ପାଞ୍ଚମାସର ଶିଶୁ ପାଇଁ ୬ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ିଦେଲେ ମୋଦି ! ଏହି ଛୋଟ ଛୁଆର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରି ବା ସହିତ ଏହି ଛୋଟ ଝିଅଟି ପାଇଁ ଅଧିକରୁ ଅଧିକ ସେୟାର କରନ୍ତୁ

0

ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ର ମୁଖ୍ୟ ଉଦେଶ୍ୟ ହେଉଛି ଲୋକ ମାନଙ୍କ ମଙ୍ଗଳ ପାଇଁ ନୂଆ ନୂଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।କିନ୍ତୁ ସରକାର ଲୋକମାନ ଙ୍କର ଆବଶ୍ୟକତା କୁ ଜାଣିବା ପାଇଁ ସୋସିଆଲ ମିଡ଼ିଆ ର ସାହାଯ୍ୟ ନେଇଥାନ୍ତି ।ଏହି କାରଣ ରୁ ସୋସିଆଲ ମିଡ଼ିଆ ବା ଗଣମାଧ୍ୟମ କୁ ସରକାର ଙ୍କର ଚତୁର୍ଥ ପିଲର ବୋଲି କୁହାଯାଏ। ଏବଂ ଏହି ସୋସିଆଲ ମିଡ଼ିଆ ର ମୁଖ୍ୟ କାର୍ଯ୍ୟ ହେଉଛି ଲିକମାନ ଙ୍କ ଅସୁବିଧା ଓ ସମସ୍ୟା କୁ ନେଇ ସରକାର ଙ୍କୁ ଜଣେଇବା ଏବଂ ସରକାର ଙ୍କର ନୀତି ନିୟମ ଓ ଯୋଜନା ବିଷୟରେ ଲୋକମାନ ଙ୍କୁ ଜଣେଇବା ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମଧ୍ୟବିତ୍ତ ପରିବାର ର ଲୋକଙ୍କୁ ପ୍ରାୟ ୬ କୋଟି ଟଙ୍କାର ସାହାଯ୍ୟ କରି ଲୋକମାନ ଙ୍କର ପ୍ରସଂଶା ର ପାତ୍ର ସାଜିଛନ୍ତି। ତେବେ ସୂଚନା ଅନୁସାରେ ଜଣେ ୬ ମାସ ର ଶିଶୁ ର ଚିକିତ୍ସା ପାଇଁ ନରେନ୍ଦ୍ର ମୋଦି ଏପରି କାର୍ଯ୍ୟ କରିଛନ୍ତି ଯାହା କାରଣ ରୁ ପିଲା ଟି ତଥା ତାର ପରିବାର ଲୋକଙ୍କୁ ବଞ୍ଚିବାର ଏକ ସହାରା ମିଳିଯାଇଛି।

ତେଣୁ ସେମାନେ ମୋଦି ଙ୍କର ବହୁତ ପ୍ରସଂଶା କରିଛନ୍ତି ।ପ୍ରକୃତରେ ଘଟଣା ଟି କିଛି ଏପରି ଥିଲା କି ମିହିର କାମତ ଓ ପ୍ରିୟାଙ୍କ ଙ୍କର କୁନି ଝିଅ ତାରା ଏବେ ମାତ୍ର ୬ ମାସ ର ଅଟେ। କିନ୍ତୁ ତାର ଜନ୍ମ ଠାରୁ ସେହି କୁନି ଝିଅ ଟି ଏକ ମାରାତ୍ମକ ରୋଗର ଶିକାର ହୋଇଥିଲା ଯାହାର ନାମ ହେଉଛି ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ (SMA) କୁହାଯାଏ। ଆଶ୍ଚର୍ଯ୍ୟ ର କଥା ଏହା କି ଯେ ଏହି ରୋଗର ଚିକିତ୍ସା କେବଳ Zolgensma ନାମକ ଏକ ବିଶେଷ ଇଞ୍ଜେକ୍ସନ୍ ଦ୍ୱାରା ସମ୍ଭବ।ଯାହାକି ଭାରତରେ ଉପଲବ୍ଧ ନୁହେଁ।

ଏହା କେବଳ ଆମେରିକା ରେ ରହିଛି ।ତେଣୁ ତାରା ର ପରିବାର ଝିଅ ର ଜୀବନ ବଞ୍ଚେଇବା ପାଇଁ ଆମେରିକା ରୁ ଏହି ଇନିଜେକ୍ସନ ଆଣିବାକୁ ଚାହୁଁଛନ୍ତି ।କିନ୍ତୁ ଏହାର ଦାମ ହେଉଛି ୧୬ କୋଟି ଟଙ୍କା କିନ୍ତୁ ଏହାକୁ ଆମେରିକା ରୁ ଭାରତ କୁ ଆସିବା ପାଇଁ ସମସ୍ତ ଟ୍ୟାକ୍ସ ଲାଗିବା ପରେ ଏହାର ମୁଲ୍ୟ ୨୨ କୋଟି ଟଙ୍କା ଅଟେ ।କିନ୍ତୁ ଗୋଟିଏ ମଧ୍ୟବିତ୍ତ ପରିବାର ପାଇଁ ଏହା ସମ୍ଭବ ନୁହେଁ ।

ତେଣୁ ସେମାନେ ନିଜର ଝିଅ ର ଜୀବନ ବନେଇବାକୁ ସୋସିଆଲ ମିଡ଼ିଆ ରେ ସାହାଯ୍ୟ ମାଗିଥିଲେ ।ଏବଂ କହିଥିଲେ କି ସେମାନେ ବହୁତ କଷ୍ଟ ରେ ୧୫ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି କିନ୍ତୁ ଆଉ ଟଙ୍କା ପାଇଁ ତାଙ୍କୁ ସାହାଯ୍ୟ ଆବଶ୍ୟକ ।ତେବେ ଏହି ସମ୍ଭାଦ ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିବା ପରେ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏକତ୍ର ହୋଇ ଆମେରିକା କୁ ଏହି ଇଂଜେକସନ ଉପରୁ ସମସ୍ତ ଟ୍ୟାକ୍ସ ଉଠେଇବାକୁ କହିଥିଲେ ।ଏବଂ ଆମେରିକା ସରକାର ମଧ୍ୟ ମୋଦି ଙ୍କର ଅନୁରୋଧ କ୍ରମେ ସମସ୍ତ ଟ୍ୟାକ୍ସ ଛାଡ଼ କରିଛନ୍ତି ।

 

View this post on Instagram

 

A post shared by TEERA M KAMAT (@teera_fights_sma)

ତେବେ ବହୁତ ଶୀଘ୍ର ସେହି ଇଂଜେକସନ ଭାରତ ଆସି ପିଲା ଟୀକୁ ଦିଆଯିବ ବୋଲି ଡାକ୍ତର ନିଶ୍ଚିତ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଙ୍କର ଏପରି ପଦକ୍ଷେପ ପାଇଁ ସାରା ଦେଶ ତାଙ୍କୁ ପ୍ରସଂଶା କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।