ନିଜ ମୁହଁରେ ଥିବା କେଶ କୁ ନେଇ ଚିନ୍ତାରେ ଅଛନ୍ତି ତ କରନ୍ତୁ ଏହି ସହଜ ଉପାୟ ମାତ୍ର ଗୋଟିଏ ସପ୍ତାହରେ ମୁହଁ ରେ ଗୋଟିଏ ବି ବାଳ ରହିବ ନାହିଁ

0

ଆଜିକାଲି ର ଏହି ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବହୁତ ବ୍ୟସ୍ତ ରହିଥାନ୍ତି। ଯଦିଓ ଭଗବାନ ସମସ୍ତ ଙ୍କୁ ଏକ ନିର୍ଦ୍ଦିଷ୍ଟ ଚେହେରା ଦେଇଛନ୍ତି କିନ୍ତୁ ବର୍ତ୍ତମାନ ର ଲୋକମାନେ ତାହାକୁ ନେଇ ଖୁସି ନାହାନ୍ତି। ନିଜର ପ୍ରାକୃତିକ ରୂପ କୁ ଆଉ ଟିକେ ସୁନ୍ଦର କରିବା ପାଇଁ ତଥା ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେବେ ବର୍ତ୍ତମାନ ସମସ୍ତେ ପ୍ରାୟ ନିଜ ମୁହଁ ଏବଂ ଶରୀରରେ କେତେକ ସ୍ଥାନରେ ଥିବା କେଶ କୁ ପସନ୍ଦ କରନ୍ତି ନାହିଁ।

ସେମାନେ ସବୁବେଳେ ଏହି କେଶ କୁ ନେଇ ଚିନ୍ତାରେ ରହିଥାନ୍ତି ।ଯେପରି କି ମୁହଁରେ ଥିବା କେଶ , ହାତ ଗୋଡ଼ ରେ ଥିବା କେଶ ଆଦି କୁ ନେଇ ବହୁତ ଚିନ୍ତା ରେ ରହିଥାନ୍ତି ।ଏବଂ ଏହାକୁ ସବୁଦିନ ପାଇଁ ଶେଷ କରିବାକୁ ସେମାନେ ବିଭିନ୍ନ ପ୍ରକାରର କସମେଟିକ ପ୍ରଡକ୍ଟ ର ବ୍ୟବହାର କରିବା ସହ ବିୟୁଟି ପାଲର ର ସାହାଯ୍ୟ ନେଇଥାଉ ।ମାତ୍ର ଏହା ପରେ ମଧ୍ୟ ଏହି ସବୁ କେଶ ମାତ୍ର କିଛି ଦିନ ପାଇଁ ଉଭେଇ ଯାଏ ଆଉ ପୁଣି ବଢିବାକୁ ଲାଗିଥାଏ। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଆପଣ ଚାହୁଁନଥିବା କେଶ କୁ ସବୁଦିନ ପାଇଁ ଦୂର କରିଦେବ।

ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ କେଉଁ କାରଣ ରୁ ଆମ ମୁହଁ ଓ ଶରୀରରେ ଏହି କେଶ ହୋଇଥାଏ:-
୧.ଜେନେଟିକ ର ପ୍ରଭାବ
୨.ହରମୋନ ର ଇନବାଲାନ୍ସ ଶରୀରରେ ଦେଖାଦେଲେ
୩. ଦୀର୍ଘ ଦିନ ପାଇଁ ଗର୍ଭ ନିରଧକ ବଟିକା ସେବନ କରିବା
୪.ପାଲରେ ଫେସିଆଲ କରିବା ଦ୍ଵାରା

ବର୍ତ୍ତମାନ ଆମେ ଜାଣିଲୁ ଯେ କେଉଁ କେଉଁ କାରଣ ରୁ ଆମ ମୁହଁ ଓ ଶରୀରରେ କେଶ ଆସିଥାଏ ।ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କଣ କଣ ଉପାୟ କରିବା ଦ୍ଵାରା ଏହା ସବୁଦିନ ପାଇଁ ଦୂର ହୋଇଯିବ। ଏକ ରିସର୍ଚ୍ଚ ଅନୁସାରେ ମୁହଁରେ ଥିବା ବାଳ ଦୁଇ ପ୍ରକାରର ହୋଇଥାନ୍ତି। ଗୋଟିଏ ହେଉଛି ପତଳା ଓ ସରୁ ବାଳ ଯାହାକି ଆମ ପାଇଁ ଏତେ ବି ଚିନ୍ତା କାରଣ ହୋଇନଥାଏ ଏବଂ ଅନ୍ୟ ଟି ହେଉଛି ମୋଟା ଓ ଘନ ବାଳ ଯାହାକି ଆମ ମୁଣ୍ତ ବିନ୍ଧା ର କାରଣ ହୋଇଥାଏ ।

୧.ଯଦି ଆପଣଙ୍କ ମୁହଁରେ ଥିବା ବାଳ ପତଳା ହୋଇଥାନ୍ତି ତ ଆପଣ ଏଥିରେ ନଡ଼ିଆ ତେଲରେ ପ୍ରଥମେ ମାଲିସ କରନ୍ତୁ ଏବଂ ପରେ ମାର୍କେଟ ରେ ଉପଲବ୍ଧ ଥିବା ଭଲ କମ୍ପାନୀ ର ହେୟାର କ୍ଲିନର ସାହାଯ୍ୟ ରେ କେଶ ଥିବା ଦିଗ ଅନୁସାରେ ଏହାକୁ ବ୍ୟବହାର କରନ୍ତୁ ।ଏପରି କରିବା ଦ୍ଵାରା କେଶ ଦୂର ହୋଇଥାଏ ଏବଂ କୌଣସି କୁପ୍ରଭାବ ନଥାଏ ।

୨.କିନ୍ତୁ ଯଦି ଆପଣ ଙ୍କର ମୁହଁର ବାଳ ଘନ ଓ ମୋଟା ହୋଇଥାନ୍ତି ତ ପ୍ରଥମେ ଏହାକୁ କିଛି ଦିନ ଫେସିଆଲ ଗ୍ରୀଚ କରନ୍ତୁ ଫଳରେ କେଶ ପତଳା ହୋଇଯିବ ।ତା ପରେ ନଡ଼ିଆ ତେଲ ମାସାଜ କରି ହେୟାର କ୍ଲିନର ସାହାଯ୍ୟ ରେ ଏହାକୁ ଉଠେଇ ନିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।