେ ଜାଣନ୍ତୁ…

0

ଦେଶ ରେ ଅଭାବ ଲାଗି ରହିଛି। ଯେତେ ଆଧୁନିକ ହେଲେ ମଧ୍ୟ ଅନେକ ଲୋକ ଗରିବୀ ର ସୀମା ରେଖା ତଳେ ବସ ବାସ କରୁଛନ୍ତି। ସରକାର ଗରିବ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତିି। ଗହମ ଚାଉଳ ଆଦି ବିନା ମୂଲ୍ୟ ରେ ପାଇବା ପାଇଁ ସରକାର ଯୋଜନା କରିଛନ୍ତି। ବିଶେଷ କରି ଚାଷୀ ମାନେ ପରିଶ୍ରମ ଅନୁଯାୟୀ ତାଙ୍କୁ ପ୍ରାପ୍ୟ ମିଳି ନ ଥାଏ।ଏଥି ନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଆଜି ଆମେ ଆପଣ ଙ୍କୁ ସେହି ଯୋଜନା ବିଷୟ ରେ ସରକାର ଙ୍କ ନୂତନ ପଦକ୍ଷେପ ବିଷୟ ରେ ଜଣାଇବୁ ।

ଆଜି ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ପାଇଁ ନୂତନ ଯୋଜନା କରିଛନ୍ତି।ଚାଷୀଙ୍କୁ ମିଳିବ ‘କାଳିଆ’ ତୃତୀୟ କିସ୍ତି। ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି ବିଭାଗ ପକ୍ଷରୁ ଜୋର୍ ଦର୍ ପ୍ରସ୍ତୁତି ଚାଲିଛି। ଏହି ଯୋଜନା ସମ୍ବାଦ ୩୧ ତାରିଖ ଖବର କାଗଜ ରେ ପ୍ରକାଶ ପାଇଥିଲା। ଯୋଜନା ଟି ହେଉଛି କାଳିଆ ତୃତୀୟ କିସ୍ତି ଅର୍ଥାତ୍ ମାର୍ଚ୍ଚ ରେ ପ୍ରଦାନ କରିବା ଖବର ବାହାରିଥିଲା।

ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ‘କାଳିଆ’ ଅର୍ଥ ପ୍ରଦାନ କରାଯିବ।ଏହି ତାଲିକାରେ ଭୂମିହୀନ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ, ସେ ତଥ୍ୟ କୃଷି ବିଭାଗ ପ୍ରକାଶ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀମାନଙ୍କ ଆକାଉଣ୍ଟ୍‌କୁ ଏହି ଟଙ୍କା ଡିବିଟି ଜରିଆରେ ପ୍ରଦାନ ନେଇ ସରକାର ଲକ୍ଷ୍ୟ କରିଛନ୍ତି।

ଏହି ତାଲିକାରେ ଭୂମିହୀନ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ, ସେ ତଥ୍ୟ କୃଷି ବିଭାଗ ପ୍ରକାଶ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀମାନଙ୍କ ଆକାଉଣ୍ଟ୍‌କୁ ଏହି ଟଙ୍କା ଡିବିଟି ଜରିଆରେ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୮ ମସିହା ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟ୍‌କୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା। ସେଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ। କିନ୍ତୁ ପ୍ରଥମ କିସ୍ତି ହିତାଧିକାରୀ ତାଲିକା ଯାଞ୍ଚ ପରେ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ ୨ ଲକ୍ଷ ୪୦ ହଜାର ୨୩୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା।

ଅର୍ଥାତ୍‌ ୨୦୧୯ ଖରିଫ ଋତୁ ପାଇଁ କାଳିଆର ଦ୍ବିତୀୟ କିସ୍ତି ଅର୍ଥ ମୋଟ ୪୮ ଲକ୍ଷ ୬୫ ହଜାର ୫୩ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା। ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ତୃତୀୟ ତଥା ଶେଷ କିସ୍ତି ବାବଦରେ ଏହି ବର୍ଗର ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।

ଏହାଭିତରେ ସେମାନଙ୍କ ସଂଖ୍ୟା କମିଛି କି ବଢ଼ିଛି, ସେ ତଥ୍ୟ ମିଳିପାରିନାହିଁ। ସେହିପରି ହିତାଧିକାରୀ ତାଲିକାରେ ନୂଆ ହୋଇ ସାମିଲ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ ହଜାର କି ୫ ହଜାର ଟଙ୍କା ପ୍ରଦାନ କରାଯିବ ସେ ନେଇ ଆଜି ଦିନତମାମ କୃଷି ବିଭାଗରେ ଘନଘନ ବୈଠକ ବସିଥିଲା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।