ବାପା ମା ଙ୍କୁ ଭଲ ପାଉଥିଲେ ଦୁଃଖ ଭରା କାହାଣୀଟିକୁ ପ୍ରତ୍ୟେକ ପୁଅ ଓ ଝିଅ ଥରେ ପଢିବା ଉଚିତ୍

0

ଆମ ସମାଜ କୁ ଗଢ଼ିବାରେ ତଥା ଆମ ଦେଶ କୁ ଆଗେଇ ବାରେ ସବୁଠାରୁ ବଡ଼ ଭୂମିକା ବାପା ମା ହିଁ ଲିଭେଇ ଥାନ୍ତି। କାରଣ ସେମାନେ ପ୍ରଥମେ ଗୋଟିଏ ପିଲା କି ଜନ୍ମ ଦେଇ ତାକୁ ଗୋଟିଏ ଭଲ ମଣିଷ ଭାବରେ ବନେଇଥାନ୍ତି । ଏବଂ ସେହି ପିଲା ମାନେ ବଡ଼ ହୋଇ ଭଲ ମଣିଷ ହୋଇଥାନ୍ତି ଏବଂ ବହୁତ ଭଲ ଭଲ କାମ କରି ନିଜର ବାପା ମା ତଥା ପରିବାର ଲୋକଙ୍କୁ ଗର୍ବିତ ଅନୁଭବ କରେଇବା ସହ ନିଜ ଦେଶକୁ ଏକ ନୂତନ ପରିଚୟ ମଧ୍ୟ ଦେଇଥାନ୍ତି ।କିନ୍ତୁ ଆପଣମାନେ ଜାଣିବାକୁ ପାଉଥିବେ କି ବର୍ତ୍ତମାନ ର ଏହି ଆଧୁନିକ ଯୁଗର ଯୁବପୀଢ଼ି ମାନେ ଆଉ ନିଜର ବାପା ମା ଙ୍କର ମୁଲ୍ୟ ବୁଝିପାରୁ ନାହାଁନ୍ତି ।ସେମାନଙ୍କ ର ତ୍ୟାଗ , ଭଲପାଇବା ଇତ୍ୟାଦି କୁ ଭୁଲିଯାଉଛନ୍ତି ।


ତେବେ ଆମେ ଆଜି ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ବାପା – ମା ଙ୍କର ପିଲାମାନଙ୍କ ପ୍ରତି ଥିବା ସେନ୍ହ ତଥା ତ୍ୟାଗ ବିଷୟରେ ଜଣେଇବାକୁ ଯାଉଛୁ ।  ଥରେ ଗୋଟିଏ ପିଲା ଟି ଏକ ବଡ଼ କମ୍ପାନି କୁ ନିଜର ଚାକିରୀ ପାଇଁ ସାକ୍ଷାତକାର(Interview) ଦେବାକୁ ଗଲା । ସେ ନିଜକୁ ଭଲ ଭାବରେ ପ୍ରସ୍ତୁତ କରି ସେହି କମ୍ପାନୀ ରେ ପହଁଚିଲା । ତେବେ ସେହି କମ୍ପାନୀ ର ମ୍ୟାନଜର ତାଙ୍କୁ ସାକ୍ଷାତକାର ପାଇଁ ଡାକିଲେ ଏବଂ ଦେଖିଲେ କି ପିଲାଟି ବହୁତ ପରିଶ୍ରମୀ ତଥା ସମସ୍ତ ବିଷୟରେ ବହୁତ ଭଲ ମାର୍କ ମଧ୍ୟ ରଖିଛି ।

ସେ ଖୁସି ହେଇଗଲେ ଏବଂ ତାଙ୍କୁ ପଚାରିଲେ କି ତୁମର ବାପା କଣ କରନ୍ତି ,ଯୁବକ ଜଣକ ଉତ୍ତର ଦେଲେ କି ତାର ବାପା ଲୋକମାନଙ୍କର କପଡା ଧୋଇବା କାମ କରନ୍ତି । ସେହି ମ୍ୟାନଜର ପୁଣି ପଚାରିଲେ କି ତୁମେ କଣ ପାଠ ପଢ଼ୁଥିବା ସମୟରେ କିଛି ଛାତ୍ର ବୃତ୍ତି ପାଉଥିଲ କି ପିଲାଟି ଉତ୍ତର ଦେଲେ ନାହିଁ । ପରେ ସେ ସେହି ଯୁବକ ଙ୍କୁ କହିଲେ କି ତୁମ ପାଠ ପଢିବା ରେ ସମସ୍ତ ଖର୍ଚ୍ଚ ତୁମର ବାପା ବହନ କରିଥିଲେ । ତେଣୁ ତୁମେ ଆଜି ଯାଅ ଆଉ ରାତିରେ ତୁମ ବାପା ଙ୍କ ହାତ ଆଉ ପାଦ ଧୋଇବ ଆଉ କାଲି ଆସିଲେ ମୁଁ ତୁମକୁ ଚାକିରୀ ଦେବି ।


ଯୁବକ ଜଣକ ପ୍ରଥମେ କିଛି ବୁଝିପାରିନଥିଲେ ମାତ୍ର ଘରକୁ ଆସି ତାର ବାପା ଙ୍କୁ ସବୁ କଥା କହିଲା । ତେବେ ବାପା ମଧ୍ୟ ପିଲାର କଥାରେ ରାଜିହେଲେ । ମାତ୍ର ପିଲାଟି ଯେତେବେଳେ ତାର ବାପା ଙ୍କର ହାତ ଧୋଇଲା ସେତେବେଳେ ସେ ଦେଖିଲା ଯେ ତାର ବାପା ର ହାତ ବହୁତ ଟାଣ ଓ ମଝିରେ ମଝିରେ ଖଣ୍ଡିଆ ମଧ୍ୟ ହୋଇଛି ଏବଂ ସେ ଅନୁଭବ କଲା କି ତାର ବାପାଙ୍କୁ କଷ୍ଟ ହେଉଛି ବୋଲି । ତାର ଆଖିରୁ ଆପେଆପେ ଲୁହ ଝରିବାରେ ଲାଗିଲା ।ସେ ତା ବାପା ର ସମସ୍ତ କପଡା କୁ ରାତିରେ ଧୋଇଲା ଏବଂ ତା ବାପା ଙ୍କର ତ୍ୟାଗ ବିଷୟରେ ଜାଣିପାରିଲା । ଏବଂ ସକାଳେ ତାକୁ ମ୍ୟାନଜର ଚାକିରୀ ମଧ୍ୟ ଦେଲେ । ତେବେ ଏଥୁରୁ ଆମେ ଜାଣିଲୁ ଯେ , ବାପା ମା ଙ୍କ ଠାରୁ କେହିବି ବଡ଼ ନୁହନ୍ତି । ସର୍ବଦା ତାଙ୍କର ତ୍ୟାଗ ଓ ଭଲପାଇବାର ମୁଲ୍ୟ କୁ ପିଲାମାନେ ବୁଝିବା ଆବଶ୍ୟକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।