ମା ତାରାତାରିଣୀଙ୍କ କାହାଣୀ || କେମିତି ଦୁଇ ଭଉଣୀ ହୋଇଗଲେ “ମା ତାରାତାରିଣୀ” ଜାଣନ୍ତୁ ରହସ୍ୟମୟ ସତିପୀଠ ପଛର ରହସ୍ୟ ମନରେ ଭକ୍ତି ଥିଲେ ଥରୁଟିଏ ଲେଖନ୍ତୁ” ଜୟ ମା” ତାରାତାରିଣୀ”

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ ।

ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।ତେବେ ଆମେ ଆଜି ଆପଣଙ୍କୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ମନ୍ଦିର ମାନଙ୍କ ମଧ୍ୟରେ ମୁଖ୍ୟ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ।

ତେବେ ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ତାହା ହେଉଛି ଓଡ଼ିଶାର ଗଞ୍ଜାମ ଜିଲ୍ଲା ରେ ଅବସ୍ଥିତ ତାରା ତାରିଣୀ ପୀଠ । ଏହି ଦେବୀ ଙ୍କର ମନ୍ଦିର ର ବିଶେଷତ୍ବ ଏହି କି ଯେ ଏହା ହେଉଛି ୫୦୦ ବର୍ଷ ପୁରାତନ ପ୍ରତ୍ୟକ୍ଷ ମନ୍ଦିର ଯେଉଁ ଠାରେ ଭକ୍ତ ମାନେ କେବେ ହେଲେ ଖାଲି ହାତରେ ଫେରିନ୍ତି ନାହିଁ ।ଏହି ମନ୍ଦିର ଟି ୫୧ ସତୀ ପୀଠ ମନ୍ଦିର ମଧ୍ୟରୁ ଏକ ସତୀ ପୀଠ ଅଟେ ।କିନ୍ତୁ ଏହା ଅନ୍ୟ ସମସ୍ତ ସତୀ ପୀଠ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ଅଟେ ।ଏପରି ମଧ୍ୟ କୁହାଯାଏ ଯେ ଏହା ଦୁଇ ଭଉଣୀ ଙ୍କର ନାମରେ ନାମିତ ତାରାତାରିଣୀ ମନ୍ଦିର ଅଟେ।

ଆମର କିମ୍ବଦନ୍ତୀ ଅନୁସାରେ, ରାଜ ଦକ୍ଷ ଙ୍କର କନ୍ୟା ସତୀ ଭଗବାନ ଶିବ ଙ୍କର ପ୍ରେମର ପଡିଯାଇଥିଲେ କିନ୍ତୁ ଦକ୍ଷ ରାଜ କେବେ ବି ଚାହୁଁନଥିଲେ କି ତାଙ୍କର କନ୍ୟା ଶିବଙ୍କୁ ବିବାହ କରନ୍ତୁ ବୋଲି ।କିନ୍ତୁ ସତୀ ପିତା ଙ୍କର କଥା ନମାନି ତାଙ୍କ ବିରୋଧରେ ଶିବ ଙ୍କୁ ବିବାହ କଲେ ।ତେବେ ଦକ୍ଷ ରାଜା ଥରେ ଏକ ମହାଯଜ୍ଞ ର ଆୟୋଜନ କରିଥିଲେ ଏବଂ ସମସ୍ତ ଦେବା ଦେବୀ ସେହି ଯଜ୍ଞ କୁ ଆମନ୍ତ୍ରଣ କରିଥିଲେ କିନ୍ତୁ ନିଜର ଝିଅ ଓ ଜ୍ବାଇଁ ବା ଶିବ ଓ ସତୀ ଙ୍କୁ ନିମନ୍ତ୍ରଣ କରିନଥିଲେ ।କିନ୍ତୁ ମହର୍ଷି ଦେଶର୍ସି ଙ୍କର ଠାରୁ ଏହା ଜାଣିବା ପରେ ମାତା ସତୀ ଶିବ ଙ୍କର ମନାକରିବା ପରେ ମଧ୍ୟ ସେହି ଯଜ୍ଞ କୁ ଯାଇଥିଲେ ।

କିନ୍ତୁ ପ୍ରଜାପତି ଦକ୍ଷ ସେହି ସଭାରେ ଶିବ ଙ୍କୁ ବହୁତ ଅସନମାନ କଲେ ଫଳରେ ମାତା ପାର୍ବତୀ ଅଗ୍ନି ରେ ଝାସ ଦେଲେ ।କିନ୍ତୁ ମାତା ଙ୍କର ମୃତ୍ୟୁ ଶିବ ସହ୍ୟ କରିପାରିଲେ ନାହିଁ ଆଉ ତାଙ୍କର ମୃତ୍ୟୁ ଦେହକୁ ନିଜ କାନ୍ଦରେ ଧରି ପାଗଳ ପରି ହେଉଥିଲେ। ଫଳରେ ଭଗବାନ ବିଷ୍ଣୁ ଏହାକୁ ଦେଖି ତାଙ୍କର ସୁଦର୍ଶନ ଚକ୍ର ରେ ମାତା ଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ ।ଆଉ ତାହା ୫୧ ଖଣ୍ଡ ହୋଇଥିଲା ଯାହା ୫୧ ଟି ସ୍ଥାନରେ ପଡିଥିଲା ଏବଂ ଏହାକୁ ୫୧ ସତିପୀଠ ଭାବରେ ପରିଚିତ ।ତେବେ ତାରାତାରିଣୀ ରେ ମାତା ଙ୍କର ବକ୍ଷ ଟି ପଡିଥିଲା ।ଏହି କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିର ର ଏମିତି ନାମକରଣ କରାଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।