ପ୍ରେମ ମାନେନି ବାଡବତା : ରାଜରାସ୍ତାରେ ସିନ୍ଦୂର ପିନ୍ଧିଲା ପ୍ରେମିକା , ପ୍ରେମିକର ପାଦ ଛୁଇଁ ଆଶୀର୍ବାଦ ନେଲା , ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ…

0

ଆଜି କାଲି ର ଦୁନିଆ ବହୁତ ଆଗକୁ ଯାଇ ସାରିଲାଣି। ଆଜି କାଲି ର ଲୋକ ମାନେ ମଧ୍ୟ ବହୁତ ଆଗକୁ ଗଲେଣି ଏବଂ ସମସ୍ତେ ଶିକ୍ଷିତ ହେଲେଣି। ଆଜି କାଲି ର ଯୁବପିଢି ମାନେ ବହୁତ ଫାଷ୍ଟ ହେଇଗଲେଣି, ଆଜି କାଲି ତ ପିଲା ମାନେ ୧୪, ୧୫ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି। ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି, ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି।

ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା। ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି।

ଆମେ ମାନେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବା। ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ। ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ। ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ। ସେଥିପାଇଁ ସେମାନେ ଲୁଚି ଲୁଚି ପରସ୍ପର କୁ ଦେଖା କରିବା, କଥା ହେବା ଆଦି କାମ କରିଥାଆନ୍ତି।

ତେବେ ଆମେ ମାନେ ଅନେକ ସମୟ ରେ ସୋସିଆଲ୍ ମିଡିଆରେ ଦେଖିଥିବା ଅନେକ ଲଭର୍ସ ଲୁଚି ଦେଖା କରୁଥିବା ଏବଂ କଥା ହେଉଥିବା ବେଳେ ଲୋକ ମାନେ ସେମାନଙ୍କୁ ଧରି ନିଅନ୍ତି। ତେବେ ଏବେ ସୋସିଆଲ୍ ମିଡିଆରେ ସେହି ପରି ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଆମେ ଆଜି ଆପଣ ମାନଙ୍କୁ ସେହି ସମ୍ପର୍କରେ କହିବୁ।

ଗତ ୭ ତାରିଖ ରୁ ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳ ନିଜ ନିଜ ଅନ୍ଦାଜରେ ନିଜ ବନ୍ଧୁ ଓ ବାନ୍ଧବୀଙ୍କୁ ପ୍ରେମ ନିବେଦନ କରୁଛନ୍ତି । ମନର କଥା କହୁଛନ୍ତି । ଶୁକ୍ରବାର ଥିଲା ହଗ୍ ଡେ । ଏହି ଦିନରେ ପ୍ରେମକୁ ସବୁଦିନ ଅମର ରଖିବା ପାଇଁ ଓ ସାଥୀର ହାତ ନଛାଡିବା ପାଇଁ ଶପଥ କରିଥିଲେ ପ୍ରେମିକ-ପ୍ରେମିକା ।

ଏହି ସପ୍ତାହ ଆରମ୍ଭ ହେବା ସମୟରୁ ପୁରୀ ସହରରେ ଅନେକ ପ୍ରେମୀ ଯୁଗଳଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶୁକ୍ରବାର ଏପରି ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ପୁରୀ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଏହି ଭିଡିଓରେ ପ୍ରେମିକ ରାଜରାସ୍ତାରେ ପ୍ରେମିକାର ମୁଣ୍ଡରେ ସିନ୍ଦୂର ଲଗାଇବା ସହ ମୁଣ୍ଡିଆ ମାରିଛି ।

ଏଭଳି ଏକ ୭ ସେକେଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଙ୍ଗଳାପାଟ-ଷ୍ଟଲିଂ ବାଇପାସ୍ ରାସ୍ତାରେ ଏହି ଘଟଣା ଘଟିଛି । ପ୍ରେମୀ ଯୁଗଳଙ୍କ ୟୁନିଫର୍ମରୁ ସେମାନେ ଏକ ନିର୍ଦ୍ଦିଷ୍ଟ କଲେଜରେ ପଢୁଥିବା ସ୍ପଷ୍ଟ ହୋଇଛି । ସେମାନେ ରାସ୍ତାରେ ଗାଡି ପାର୍କିଂ କରି ନିର୍ଭୟରେ ପ୍ରେମାଳାପ କରୁ ଥିବା ର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।