ଓଡ଼ିଆ କମେଡିଆନ୍ ସୁମନ୍ ମହାରଣା ଙ୍କ ସ୍ତ୍ରୀ ଓ ପରିବାର ଓ କ୍ୟାରିୟର ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମେ ସାଧାରଣତ୍ୱ ଫିଲ୍ମ ଏବଂ ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ଙ୍କର ଠାରୁ ଜଣେ କମେଡିଆନ କୁ ବହୁତ ପସନ୍ଦ କରିଥାଉ ।କାରଣ ଜଣେ ବ୍ୟକ୍ତି ନିଜର ସମସ୍ତ ଦିନ ର କାର୍ଯ୍ୟ ସରିବା ପରେ ଯେତେବେଳେ କମେଡି ଟିକେ ଦେଖିଥାଏ ତାହାର ମୁହଁରେ ହସ ଆସିଯାଏ ଏବଂ ସେ ଖୁସି ହୋଇଯାଇଥାଏ ।ତେବେ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଏମିତି କେତେକ ହାସ୍ୟାସ୍ପଦ ଅଭିନେତା ରହିଛନ୍ତି ଯାହାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଜିଜ୍ଞାସା ଭରି ରହିଥାଏ ।

ତେବେ ଓଲିଉଡ ର ବାମନ କମେଡିଆନ ସୁମନ ଙ୍କୁ ଆପଣ ସମସ୍ତେ ନିଶ୍ଚିତ ଜାଣିଥିବେ ।ଯଦିଓ ତାଙ୍କର ଶରୀରର ଉଚ୍ଚତା ଅନ୍ୟ ମାନଙ୍କ ଠାରୁ ବହୁତ କମ କିନ୍ତୁ ତାଙ୍କର ଅଭିନୟ କାହା ଠାରୁ କମ ନୁହେଁ ।ସେ ତାଙ୍କର କେମେଡି ଓ ଅଭିନୟ ଦ୍ଵାରା ସାରା ଓଡ଼ିଶାରେ ଲୋକମାନ ଙ୍କୁ ନିଜର କରିପାରିଛନ୍ତି।ତେବେ ତାଙ୍କ ବିଷୟ ରେ କେତେକ ତଥ୍ୟ ଆମେ ଆପଣଂକୁ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବାକୁ ଯାଉଛୁ।

ସୂଚନାଯୋଗ୍ୟ ଯେ , ସୁମନ ମହାପାତ୍ର ତଥା ଓଲିଉଡ ର ବାମନ କେମିଡ଼ିଆନ ଓ ଅଭିନେତା ଏକ ଗରିବ ପରିବାର ର ଅଟନ୍ତି। ସେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ର ଏକ ବସ୍ତି ଅଞ୍ଚଳରେ ରହୁଥିବା ବ୍ୟକ୍ତି ଅଟନ୍ତି। ପ୍ରଥମ ଥର ପାଇଁ ୨୦୦୨ ମସିହାରେ ଓଡ଼ିଆ ସୁପରହିଟ ଫିଲ୍ମ “କଣ୍ଢେଇ ଆଖିରେ ଲୁହ ” ଫିଲ୍ମ ମାଧ୍ୟମରେ ସେ ଲୋକମାନ ଙ୍କ ଆଗକୁ ଆସିଥିଲେ। ତେବେ ତାଙ୍କର ପ୍ରଥମ କଥାଚିତ୍ର ହିଁ ତାଙ୍କୁ ସିନେମା ଜଗତର ଶୀର୍ଷ ସ୍ଥାନ କୁ ପହଁଚିବା ରେ ସାହାଯ୍ୟ କରିଥିଲା।

ଏହା ପରେ ସେ ଓଡ଼ିଆ ଫିଲ୍ମ “ଲକ୍ଷ୍ମୀ ପ୍ରତିମା” ର ନିଜର କେମେଡି ଅଭିନୟ ପାଇଁ ବେଷ୍ଟ ହାସ୍ୟାସ୍ପଦ କଳାକାର ଭାବରେ ସମନ୍ୱିତ ହୋଇଥିଲେ ।ସେ କେବଳ କମେଡି ନୁହେଁ ବରଂ ଜଣେ ଉତ୍ତମ ଅଭିନେତା ମଧ୍ୟ ।ତାଙ୍କର ଶରୀରର ଉଚ୍ଚତା କେବେ ବି ତାଙ୍କର ଜୀବନ ରେ ସଫଳତା ପଇବାକୁ ଏକ ପ୍ରତିବନ୍ଧକ ହୋଇପାରି ନାହିଁ ।ତେବେ ଏହି କିଛି ଦିନ ହେବ ତରଙ୍ଗ ଟିଭି ସିରିଏଲ ରେ ପ୍ରସାରିତ ହେଉଥିବା “ତେଜସ୍ୱୀନୀ” ମେଗା ଧାରାବାହିକ ରେ ହାସ୍ୟାସ୍ପଦ ଅଭିନୟ ପାଇଁ ସୁମନ ପୁରୁସ୍କୃତ ହୋଇଛନ୍ତି ।

ତେବେ ସୁମନ ମହାପାତ୍ର ଙ୍କ ଘର ଭୁବନେଶ୍ୱର ରେ ଏବଂ ସେ ତାଙ୍କର ପରିବାର ରେ ମା , ବାପା , ଜଣେ ଭଉଣୀ ଏବଂ ନିଜର ପତ୍ନୀ ଙ୍କ ସହ ରହୁଛନ୍ତି ।ସୁମନ ଙ୍କର ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ ଅଟେ ।ତେଣୁ ଓଡ଼ିଆ ଫିଲ୍ମ ଜଗତ ରେ ତାଙ୍କୁ ବାମନ କଳାକାର ବା ବାମନ କମେଡିଆନ ଭାବରେ ଏକ ପରିଚୟ ମିଳିଛି ।ସେ କେବଳ ଫିଲ୍ମ ରେ ନୁହେଁ ବରଂ କେତେକ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି ।ତେବେ ତାଙ୍କର ସଫଳତା ଦେଖିବା ପରେ ଆମେ ନିଶ୍ଚିତ ଭାବରେ କହିପାରିବା କି ଜଣେ ବ୍ୟକ୍ତି କୁ ସଫଳତା ପାଇବା ପାଇଁ କେବଳ ତାଙ୍କର କଳା ର ଆବଶ୍ୟକତା ରହିଥାଏ ଶାରୀରିକ ଗଠନ ତ ନାମକୁ ମାତ୍ର ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।