କେହିବି ଜାଣିନଥିବେ କିପରି ହୋଇଥିଲା ରାଧା ରାଣୀ ଙ୍କ ମୃତ୍ୟୁ ! କାହିଁକି କୃଷ୍ଣ ତାଙ୍କ ବଇଁଶୀ ଭାଙ୍ଗି ଥିଲେ !

0

ପୁରାଣରେ କୁହାଯାଇଥାଏ ରାଧା ବିନା କୃଷ୍ଣ ଅଧା ଅର୍ଥାତ୍ ରାଧାଙ୍କ ବିନା ଉପସ୍ଥିତିରେ କୃଷ୍ଣଙ୍କର ଜୀବନ ତୁଚ୍ଛ । ତେଣୁ ପୁରାଣ ହେଉ କିମ୍ୱା ଗୀତାଗୋବିନ୍ଦ ସବୁଠାରେ ରାଧା କୃଷ୍ଣଙ୍କର ନାମ ସହିତ ଯୋଡା ଯାଇଥାଏ । ପୌରାଣିକ ମତ ଅନୁସାରେ ରାଧା କୃଷ୍ଣଙ୍କୁ କେହି କେବେହେଲେ ଅଲଗା କରି ପାରିବେ ନାହିଁ । ମନ୍ଦିର ଏବଂ ସମସ୍ତ ସ୍ଥାନରେ ରାଧା କୃଷ୍ଣଙ୍କୁ ପୂଜା କରାଯାଉଥିଲେ ମଧ୍ୟ ରାଧା ଯେତେବେଳେ କୃଷ୍ଣଙ୍କୁ ଛାଡି ଚାଲିଯାଇଥିଲେ ସେତେବେଳେ ରାଧାଙ୍କର ପରିସ୍ଥିତି ମଧ୍ୟ ବହୁତ ଦୁଃଖ ମୟ ହୋଇଥିଲା ।


ଯେତେବେଳେ କୃଷ୍ଣଙ୍କୁ ପ୍ରଥମ ଥର ମଥୁରାକୁ ଆମନ୍ତ୍ରଣ କରାଯାଇଥିଲା ସେତେବେଳେ ପ୍ରଥମ ଥର ହିଁ ଉଭୟଙ୍କର ମଧ୍ୟରେ ବିଚ୍ଛେଦ ଘଟିଥିଲା ।କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ଏବଂ ରାଧା ଓ କୃଷ୍ଣଙ୍କର ମଧ୍ୟ ପୁଣିଥରେ ମିଳନ ହୋଇଥିଲା । ରାଧା ରାଣୀ କୃଷ୍ଣଙ୍କୁ ଦେଖା କରିବା ପାଇ ତାଙ୍କ ଦ୍ୱାରକା ନଗରୀରେ ପହଞ୍ଚି ଥିଲେ ଏବଂ ସେଠାରେ କୃଷ୍ଣ ରାଧାଙ୍କୁ ଦେଖି ଖୁବ ପ୍ରସନ୍ନ ହୋଇଯାଇଥିଲେ । ଦୁହେଁ ସେଠାରେ ସାଙ୍କେତିକ ଭାଷାରେ ବହୁତ ସମୟ କଥା ହୋଇଥିଲେ । ପୁରାଣରେ ବର୍ଣ୍ଣିତ ଅଛି କି ସେ ସମୟରେ ରାଧାଙ୍କୁ ସେଠାରେ କେହି ଚିହ୍ନି ନଥିଲେ ତେଣୁ ରାଧିକାଙ୍କୁ କୃଷ୍ଣ ତାଙ୍କ ରାଜ ଭବନରେ ଦେବୀକା ଭାବେ ନିଯୁକ୍ତି କରିଥିଲେ । ତେଣୁ ରାଧା ମହଲରେ ଦିନ ଯାକ ରହୁଥିଲେ ଏବଂ କୃଷ୍ଣଙ୍କୁ ମଝିରେ ମିଝିରେ ଦେଖା କରୁଥିଲେ ।


ବଢୁଥିବା ବୟସ ଓ ବଦଳୁଥିବା ସମୟ ସହିତ ରାଧା କୃଷ୍ଣଙ୍କୁ ଛାଡିଯିବାକୁ ବାଧ୍ୟ ହୋଇଥିଲେ । ବିନା କୌଣସି ଲକ୍ଷ୍ୟରେ ରାଧା ବାହାରି ଯାଇଥିଲେ ଅଜଣା ରାସ୍ତାରେ ଏବଂ ଏକୁଟିଆ ଚାଲୁଥିବା ରାସ୍ତାରେ ହଠାତ୍ କୃଷ୍ଣଙ୍କର ଆବଶ୍ୟକତା ଲଡିଥିଲେ । ସେହି ସମୟରେ ରାଧା କୃଷ୍ଣଙ୍କୁ ସ୍ମରଣ କରିବା ମାତ୍ରେ କୃଷ୍ଣ ଯାଇ ତାଙ୍କ ନିକଟରେ ଉପସ୍ଥିତ ହେଲେ । କୃଷ୍ଣଙ୍କୁ ଦେଖି ସେହି ସମୟରେ ରାଧା ବହୁତ ଆନନ୍ଦିତ ହୋଇଥିଲେ କିନ୍ତୁ ସେହି ସମୟରେ ରାଧା ମୃତ୍ୟୁ ପାଖରେ ପହଞ୍ଚି ସାରିଥିଲେ । ସେହି ସମୟରେ କୃଷ୍ଣ ରାଧାଙ୍କୁ ତାଙ୍କର ଶେଷ ଇଚ୍ଛା ପଚାରିଥିଲେ କିନ୍ତୁ ରାଧା କିଛି କହିନଥିଲେ । ସେ ପୁଣି ଥରେ ପଚାରିବାରୁ ସେ କୃଷ୍ଣଙ୍କୁ ତାଙ୍କର ମଧୁର ବଂଶୀ ବଜାଇବା ପାଇ କହିଥିଲେ । ଏହା ଶୁଣି କୃଷ୍ଣ ଅତ୍ୟନ୍ତ ଶୋକଭର ହୋଇ ତାଙ୍କର ବଂଶୀ ବଜାଇଥିଲେ ।

ଏହି ବଂଶୀର ସ୍ୱର ଶୁଣି ରାଧା ମୃଥ୍ୟୁ ବରଣ କରିଥିଲେ ଏବଂ ସେହି ସମୟରେ ରାଧା ତାଙ୍କ ଠାରୁ ଅଲଗା ହେଉଥିବାର ଦେଖି ସେ ଦୁଃଖରେ ମ୍ରିୟମାଣ ହୋଇ ତାଙ୍କ ବଂଶୀକୁ ଭାଙ୍ଗି ଦେଇଥିଲେ । ଯେଉଁ ସ୍ଥାନରେ ରାଧା ନିଜ ମରଣ ପର୍ଯ୍ୟନ୍ତ କୃଷ୍ଣର ପ୍ରତିକ୍ଷା କରିଥିଲେ ଆଜି ସେହି ସ୍ଥାନଟି ରାଧାରାଣୀ ମନ୍ଦିର ଭାବେ ପରିଚିତ ଏବଂ ସେଠାରେ ଏବେ ସମସ୍ତ ଭକ୍ତ ଓ ଶ୍ରଧାଳୁ ମନେ ପୂଜା ଅର୍ଚ୍ଚନା କରନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।